ରାଜ୍ୟର ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା: ସରକାରଙ୍କ ଉପରେ ଏନ୍‌ଜିଟି କ୍ଷୁବ୍ଧ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ସହରାଞ୍ଚଳରୁ ବାହାରୁଥିବା କୁଢ଼କୁଢ଼ ବର୍ଜ୍ୟବସ୍ତୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କ୍ଷୁବ୍ଧ ହୋଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ଦୀର୍ଘମିଆଦୀ ଯୋଜନା କରୁ ନ ଥିବାରୁ ରାଜ୍ୟ ସରକାରଙ୍କୁ ଏନ୍‌ଜିଟି କଡ଼ା ଭର୍ତ୍ସନା କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଏନ୍‌ଜିଟି ସରକାରଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ସତର୍କ କରାଇ ଦେଇଛନ୍ତି। ବର୍ଜ୍ୟବସ୍ତୁ ଯେପରି ପରିବେଶକୁ ତିଳେମାତ୍ର କ୍ଷତି ନ ପହଞ୍ଚାଇବ ସେ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଆସନ୍ତା ସେପ୍ଟେମ୍ବର ୨୫ ସୁଦ୍ଧା ହାଜର ହୋଇ ଜଣାଇବାକୁ ଏନ୍‌ଜିଟି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରାଜ୍ୟ ସରକାର ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଦୀର୍ଘଦିନ ଧରିି ଅଳିଆ ଆବର୍ଜନା ଟ୍ରାନ୍‌ଜିଟ ପଏଣ୍ଟରେ ପଡ଼ିରହୁଛି। ମନଇଚ୍ଛା ଯେଉଁଠି ନାହିଁ ସେଠି ଫିଙ୍ଗି ଦିଆଯାଉଛି। ଫଳରେ ପରିବେଶ ପ୍ରତି ଏହା ଭୟଙ୍କର ବିପଦ ସୃଷ୍ଟି କରୁଛି। ରାଜ୍ୟରେ ୧୧୪ଟି ପୌରାଞ୍ଚଳ ରହିଛି। ଏଥିରେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୧୬.୬୮% ଲୋକ ବାସ କରୁଛନ୍ତି। ରାଜ୍ୟରେ ୫ଟି ମହାନଗର ନିଗମ ଥିବାବେଳେ ୪୮ ମ୍ୟୁନିସିପାଲିଟି ଏବଂ ୬୧ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ଏହିସବୁ ସହରାଞ୍ଚଳରୁ ବାର୍ଷିକ ୯୮ ନିୟୁତ ଟନ୍‌ ବର୍ଜ୍ୟବସ୍ତୁ ବାହାରୁଛି ବୋଲି ରାଜ୍ୟ ସରକାର ଏନ୍‌ଜିଟିକୁ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେଥିରୁ ମାତ୍ର ୨୨.୭% ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଥିବା ସରକାର ଦର୍ଶାଇଛନ୍ତି। ଏନ୍‌ଜିଟିଙ୍କ କଡ଼ା ତାଗିଦ୍‌ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ଠିକ୍‌ ଢଙ୍ଗରେ ପରିଚାଳନା କରିବାକୁ ଅଣ୍ଟା ଭିଡ଼ିଛି। ବିଭାଗୀୟ ସଚିବଙ୍କ ସମେତ ୧୩ଜଣ ଅଧିକାରୀ ଚେନ୍ନାଇରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବୁଲି ଦେଖିଛନ୍ତି। ଚେନ୍ନାଇ ଢାଞ୍ଚାରେ ଏଣିକି ରାଜ୍ୟର ସହରଗୁଡ଼ିକୁ ବର୍ଜ୍ୟବସ୍ତୁ ମୁକ୍ତ କରାଯିବ। ଆଉ କେଉଁଠି ଅଳିଆ ଗଦା ହୋଇ ରହିବ ନାହିଁ। ସଂଗ୍ରହ ହେବା ସହିତ ବର୍ଜ୍ୟବସ୍ତୁଗୁଡ଼ିକୁ ଅଲଗା କରି ତୁରନ୍ତ ନଷ୍ଟ କରାଯିବ। କୌଣସି ସ୍ଥାନରେ ଆଉ ପକାଇ ରଖାଯିବ ନାହିଁ। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଟିଂ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି କାର୍ଯ୍ୟରେ ମହିଳା ସ୍ବେଚ୍ଛାସେବୀ ସଂସ୍ଥାକୁ ନିୟୋଜିତ କରାଯିବ। ସେମାନଙ୍କ ମଧ୍ୟରୁ ୨୬୦୦ ସ୍ବଚ୍ଛସାଥୀ ଏବଂ ୬୫୦ ସୁପରଭାଇଜରଙ୍କୁ ଜନସଚେତନ ଓ ପ୍ଲାଣ୍ଟ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବ। ପ୍ରତି ୬୦୦ ଜନସଂଖ୍ୟାରେ ଜଣେ ସ୍ବଚ୍ଛସାଥୀ ନିୟୋଜିତ ହେବେ। ପନିପରିବା ଚୋପା, ବିଭିନ୍ନ ଫଳମୂଳ ଓ ଶୀଘ୍ର ନଷ୍ଟ ହେଉଥିବା ବର୍ଜ୍ୟବସ୍ତୁକୁ ଜୈବିକ ଖତରେ ପରିଣତ କରାଯିବ। ସେହି ଖତଗୁଡିକକୁ ଚାଷୀଙ୍କୁ ଯୋଗାଇ ଦିଆଯିବ। ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୃଥକ୍‌ କରାଯାଇ ପ୍ରୋସେସିଂ ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ରସ୍ତୁତ କାରଖାନାକୁ ପଠାଯିବ। ଏ ବାବଦରେ ଯେଉଁ ଅର୍ଥ ଆୟ ହେବ ସେସବୁକୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। କୋଟପାଡ ଏନ୍‌ଏସିକୁ ସମ୍ପୂର୍ଣ୍ଣ ବର୍ଜ୍ୟବସ୍ତୁ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି। କଟକ ଓ ଭୁବନେଶ୍ୱର ମହାନଗରରେ ଯଥାକ୍ରମେ ୧୨ ଓ ୩୫ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ଆରମ୍ଭ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ସହରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯିବ ବୋଲି ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri