ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ିି ଦୁର୍ଘଟଣାଗ୍ରସ୍ତ

ବାରିପଦା ଅଫିସ,୧୯ା୧୦- ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଅଛନ୍ତି। ରାଜ୍ୟପାଳ ଉଦଳା ଧାନଘେରା ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଶୁକ୍ରବାର ବାରିପଦା ଫେରିବା ବେଳେ ତାଙ୍କର ଏସ୍କର୍ଟ ଗାଡ଼ିି ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୁଣ୍ଟା ନିକଟସ୍ଥ ପୁରୁଣାପାଣି ଛକ ଠାରେ ଅପରାହ୍ନ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ଥିବା ପ୍ରାୟ ୭ ଜଣ ସୁରକ୍ଷା କର୍ମଚାରୀ ଓ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ,ଏସ୍କର୍ଟ-୧ ଗାଡ଼ିି ସମ୍ମୁଖକୁ ହଠାତ୍‌ ଜଣେ ସାଇକଲ ଚାଳକ ଚାଲି ଆସିବାରୁ ଡ୍ରାଇଭର ବ୍ରେକ୍‌ ମାରିଥିଲେ। ଫଳରେ ପଛରେ ଥିବା ଏସ୍କର୍ଟ-୨ ଗାଡ଼ି ପଛପଟୁ ଏସ୍କର୍ଟ-୧ ଗାଡ଼ିିକୁ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଡୁକୁରା ଫାଣ୍ଡିରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟପାଳ ଶୁକ୍ରବାର ବାରିପଦାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ଶନିବାର ପୂର୍ବାହ୍ନ ୧୧ଟା ୩୦ରେ କରଞ୍ଜିଆ ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦୁଝର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri