Posted inଜାତୀୟ

ରାଜ୍ୟ ସଭାରେ ସରୋଗେସି ବିଲ୍‌: ସର୍ତ୍ତ କୋହଳ ଲାଗି ଦାବି

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ସରୋଗାସି (ରେଗୁଲେଶନ) ବିଲ୍‌-୨୦୧୯ ଆଗତ କରାଯାଇଛି। ଏହା ଦେଶରେ ସରୋଗାସିକୁ ନିୟନ୍ତ୍ରଣ କରିବାରେ ସଫଳ ହେବ ବୋଲି କହି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହାକୁ ଏକ ଗେମ୍‌ ଚେଞ୍ଜର ବୋଲି ମତ ଦେଇଛନ୍ତି। ହେଲେ ଏହି ବିଲ୍‌ରେ ରହିଥିବା କେତେକ ସର୍ତ୍ତ କୋହଳ ଲାଗି ବିଭିନ୍ନ ଦଳ ପକ୍ଷରୁ ଦାବିହୋଇଛି। ଆଲୋଚନାରେ ଭାଗନେଇ ଭାଜପା ନେତା ଏହାକୁ ପୁଣି ଷ୍ଟାଣ୍ଡିଂ କମିଟି ପାଖକୁ ପଠାଇବା ଲାଗି ମତ ଦେଇଥିଲେ। ବିଜେଡି ସଦସ୍ୟ ଅମର ପଟ୍ଟନାୟକ ଷ୍ଟାଣ୍ଡିଂ କମିଟିର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁ ଗ୍ରହଣ କରାଯାଇ ନ ଥିବାରୁ ଏହାର ପୁନଃସମhୀକ୍ଷା କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ। ଜେଡିୟୁ ନେତା କେ. ପରଓ୍ବିନ, ଡିଏମ୍‌କେ ନେତା ପି. ଓ୍ବିଲ୍‌ଶନ୍‌ ପ୍ରମୁଖ ଏହାକୁ ବିରୋଧ କରିବା ସହ ସଂସଦୀୟ ସ୍ଥାୟୀ କମିଟିକୁ ପଠାଇବା ଲାଗି ମତ ଦେଇଥିଲେ। ପ୍ରକାଶଥାଉ କି, ଏହି ବିଲ୍‌ ଲୋକ ସଭାରେ ମୌସୁମୀ ଅଧିବେଶନରେ ପାସ୍‌ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ନାସାର ଆର୍ଟେମିସ-୨: ଐତିହାସିକ ୧୦ ଦିନିଆ ଚନ୍ଦ୍ର ଯାତ୍ରା ପରେ ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୧।୪: ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ…

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri