ରାଜ୍ୟରେ ଦୈନିକ ନିର୍ଯାତନାର ଶିକାର ହେଉଛନ୍ତି ୨୮% ବୟୋଜ୍ୟେଷ୍ଠ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବୟସ ବଢ଼ିଲେ ଅଲୋଡ଼ା ହୋଇପଡ଼ୁଛନ୍ତି ବୟୋଜ୍ୟେଷ୍ଠ। ନା ପିଲାମାନେ ପଚାରୁଛନ୍ତି, ନା ସମାଜ ସେମାନଙ୍କୁ ଆଦର୍ଶ ନାଗରିକଭାବେ ଗ୍ରହଣ କରୁଛି। ତେଣୁ ପ୍ରତି ୪ଜଣରେ ଜଣେ ବରିଷ୍ଠ ନାଗରିକ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଜୀବନର ଅପରାହ୍ନରେ ଅଧିକାଂଶ ବୃଦ୍ଧାବୃଦ୍ଧଙ୍କୁ ନିଃସଙ୍ଗ ଜୀବନ କାଟିବାକୁ ପଡ଼ୁଛି। ଓଡ଼ିଶାରେ ବରିଷ୍ଠ ନାଗରିକମାନଙ୍କ ସ୍ଥିତି ଏବେ ଜଟିଳ ହୋଇଥିବାବେଳେ ରାଜଧାନୀରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। କେବଳ ଭୁବନେଶ୍ୱରର ୪୫%ରୁ ଅଧିକ ବରିଷ୍ଠ ନାଗରିକ ନିର୍ଯାତିତ ଓ ଅବହେଳିତ, ଯାହାକି ଜାତୀୟ ହାରଠାରୁ ବେଶ୍‌ ଅଧିକ ବୋଲି ନିକଟରେ ‘ହେଲ୍‌ପଏଜ୍‌ ଇଣ୍ଡିଆ’ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
ଓଡ଼ିଶାର ୨୮% ବୟୋଜ୍ୟେଷ୍ଠ ଦୈନିକ ନିର୍ଯାତନାର ଶିକାର ହେଉଥିବାବେଳେ ୨୮% ମାସକୁ ଥରେ ଦୁର୍ବ୍ୟବହାରର ସାମ୍ନା କରିଥାନ୍ତି। ସମାଜରେ ୯୯% ଲୋକ ବାର୍ଦ୍ଧକ୍ୟରେ ନିର୍ଯାତିତ ହେଉଥିବା ସ୍ବୀକାର କରିଥିବା ଏହି ସର୍ଭେ ଦର୍ଶାଇଛି। ରାଜ୍ୟର ୩୪% ବରିଷ୍ଠ ନାଗରିକ ଗାଳିଗୁଲଜ ଶୁଣୁଥିବାବେଳେ ୩୯% ନିଜ ପରିବାର ଓ ଆତ୍ମୀୟ ସ୍ବଜନଙ୍କଠାରୁ ସମ୍ମାନ ପାଇ ନ ଥାନ୍ତି। ସେହିଭଳି ୨୮% ଉପେକ୍ଷିତ ଅବସ୍ଥାରେ ରହୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ୫୨% ଘଟଣାରେ ପୁଅ ନିଜ ବାପା, ମା’ଙ୍କୁ ନିର୍ଯାତନା ଦେଉଥିବାବେଳେ ୩୪% ମାମଲାରେ ବୋହୂ ନିର୍ଯାତନା ଦେଇଥାଏ। ବଳକା କ୍ଷେତ୍ରରେ ନାତି, ନାତୁଣୀ, ଝିଅ, ଜ୍ୱାଇଁ, ନିଜ ସ୍ବାମୀ କିମ୍ବା ସ୍ତ୍ରୀ, ଯତ୍ନ ନେଉଥିବା ଲୋକ ଏବଂ ଘରୋଇ ସହାୟକମାନେ ନିର୍ଯାତନା ଦେଇଥାନ୍ତି। ୬୦ବର୍ଷରୁ ଊର୍ଦ୍ଧ୍ୱ ୩୨% ବରିଷ୍ଠ ନାଗରିକ ପରିବାରର ଆତ୍ମସମ୍ମାନ ଦୃଷ୍ଟିରୁ ନିର୍ଯାତନାକୁ ମୁଣ୍ଡ ପାତି ସହିଯାଇଥାନ୍ତି।
ଡିଜିଟାଲ ଯୁଗରେ ନିଃସଙ୍ଗ ବୟୋଜ୍ୟେଷ୍ଠ
ଆଗରୁ ଯୌଥ ପରିବାର ଥିବାବେଳେ ବୟୋଜ୍ୟେଷ୍ଠଙ୍କ ଯତ୍ନ ନେବାକୁ ଏବଂ ସେମାନଙ୍କ ସହ ସମୟ ବିତାଇବାକୁ ଗୋଟିଏ ପରିବାରରେ ଏକାଧିକ ସଦସ୍ୟ ରହୁଥିଲେ। ହେଲେ ଏବେ ଯୁଗ୍ମ ଏକାନ୍ନବର୍ତ୍ତୀ ପରିବାରଗୁଡ଼ିକ ଭାଙ୍ଗିଯିବା ପରେ ବୟୋଜ୍ୟେଷ୍ଠମାନେ ପୁଅ, ବୋହୂ, ଝିଅ, ଜ୍ୱାଇଁ ଏବଂ ନାତି, ନାତୁଣୀଙ୍କ ପାଇଁ ଅଲୋଡ଼ା ହୋଇପଡ଼ୁଛନ୍ତି। ସ୍ମାର୍ଟଫୋନ୍‌ ଓ ଡିଜିଟାଲ ଯୁଗରେ ଯୁବବର୍ଗଙ୍କ ନିକଟରେ ବୟସ୍କଙ୍କ ପାଇଁ ନା ଅଛି ଧୈର୍ଯ୍ୟ ନା ଅଛି ସମୟ। ଫଳରେ ନିଃସଙ୍ଗତା ଯୋଗୁ ସେମାନେ ମାନସିକସ୍ତରରେ ଦୁର୍ବଳ ହେବାସହ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ବାପା, ମା’ଙ୍କୁ ଏକୁଟିଆ ଛାଡ଼ି ପିଲାମାନେ ରାଜ୍ୟ ଏବଂ ଦେଶ ବାହାରେ ଯାଇ ରହୁଛନ୍ତି। ଏଭଳିସ୍ଥଳେ ସେମାନେ ହତ୍ୟା, ଲୁଟ୍‌ ଭଳି ଅପରାଧର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ କେବଳ ଘରେ ନୁହେଁ, ବୟସ୍କ ନାଗରିକମାନେ ରାସ୍ତାଘାଟ ଓ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ଦୁର୍ବ୍ୟବହାରରୁ ବାଦ୍‌ ପଡ଼ୁ ନ ଥିବା କୁହାଯାଉଛି।

ଭୁବନେଶ୍ୱରରେ ସର୍ବାଧିକ ନିର୍ଯାତିତ ବରିଷ୍ଠ
ଭୁବନେଶ୍ୱର ସମେତ ଦେଶର ୨୩ଟି ସହରକୁ ନେଇ କରାଯାଇଥିବା ଏହି ସର୍ଭେରେ ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦେବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଭୁବନେଶ୍ୱର, ଯେଉଁଟି ଜାତୀୟ ହାର ୨୫% ସେଠାରେ ଭୁବନେଶ୍ୱରରେ ୪୫% ନିର୍ଯାତନା ଅଭିଯୋଗ ରହିଛି। ଭୁବନେଶ୍ୱରରେ ୫୨% ବୃଦ୍ଧାବୃଦ୍ଧ ଅସମ୍ମାନ ଓ ଦୁର୍ବ୍ୟବହାରର ଶିକାର ହେଉଥିବାବେଳେ ୩୩% ନିଜ ପରିବାରଜନଙ୍କଠାରୁ ଶାରୀରିକ ଓ ମାନସିକ ନିର୍ଯାତନା ପାଇଥାନ୍ତି। ୨୭% ଆର୍ଥିକସ୍ତରରେ ନିର୍ଯାତିତ ଓ ୧୭% ଅବହେଳାର ସମ୍ମୁଖୀନ ହୋଇଥାନ୍ତି। ଅଧିକାଂଶ କ୍ଷେତ୍ରରେ ବୟସ ବଢ଼ିବା ପରେ ପିଲାମାନେ ବୃଦ୍ଧ ବାପା, ମା’ଙ୍କ ସହ ରହିବାକୁ ପସନ୍ଦ କରୁନାହାନ୍ତି। ବୃଦ୍ଧ ବାପା, ମା’ ସେମାନଙ୍କୁ ଏକ ବୋଝ ଭଳି ଲାଗୁଥିବାରୁ ସେମାନେ ଜାଣତରେ ବା ଅଜାଣତରେ ଦୁର୍ବ୍ୟବହାର କରିବା ଆରମ୍ଭ କରିଥାନ୍ତି। ଏହାଛଡ଼ା ସମ୍ପତ୍ତିକୁ ନେଇ ବିବାଦ ବରିଷ୍ଠ ନାଗରିକ ନିର୍ଯାତନାର ଆଉ ଏକ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ତେବେ ଭୁବନେଶ୍ବରରେ ଦେଶର ସର୍ବାଧିକ ୯୨% ବୟସ୍କ ବ୍ୟକ୍ତି ଦୁର୍ବ୍ୟବହାରର ସାମ୍ନା କରୁଥିବା ଏହି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ସମାଜ, ସିଷ୍ଟମ୍‌ ପ୍ରସ୍ତୁତ ନାହିଁ
ବର୍ତ୍ତମାନ ସମୟରେ ଆମ ସମାଜରେ ଏକ ଛୋଟ ପରିବାର କନ୍‌ସେପ୍ଟ ବିକଶିତ ହୋଇଛି। ସମସ୍ତେ ବାହାରକୁ ବାହାରୁଛନ୍ତି ଓ ଏକୁଟିଆ ରହିବାକୁ ପସନ୍ଦ କରୁଛନ୍ତି। ତେଣୁ ବୃଦ୍ଧ ବାପା, ମା’ମାନେ ସମସ୍ତଙ୍କୁ ବୋଝ ଭଳି ଲାଗୁଛନ୍ତି। ଏହାଛଡ଼ା ଆମ ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ବଢୁଛି। ସେହି ଅନୁଯାୟୀ ଲୋକଙ୍କ ଆବଶ୍ୟକତା ମଧ୍ୟ ବଢୁଛି। ଏତେସଂଖ୍ୟକ ବୃଦ୍ଧାବୃଦ୍ଧଙ୍କୁ ସମ୍ଭାଳିବାକୁ ଆମ ସମାଜ ଓ ସିଷ୍ଟମ୍‌ ଉଭୟ ପ୍ରସ୍ତୁତ ନାହାନ୍ତି। ମୋ ମତରେ ଏହି ଦୁଇଟି କାରଣ ଯୋଗୁ ବରିଷ୍ଠ ନାଗରିକଙ୍କ ଉପରେ ନିର୍ଯାତନା ବଢ଼ୁଛି।
– ଭାରତୀ ଚକ୍ର, ଓଡ଼ିଶା ମୁଖ୍ୟ, ହେଲ୍‌ପଏଜ୍‌ ଇଣ୍ଡିଆ


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri