Posted inଜାତୀୟ

ରାଜ୍ୟ ସଭାରେ ଏସ୍‌ପିଜି ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୪ା୧୨(ପି.ଟି.): ଏସ୍‌ପିଜି ସଂଶୋଧନ ବିଲ୍‌ ମଙ୍ଗଳବାର ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିରୋଧୀ ଦଳଗୁଡିକ କରିଥିବା ଅଭିଯୋଗକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପ୍ରତ୍ୟାଖ୍ୟାନ କରିଥିଲେ। କେବଳ ଗାନ୍ଧୀ ପରିବାର ନୁହେଁ, ସମସ୍ତ ୧୩୦ କୋଟି ଭାରତୀୟଙ୍କ ସୁରକ୍ଷା ପାଇଁ ସରକାର ଚିନ୍ତିତ ବୋଲି ଶାହା କହିଥିଲେ। ସରକାର ଉଦ୍ଦେଶ୍ୟମୂଳକ ଭାବେ କୌଣସି ପଦକ୍ଷେପ ନେଉନାହାନ୍ତି। ଅତୀତରେ କଂଗ୍ରେସ ଏଭଳି କେତେକ ନିଷ୍ପତ୍ତି ନେଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ, ଆଇ.କେ. ଗୁଜରାଲ, ଚନ୍ଦ୍ରଶେଖର, ଏଚ୍‌.ଡି. ଦେବେଗୌଡା ଏବଂ ମନମୋହନ ସିଂଙ୍କ ସୁରକ୍ଷାର ସମୀକ୍ଷା ବେଳେ କୌଣସି ଆଲୋଚନା ହୋଇ ନ ଥିଲା। ସୁରକ୍ଷା କାହାର ବ୍ୟକ୍ତିଗତ ପ୍ରତିଷ୍ଠାର ପ୍ରତୀକ ଭାବେ ଦେଖାଯିବା ଉଚିତ ନୁହେଁ ବୋଲି ଶାହା କହିଥିଲେ। ଏସ୍‌ପିଜି ଆଇନରେ ସଂଶୋଧନକୁ ବିରୋଧ କରି କଂଗ୍ରେସ କକ୍ଷତ୍ୟାଗ କରିଥିଲା।

ବିଧେୟକକୁ ବିଜେଡିର ସମର୍ଥନ
ଏସ୍‌ପିଜି ସଂଶୋଧନ ବିଲ୍‌କୁ ବିଜେଡି ସମର୍ଥନ ଜଣାଇଛି। ଗାନ୍ଧୀ ପରିବାରରୁ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ନେଇ କଂଗ୍ରେସ ଜୋରଦାର ବିରୋଧ ପ୍ରଦର୍ଶନ କରୁଛି। ତେବେ ଏହି ପରିବାରକୁ ଏସ୍‌ପିଜି ସୁରକ୍ଷା ମିଳିବାର କୌଣସି ଯଥାର୍ଥତା ସେ ଦେଖୁନାହାନ୍ତି ବୋଲି ରାଜ୍ୟ ସଭାରେ ଏ ସମ୍ପର୍କିତ ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ। ରାଜ୍ୟ ସଭାରେ ଗୃହୀତ ହୋଇଥିବା ବିଲ୍‌ ଅନୁଯାୟୀ କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହ ସରକାରୀ ବାସଭବନରେ ରହୁଥିବା ପରିବାରକୁ ଏସ୍‌ପିଜି ସୁରକ୍ଷା ମିଳିବ। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହ ସରକାରୀ ବାସଭବନରେ ରହୁଥିବା ପରିବାର ସଦସ୍ୟଙ୍କୁ କ୍ଷମତାରୁ ଯିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ଯୋଗାଇ ଦିଆଯିବ।

ଗୃହରେ ପିଆଜ ଝଡ଼
ପିଆଜର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ମଙ୍ଗଳବାର ରାଜ୍ୟ ସଭାରେ ତୁମ୍ବିତୋଫାନ ହୋଇଛି। ପିଆଜ ଦର ହୁହୁ ହୋଇ ବଢ଼ୁଥିବାବେଳେ ସରକାର ନୀରବଦ୍ରଷ୍ଟା ସାଜିଥିବାରୁ ମହଜୁଦକାରୀ ପରିସ୍ଥିତିର ଫାଇଦା ଉଠାଉଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ୧୨୦ ଟଙ୍କା ଛୁଇଁଲାଣି ବୋଲି ଶୂନ୍ୟକାଳରେ ସିପିଏମ୍‌ ସଦସ୍ୟ କେ.କେ. ରାଗେଶ କହିଥିଲେ। ଗୋଦାମରେ ୩୨ ହଜାର ଟନ୍‌ ପିଆଜ ପଚିଗଲା। ଏହାକୁ ବଜାରକୁ ଛଡ଼ାଯାଇଥିଲେ ଦରକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା ବୋଲି ସେ କହିଥିଲେ। ପ୍ରତିବର୍ଷ ଅକ୍ଟୋବର-ନଭେମ୍ବରରେ ପିଆଜ ଦର ବଢ଼ୁଥିବା ଜାଣି ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି ସିପିଏମ୍‌ ଏମ୍‌ପି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନା ବିମାନ କ୍ରାଶ୍‌: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୧୩।୬: ଶନିବାର ଆସାମର ଜୋରହାଟରେ ଏକ ଭାରତୀୟ ବାୟୁସେନା (IAF) AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ପାଞ୍ଚ ଜଣ ବାୟୁସେନା କର୍ମଚାରୀ ପ୍ରାଣ ହରାଇଛନ୍ତି।…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri