ରାଜ୍ୟରେ ଜଙ୍ଗଲ ପରିମାଣ ୫୧, ୩୪୫ ବର୍ଗ କି.ମି.

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ଓଡ଼ିଶାରେ ସମ୍ପୂର୍ଣ୍ଣ ଜଙ୍ଗଲର ପରିସୀମା ୫୧ ହଜାର ୩୪୫ ବର୍ଗ କି.ମି. ରହିଛି। ୨୦୧୪ ମସିହା ପୂର୍ବରୁ ଏହା ୫୦ ହଜାର ୩୪୭ ବର୍ଗ କି.ମି. ରହିଥିଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହା କହିଛନ୍ତି। ଭାଜପା ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅଣତାରକା ପ୍ରଶ୍ନ ନଂ.୧୯୦୨ର ଉତ୍ତର ଦେଇ ସେ ଏହା କହିଛନ୍ତି।
ଡେରାଡୁନସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଉପଗ୍ରହ ଜରିଆରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ସର୍ବେକ୍ଷଣ କରାଯାଇଛି। ପ୍ରତି ଦୁଇ ବର୍ଷରେ ଏହିପରି ସର୍ବେକ୍ଷଣ କରାଯାଇ ଜଙ୍ଗଲର ପରିମାଣ ପ୍ରକାଶ କରାଯାଇଥାଏ। ବିଭିନ୍ନ ଯୋଜନାରେ ୨୦୧୪-୧୫ରୁ ଚଳିତ ଅକ୍ଟୋବର ଶେଷ ସୁଦ୍ଧା ୨୪୯୮.୭୦ ହେକ୍ଟରରେ ଚାରା ରୋପଣ କରାଯାଇଥିବା ମନ୍ତ୍ରୀ ଉତ୍ତର ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗରେ ଅଧିକାଂଶ ପଦବୀ ଖାଲି ପଡିଛି। ମଞ୍ଜୁରୀପ୍ରାପ୍ତ ୫୩୭୩ ବନରକ୍ଷୀ ପଦବୀ ମଧ୍ୟରୁ ୧୮୨୭ଟି ଖାଲି ପଡିଛି। ସେହିପରି ୬୭୪ ବନପାଳ, ୪୮ ଉପବନାଞ୍ଚଳ ଅଧିକାରୀ, ୨୧୯ ବନାଞ୍ଚଳ ଅଧିକାରୀ ଏବଂ ୧୭୬ ସହକାରୀ ବନ ସଂରକ୍ଷକ ପଦବୀ ଖାଲି ପଡିଛି। ଏହିପରି ଭାବେ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ୨୯୪୪ ପଦବୀ ଖାଲି ପଡିଛି। ଅଣତାରକା ପ୍ରଶ୍ନ ନଂ-୧୯୩୨ର ଉତ୍ତର ରଖି ମନ୍ତ୍ରୀ ଆରୁଖ ଗୃହରେ ଏହି ତଥ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

ଡହଡହ ଖରାରେ କାମ କରୁଥିଲେ ସୋମନାଥ, ଅଂଶୁଘାତରେ ଚାଲିଗଲା ଜୀବନ; ପରିବାରକୁ ସହାୟତା ଯୋଗାଇ ଦେବାକୁ…

ବଲାଙ୍ଗୀର, ୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଓ୍ବାର୍ଡ ନମ୍ବର ୧୮ ଅନ୍ତର୍ଗତ ତୁଲସୀନଗର ପଡାର ଦୁର୍ଗାମଣ୍ଡପ ପଛପଟେ ରହୁଥିବା ସୋମନାଥ ବନଗୁଲା (୬୫)ଙ୍କ ଶୁକ୍ରବାର ଅଂଶୁଘାତରେ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri