ରାଜ୍ୟରେ ନବୀନଙ୍କ ଉପଯୁକ୍ତ ବିକଳ୍ପ ସୃଷ୍ଟି ହୋଇନାହାନ୍ତି: ମହମ୍ମଦ ମୋକିମ

ଦେଶରେ ମୋଦି ଓ ରାଜ୍ୟରେ ନବୀନଙ୍କ ପ୍ରଚଣ୍ଡ ହାୱା। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଦ୍ୱିତୀୟ ଥର କ୍ଷମତାସୀନ ହୋଇଥିବାବେଳେ ରାଜ୍ୟରେ ମଧ୍ୟ ନବୀନଙ୍କ ନେତୃତ୍ୱରେ ବିଜେଡିକୁ ପଞ୍ଚମ ଥର ପାଇଁ କ୍ଷମତା ମିଳିଛି। କଟକ ଜିଲାରେ ମଧ୍ୟ ନବୀନଙ୍କ ହାୱା ପ୍ରବଳ ବେଗରେ ବହୁଥିବାରୁ ଜିଲାର ମୋଟ ୯ଟି ଆସନ ମଧ୍ୟରୁ ୮ଟି ବିଜେଡି ସପକ୍ଷରେ ଯାଇଥିଲା। ହେଲେ ଏଥିରୁ ବାରବାଟୀ-କଟକ ଆସନ ବାଦ ପଡ଼ିଥିଲା। ଏପରି କି ଜିଲାର ଅଧିକାଂଶ ଆସନରେ କଂଗ୍ରେସ ଅମାନତ ହରାଇଥିବା ବେଳେ ବାରବାଟୀ-କଟକ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟଲାଭ ଏକ ଭିନ୍ନ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି। ମୋଦି-ନବୀନଙ୍କ ହାୱାକୁ ପ୍ରତିହତ କରି ବାରବାଟୀ-କଟକ ଆସନରୁ କଂଗ୍ରେସ ଟିକେଟରେ ବିଜୟଲାଭ କରି ପ୍ରଥମଥର ପାଇଁ ବିଧାନସଭାରେ ପାଦ ଥାପିଥିବା ବିଧାୟକ ମହମ୍ମଦ ମୋକିମଙ୍କ ସହିତ ଧରିତ୍ରୀର ଆଳାପ।

ସମଗ୍ର ଦେଶରେ କଂଗ୍ରେସର ବିପର୍ଯ୍ୟୟ, ହେଲେ କଟକରେ ବିଜୟ, ଏହା କ’ଣ ଆପଣଙ୍କ ଲୋକପ୍ରିୟତା?
ସେମିତି କିଛି ନୁହେଁ। ଏଠି ଦଳ କିମ୍ବା ବ୍ୟକ୍ତିବିଶେଷଙ୍କ ଲୋକପ୍ରିୟତାକୁ ମାପକାଠି ଭାବେ ଧରାଯିବନାହିଁ। କଟକ ଲୋକେ ପରିବର୍ତ୍ତନ ଚାହୁଁଥିଲେ ଓ ବିକଳ୍ପ ଖୋଜୁଥିଲେ। କଟକ ହେଉଛି ରାଜନୈତିକ କ୍ଷେତ୍ରରେ ସଚେତନ ଅଞ୍ଚଳ। ଲୋକଙ୍କ ସହିତ ମୁଁ ଓତପ୍ରୋତ ଭାବେ ଜଡ଼ିତ ଥିଲି। ତେଣୁ ଲୋକେ ମୋତେ ନିର୍ବାଚିତ କରିଛନ୍ତି। ଏଠି ଇସ୍ୟୁ ବେସ୍‌ଡ ପଲିଟିକ୍ସ ହୋଇଥାଏ।

ନବୀନ ଅପରାଜେୟ ରହିବାର କାରଣ କ’ଣ ?
ସତକଥା ହେଉଛି ଓଡ଼ିଶା ରାଜନୀତିରେ ନବୀନଙ୍କ ଠିକ୍‌ ବିକଳ୍ପ ଉଭା ହୋଇ ନ ଥିବାରୁ ସେ ନିରଙ୍କୁଶ ଭାବେ ଶାସନ କ୍ଷମତାକୁ ଫେରୁଛନ୍ତି। ଯେଉଁଦିନ ବିକଳ୍ପ ଛିଡ଼ା ହୋଇଯିବ ସେଦିନ ନବୀନ ଆପେ ଆପେ କ୍ଷମତାରୁ ହଟିଯିବେ।

ନିର୍ବାଚନ ଫଳାଫଳ ପରେ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ଉଠିଛି। ପିସିସି ସଭାପତି ପଦବୀ ଆପଣଙ୍କୁ ଯଚାଗଲେ ଆପଣ ଗ୍ରହଣ କରିବେ?
ମୁଁ ଏବେ ଯେଉଁଠି ଅଛି ଆପଣ ତା’ଠାରୁ ଅଧିକ ତିନିିପାଦ ଆଗର କଥା ପଚାରୁଛନ୍ତି। ସେ କଥା ମୁଁ ବର୍ତ୍ତମାନ ଚିନ୍ତା କରିନାହିଁ। କଟକ ପାଇଁ ମୋର ଅନେକ କିଛି କରିବାର ପ୍ରତିବଦ୍ଧତା ରହିଛି। ତେଣୁ ଆଗ କଟକବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପରେ ପରବର୍ତ୍ତୀ କଥା ଚିନ୍ତା କରିବି।

କଂଗ୍ରେସ ଟିକେଟ ବଣ୍ଟନରେ କିଛି ତ୍ରୁଟି ରହିଲା କି?
ନିଶ୍ଚିତ ତ୍ରୁଟି ରହିଥିଲା। ଯେଉଁ ସମୟରେ ଟିକେଟ ଘୋଷଣା ହେବା କଥା ସେ ସମୟରେ କରାଗଲାନାହିଁ। ଫଳରେ ପ୍ରାର୍ଥୀମାନଙ୍କ ହାତରେ ପ୍ରଚାର ପାଇଁ ସମୟ କମ୍‌ ରହିଲା। ମୋଟାମୋଟି ଭାବେ ଟିକେଟ ବଣ୍ଟନ ପ୍ରକ୍ରିୟା କଂଗ୍ରେସକୁ ଅଧିକ କ୍ଷତି ପହଞ୍ଚାଇଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କ ସମେତ ସମସ୍ତେ ଦାୟୀ।

କଟକ ପାଇଁ ଆପଣଙ୍କ ପ୍ରାଥମିକତା କ’ଣ ?
କଟକରେ ଅନେକ ସମସ୍ୟା ରହିଛି। ମୁଖ୍ୟତଃ ସହରବାସୀଙ୍କୁ ଜଳବନ୍ଦୀ ସମସ୍ୟା ସବୁଠୁ ଅଧିକ ବ୍ୟତିବ୍ୟସ୍ତ କରୁଛି। କଟକ ସହରକୁ ଜଳବନ୍ଦୀରୁ ମୁକ୍ତ କରିବା ମୋର ପ୍ରାଥମିକତା ରହିବ। ଜାଇକା କାର୍ଯ୍ୟ କିଭଳି ଶେଷ ହେବ ସେ ନେଇ ଗୁରୁତ୍ୱ ଦେବା ସହିତ କଟକର ଐତିହ୍ୟ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା କରିବି।

ଆପଣଙ୍କ ବ୍ୟବସାୟିକ ରିୟଲ ଇଷ୍ଟେଟ ସଂସ୍ଥା ଜଳାଶୟ କିସମ ଜମିଗୁଡ଼ିକୁ ପୋତିଥିବା ଅଭିଯୋଗ ହୋଇଥାଏ। କଟକ ଜଳବନ୍ଦୀ ରହିବା ପାଇଁ ଆପଣଙ୍କୁ ମଧ୍ୟ ଦାୟୀ କରାଯିବ କି ?
ଅଜ୍ଞାନମାନେ ଏଭଳି ପ୍ରଶ୍ନ ଉଠାଇଥାନ୍ତି। ସ୍ବଳ୍ପ ଜ୍ଞାନ ଆହରଣ କରି ସେମାନେ ଏଭଳି ଆକ୍ଷେପ କରିଥାନ୍ତି। ସେମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନର ଘୋର ଅଭାବ ରହିଛି।

– ସାକ୍ଷାତ୍‌: ନିର୍ମଳ ପଣ୍ଡା, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri