ରାଜ୍ୟ ସଭା ନିର୍ବାଚନ: ଚତୁର୍ଥ ଆସନ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡିଶାରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ ଆସନ୍ତା ୨୬ରେ ନିର୍ବାଚନ ହେବ। ଇତି ମଧ୍ୟରେ ବିଜେଡି ଏହି ସମସ୍ତ ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରି ଦେଇଛି। ଭାଜପା ପ୍ରାର୍ଥୀ ଦେବ ନା ନାହିଁ ସେନେଇ କୌଣସି ସୂଚନା ଦଳ ପକ୍ଷରୁ ଦିଆଯାଉନାହିଁ। ସଂଖ୍ୟା ହିସାବ ଦେଖିଲେ ଭାଜପା ପ୍ରାର୍ଥୀ ଦେଇ ନ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେବାରେ ଲାଗିଛି। ଅପରପକ୍ଷରେ ଆବଶ୍ୟକ ସଂଖ୍ୟା ନଥିବା କାରଣରୁ କଂଗ୍ରେସ ଭୋଟିଂ ପ୍ରକ୍ରିୟାରୁ ବିରତ ରହିବ ବୋଲି ଶନିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେବା ପରେ ବିଜେଡିର ଚତୁର୍ଥ ଆସନର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
ରାଜ୍ୟ ସଭା ଗଣିତ ଅନୁଯାୟୀ ବିଧାୟକଙ୍କ ଭୋଟ ସଂଖ୍ୟା (୧୪୭x୧୦୦/୪+୧)+୧ ଅଟେ। ସେହି ଅନୁସାରେ ଦେଖିଲେ ଏଠାରେ ୧୪୭ ବିଧାୟକ ହେଉଛନ୍ତି ଭୋଟର। ଆସନ ସଂଖ୍ୟା ହେଉଛି ୪। ଅର୍ଥାତ୍‌ ହିସାବ ଅନୁଯାୟୀ ଜଣେ ପ୍ରାର୍ଥୀଙ୍କୁ ୨୯୪୧ ଭୋଟ ଆବଶ୍ୟକ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ଭୋଟକୁ ୧୦୦ ବୋଲି ହିସାବ କରାଯିବ। ଅର୍ଥାତ୍‌ ଜଣେ ପ୍ରାର୍ଥୀକୁ ୩୦ଜଣଙ୍କ ଭୋଟ ଆବଶ୍ୟକ ରହିଛି। ଏହି ଅନୁସାରେ ବିଜେଡିର ୩ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଯିବେ। ୪ର୍ଥ ପ୍ରାର୍ଥୀ ପାଇଁ ଆବଶ୍ୟକ ଭୋଟ ଶାସକ ଦଳ ପାଖରେ ନାହିଁ। ବିଧାନସଭାରେ ଶାସକ ଦଳର ମୋଟ ବିଧାୟକଙ୍କ ସଂଖ୍ୟା ୧୧୩ ଥିବାବେଳେ ୪ର୍ଥ ପ୍ରାର୍ଥୀ ପାଇଁ ମାତ୍ର ୨୩ଟି ଭୋଟ ରହିବ, ଆବଶ୍ୟକ ୭ ଭୋଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ ଭାଜପାର ବିଧାନସଭାରେ ସଦସ୍ୟ ସଂଖ୍ୟା ୨୩ ରହିଛି, ତେଣୁ ଯଦି ମୁଖ୍ୟ ବିରୋଧୀ ଦଳ ତରଫରୁ ପ୍ରାର୍ଥୀ ଦିଆଯାଏ ସେମାନଙ୍କୁ ମଧ୍ୟ ୭ଟି ଭୋଟର ଆବଶ୍ୟକତା ରହିବ। ଅପରପକ୍ଷରେ କଂଗ୍ରେସର ୯ଜଣ ବିଧାୟକ ଥିବାବେଳେ ଏମାନଙ୍କ ଭୋଟ ବହୁ ଗୁରୁତ୍ୱ ବହନ କରିବ। ହେଲେ ଦଳ ପ୍ରାର୍ଥୀ ଦେଉ ନ ଥିବାରୁ ଭୋଟିଂ ପ୍ରକ୍ରିୟାରୁ ବିରତ ରହିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ନିରଞ୍ଜନଙ୍କ ଏପରି ସୂଚନା ଶାସକ ଦଳକୁ ବେଶ୍‌ ସୁହାଇବ ବୋଲି ସଂଖ୍ୟା ହିସାବରୁ ଜଣାପଡୁଛି। ଅନ୍ୟପଟେ ସିପିଆଇ(ଏମ୍‌) ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଏକ ପ୍ରକାର ବିଜେଡି ସପକ୍ଷରେ ରହିବ ବୋଲି କୁହାଯାଉଥିବା ବେଳେ ଉଭୟ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନ ଥିବା ଧରିତ୍ରୀକୁ କହିଛନ୍ତି। ଯଦିଓ ବିଜେଡି ସପକ୍ଷରେ ଅନ୍ୟ ଦଳର ଭୋଟ ପଡ଼ିବାର ସମ୍ଭାବନା ରହିଛି ଭାଜପା କ୍ଷେତ୍ରରେ ସେଭଳି ଆଶା କମ୍‌। ଅନ୍ୟପଟେ ବିଜେଡି ଏବଂ ଭାଜପାର ସମାନ ସମାନ ଭୋଟ ହେଲେ ମଧ୍ୟ ଦ୍ୱିତୀୟ ପସନ୍ଦ ଭୋଟରେ ବିଜେଡିର ୪ର୍ଥ ପ୍ରାର୍ଥୀ ନିଶ୍ଚିତ ବିଜୟୀ ହେଉଥିବା ଜଣାପଡିଛି।
ଅନ୍ୟପଟେ ଦେଖିଲେ ସିପିଆଇ(ଏମ୍‌) ବିଧାୟକ ପୂର୍ବରୁ ଭୋଟିଂରେ ଭାଗ ନେବ ନାହିଁ ବୋଲି କହିବାପରେ କଂଗ୍ରେସ ମଧ୍ୟ ଏହି ପ୍ରକ୍ରିୟାରୁ ଓହରିଛି। ପ୍ରାର୍ଥୀ ଦେବାକୁ ହେଲେ ଗୋଟିଏ ଦଳକୁ ସର୍ବନିମ୍ନ ୧୦ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡେ। ଯେହେତୁ ସିପିଆଇ(ଏମ୍‌) ରାଜି ହେଲାନାହିଁ ସେହି ଅନୁଯାୟୀ ୯ଜଣ ବିଧାୟକରେ କଂଗ୍ରେସ ପ୍ରାର୍ଥୀ ଦେବାରୁ ଅସମର୍ଥ ହୋଇ ଏଭଳି ନିଷ୍ପତ୍ତି ନେଇଛି। ଯଦି ୧୦ଜଣ ବିଧାୟକଙ୍କ ଭୋଟ ନ ଦିଅନ୍ତି, ସେକ୍ଷେତ୍ରରେ ରାଜ୍ୟ ସଭା ଅଙ୍କରେ ପରିବର୍ତ୍ତନ ହେବ। ଭୋଟର ସଂଖ୍ୟା ୧୩୭ଜଣ ହୋଇଯିବ, ସେହି ଦୃଷ୍ଟିରୁ ହିସାବ କରାଗଲେ ଜଣେ ପ୍ରାର୍ଥୀକୁ ବିଜୟୀ ହେବାକୁ ୨୮ଟି ଭୋଟର ଆବଶ୍ୟକତା ପଡିବ। ଏମିତି ହେଲେ ୪ଜଣ ପ୍ରାର୍ଥୀ ଜିତିବାକୁ ବିଜେଡିକୁ ୧୧୨ଟି ଭୋଟର ଆବଶ୍ୟକତା ପଡିବ, ଯାହା ଶାସକ ଦଳ ନିକଟରେ ରହିଛି। ଏହାବାଦ୍‌ ବିଜେଡି ପାଖରେ ଆଉ ଗୋଟିଏ ଭୋଟ ବଳକା ପ଼ଡିବ।
ସେହିପରି ଭାଜପା ନିକଟରେ ଆବଶ୍ୟକ ସଂଖ୍ୟା ନ ଥିବାବେଳେ ଦଳ ତରଫରୁ ପ୍ରାର୍ଥୀ ଦିଆଯିବ ନା ନାହିଁ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଏନେଇ ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବେ। ସିଆଡୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ ଖୁବ୍‌ଶୀଘ୍ର ଜଣାଇ ଦିଆଯିବ। କିନ୍ତୁ କୌଣସି ଦଳକୁ ସମର୍ଥନ ଦେବାର ନାହିଁ ବୋଲି ସମୀର ଜଣାଇ ଦେଇଛନ୍ତି। ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ, ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଦେଇ ହାରିବାକୁ ଚାହୁଁନାହିଁ। ପରାଜିତ ହେବା ଅପେକ୍ଷା ପ୍ରାର୍ଥୀ ନ ଦେବାକୁ ଦଳ ପସନ୍ଦ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବିଜେଡି ସବୁ ଆସନ ହାତେଇବାର ସମ୍ଭାବନା ଉଜ୍ୱଳ ଥିବାବେଳେ ଭାଜପା ସତ ମାନିବାକୁ ଅମଙ୍ଗ ବୋଲି ଚାରିଆଡେ ଗୁଞ୍ଜରଣ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri