ରାଜ୍ୟରେ ୩୫୭୬ ପୁରୁଷ, ୫୮୭ ମହିଳା ଆକ୍ରାନ୍ତ

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ଆଉ ୧୦୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚତ୍ଥିବାବେଳେ ୫୮୭ଜଣ ମହିଳା ଓ ୩୫୭୬ଜଣ ପୁରୁଷ ରହିଛନ୍ତି। ସେପଟେ ଦିନକୁ ଦିନ ଛୋଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ୦ରୁ ୧୪ବର୍ଷ ବୟସ ମଧ୍ୟରେ ୧୨୪ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୫ରୁ ୪୦ବର୍ଷ ବୟସ ମଧ୍ୟରେ ୩୦୧୪ଜଣ, ୪୧ରୁ ୬୦ବର୍ଷ ମଧ୍ୟରେ ୯୧୮ଜଣ ଓ ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ୧୦୭ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି।
ଅନ୍ୟପକ୍ଷରେ ଚିହ୍ନଟ ପଜିଟିଭ୍‌ କେସ୍‌ ମଧ୍ୟରୁ କ୍ୱାରାଣ୍ଟାଇନ ସେଣ୍ଟରରୁ ୯୫ଜଣ ଓ ସ୍ଥାନୀୟ ଆକ୍ରାନ୍ତ ୧୩ଜଣ ରହିଛନ୍ତି। ମାଲକାନଗିରିରୁ ସର୍ବାଧିକ ୨୧ଜଣ ରହିଥିବାବେଳେ ପୁରୀରୁ ୧୫, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରୁ ୯ଜଣ ଲେଖାଏ, ଗଞ୍ଜାମରୁ ୮, ଖୋର୍ଦ୍ଧାରୁ ୭, ଗଜପତିରୁ ୭, କେନ୍ଦୁଝରରୁ ୫, ବାଲେଶ୍ୱରରୁ ୪, ସୁନ୍ଦରଗଡ଼ରୁ ୨, ଅନୁଗୋଳ, କଟକ, କଳାହାଣ୍ଡି, ବରଗଡ଼ ଓ ବଲାଙ୍ଗୀରରୁ ଜଣେ ଲେଖାଏ ରହିଛନ୍ତି। ଏଥିସହିତ ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୧୬ ଅଗ୍ନିଶମ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଫଳରେ ୧୭୪ଜଣ ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ କର୍ମଚାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇସାରିଲେଣି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏପଟେ ଶେଷ ୨୪ ଘଣ୍ଟା ମଧ୍ୟରେ ଯେତିକି ଆକ୍ରାନ୍ତ ହୋଇଛନ୍ତି, ତା’ଠାରୁ ଅଧିକ ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ଆଉ ୧୨୦ ରୋଗୀ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ସର୍ବାଧିକ ୧୯ ସୁସ୍ଥ ହୋଇଥିବାବେଳେ କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଲେଖାଏ, ନୂଆପଡ଼ାରୁ ୯, ସୁନ୍ଦରଗଡ଼ରୁ ୭, କନ୍ଧମାଳରୁ ୬, ବଲାଙ୍ଗୀର, ନୟାଗଡ଼ରୁ ୫ ଲେଖାଏ ରହିଛନ୍ତି। ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ାରୁ ୪ ଲେଖାଏ ଥିବାବେଳେ କେନ୍ଦୁଝର, ଗଞ୍ଜାମ, ପୁରୀରୁ ୩ ଲେଖାଏ, ଅନୁଗୋଳ, କଳାହାଣ୍ଡି, କୋରାପୁଟରୁ ୨ଜଣ ଲେଖାଏ ଓ ମାଲକାନଗିରିରୁ ଜଣେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୯୭୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୧୧୭୫ଜଣ ସକ୍ରିୟ ରୋଗୀ ଥିବାବେଳେ କଟକରେ ସର୍ବାଧିକ ୧୬୨ଜଣ ରହିଛନ୍ତି। କରୋନାଜନିତ ମୃତ୍ୟୁ ୧୧ ରହିଥିବାବେଳେ ୩ଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri