Posted inଜାତୀୟ

ରାଜ୍ୟ ସଭା ପାଇଁ ସବୁ ଖେଳ

ନୂଆଦିଲ୍ଲୀ,୧୨ା୩: ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭାର ୫୫ ଆସନ ପାଇଁ ନିର୍ବାଚନ ହେବ। ଏପ୍ରିଲରେ ଉଚ୍ଚ ସଦନର ୫୫ ସଦସ୍ୟ ଅବସର ନେବା ପରେ ଖାଲି ହେବାକୁ ଥିବା ୧୭ ରାଜ୍ୟର ଏହି ଆସନଗୁଡ଼ିକରେ ଭୋଟ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୧୩। ଅବସର ନେବାକୁ ଥିବା ପ୍ରମୁଖ ସଦସ୍ୟମାନେ ହେଲେ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ(ଜେଡିୟୁ), କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ(ଆର୍‌ପିଆଇ), ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ (ଭାଜପା), କୁମାରୀ ଶୈଲଜା (କଂଗ୍ରେସ) ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ (କଂଗ୍ରେସ)। ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ମହାରାଷ୍ଟ୍ରର ୭ ଓ ତାମିଲନାଡୁର ୬। ସେହିପରି ପଶ୍ଚିମବଙ୍ଗ ଓ ବିହାରର ୫, ଓଡ଼ିଶା ଓ ଗୁଜରାଟର ୪, ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩, ତେଲଙ୍ଗାନା, ଛତିଶଗଡ଼, ହରିୟାଣା ଓ ଝାଡ଼ଖଣ୍ଡର ୨ ଏବଂ ହିମାଚଳ ପ୍ରଦେଶ, ମଣିପୁର ଓ ମେଘାଳୟର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ କରାଯିବ। ଏହି ଆସନଗୁଡ଼ିକ ମଧ୍ୟରୁ ଅଧିକାଂଶ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ହାତକୁ ଯିବାକୁ ଥିବାବେଳେ ଅଧିକ ଆସନ ହାତେଇବା ପାଇଁ ଉଭୟ ଦଳ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ଏଭଳି ସମୟରେ କଂଗ୍ରେସରେ ବିଦ୍ରୋହ ଘଟାଇ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିଜ ସପକ୍ଷକୁ ଆଣିବାରେ ସଫଳ ହୋଇଛି ଭାଜପା। ଜ୍ୟୋତିରାଦିତ୍ୟଙ୍କ ପରେ ଏବେ ଗୈରିକ ଦଳର ରାଡାରରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରହିଥିବା କୁହାଯାଉଛି। ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଭାଜପା ଜ୍ୟୋତିରାଦିତ୍ୟଙ୍କ ଉପରେ ବର୍ଷକ ତଳେ ନଜର ରଖିବା ଆରମ୍ଭ କରିଥିଲା। ଏଥିପାଇଁ ଜ୍ୟୋତିରାଦିତ୍ୟ ବିଭିନ୍ନ ପ୍ରସଙ୍ଗରେ ନିଜ ଦଳ କଂଗ୍ରେସଠାରୁ ଭିନ୍ନମତ ପୋଷଣ କରି କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିଲେ। ମଧ୍ୟପ୍ରଦେଶର ୩ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଭାଜପା ଏବଂ କଂଗ୍ରେସ ପାଇଁ ଗୋଟିଏ ଲେଖାଏ ଆସନରେ ଜିତିବା ସହଜ ଥିଲା। ହେଲେ ତୃତୀୟ ଆସନ ପାଇଁ ଦିଗ୍‌ବିଜୟ ସିଂ ଦାବିଦାର ଥିବାବେଳେ ଜ୍ୟୋତିରାଦିତ୍ୟ ଏହି ଆସନ ମାଗିଥିଲେ। କଂଗ୍ରେସ ହାଇକମାଣ୍ଡ ତାଙ୍କ କଥା ନ ଶୁଣିବାରୁ ଭାଜପା ଏହାର ସୁଯୋଗ ନେଇ ଜ୍ୟୋତିରାଦିତ୍ୟଙ୍କୁ କଂଗ୍ରେସଠାରୁ ଅଲଗା କରିବାରେ ସକ୍ଷମ ହେଲା ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନ କଂଗ୍ରେସରେ ବିଦ୍ରୋହର ସ୍ବର ଉଠିଲାଣି। ସଚିନ ପାଇଲଟଙ୍କ ଗୋଷ୍ଠୀର ଅନେକ ବିଧାୟକ ଖୋଲାଖୋଲି ଭାବେ ହାଇକମାଣ୍ଡଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କଲେଣି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅନୁଗତମାନେ ପାଇଲଟଙ୍କୁ ଅପମାନିତ କରିବା ଲାଗିରହିଲେ ସେମାନେ ଭାଜପାରେ ଯୋଗଦେବେ ବୋଲି ଚେତାବନୀ ଦେଇଛନ୍ତି। ଏପରି ହେଲେ ଗେହଲଟ ସରକାର ମଧ୍ୟ ସଂଖ୍ୟାଲଘୁ ଅବସ୍ଥାକୁ ଚାଲିଯିବା ବଡ଼କଥା ନୁହେଁ। କାରଣ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନଭାରେ କଂଗ୍ରେସର ୧୦୦ ସଦସ୍ୟ ଥିବାବେଳେ କିଛିମାସ ତଳେ ବିଏସ୍‌ପିର ୬ ବିଧାୟକ କଂଗ୍ରେସରେ ଯୋଗଦେଇଥିଲେ। ଅନ୍ୟ ୧୪ ବିଧାୟକ ଗେହଲଟ ସରକାରକୁ ସମର୍ଥନ କରୁଛନ୍ତି। ସିନ୍ଧିଆଙ୍କ ଭଳି ପାଇଲଟ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ଦଳରେ ଗୋଷ୍ଠୀକନ୍ଦଳ ଲାଗିରହିଛି। ବିଭିନ୍ନ ସମୟରେ ଭିଡ଼ହିଂସା ଓ ଶିଶୁ ମୃତ୍ୟୁ ଭଳି ପ୍ରସଙ୍ଗରେ ଗେହଲଟ ଓ ପାଇଲଟ ମୁହଁାମୁହିଁ ହୋଇଛନ୍ତି। ତେଣୁ ରାଜସ୍ଥାନ କଂଗ୍ରେସରେ ବିଭାଜନ ସୃଷ୍ଟି କରି ଗେହଲଟଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଭାଜପା ଉଦ୍ୟମ କରୁଥିବା କୁହାଯାଉଛି। ଏପରି ହେଲେ କଂଗ୍ରେସ ହାତରୁ ଆଉ ଗୋଟିଏ ରାଜ୍ୟ ଖସିଯିବା ସହ ରାଜ୍ୟ ସଭା ନିର୍ବାଚନରେ ମଧ୍ୟ ଭାଜପାକୁ ଅଧିକ ଆସନ ମିଳିବ।
ନିକଟରେ ଝାଡ଼ଖଣ୍ଡରେ କ୍ଷମତାସୀନ ହୋଇଥିବା ହେମନ୍ତ ସୋରେନ ମଧ୍ୟ ଭାଜପାର ରାଡାରରେ ରହିଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଏବଂ କଂଗ୍ରେସ ମେଣ୍ଟରେ ଫାଟ ସୃଷ୍ଟି କରିବା ଲାଗି ଭାଜପା ପ୍ରାଣପଣେ ଉଦ୍ୟମ କରୁଥିବା ଜଣାପଡ଼ିଛି। ହେମନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବାବୁଲାଲଙ୍କ ଘରକୁ ଯାଇ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ତେଣୁ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ହେମନ୍ତ କଂଗ୍ରେସର ହାତ ଛାଡ଼ି ପଦ୍ମ ଆଡ଼କୁ ଢ଼ଳିଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ବାବୁଲାଲଙ୍କ ଜଣେ ଘନିଷ୍ଠ ସହଯୋଗୀ ପ୍ରକାଶ କରିଛନ୍ତି। ନିକଟରେ ବାବୁଲାଲ ମାର୍ଣ୍ଡିଙ୍କୁ ଦଳକୁ ଫେରାଇ ଆଣିବା ଭାଜପାର ଏକ ବଡ଼ ଗେମ୍‌ ପ୍ଲାନ୍‌ ବୋଲି କୁହାଯାଉଛି। ୨୦୦୯ରେ ହେମନ୍ତଙ୍କ ବାପା ଶିବୁ ସୋରେନଙ୍କୁ ସରକାର ଗଠନ ପାଇଁ ଭାଜପା ସମର୍ଥନ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri