ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଉତ୍ସବ ପାଳିତ ଅତୀତର ସଂରକ୍ଷଣ ଏକାନ୍ତ ଆବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ଓଡ଼ିଶାର ଇତିହାସ ଓ ଐତିହ୍ୟ ବେଶ୍‌ ସମୃଦ୍ଧ। ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଭବିଷ୍ୟତର ପଥ ନକ୍ସା ପ୍ରସ୍ତୁତିରେ ଅତୀତର ବିଶେଷ ଭୂମିକା ରହିଛି। କାଳଜୟୀ ସଂସ୍କୃତି ଓ ପରମ୍ପରା ଆମ ଅସ୍ମିତା ଓ ପରିଚୟର ପ୍ରମୁଖ ଉପାଦାନ। ଏହାର ସଂରକ୍ଷଣ, ସୁରକ୍ଷା, ବ୍ୟାଖ୍ୟାନ ଓ ବିଶ୍ଳେଷଣ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରକାଶ କରିଛନ୍ତି। ରବିବାର ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୨ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଉତ୍କର୍ଷର ଅନ୍ୟନାମ ହେଉଛି ଉତ୍କଳ। ସୃଜନ ଓ କଳା କ୍ଷେତ୍ରରେ ଉତ୍କଳ ସାରା ବିଶ୍ୱରେ ପ୍ରତିଷ୍ଠିତ। ଏହାକୁ ଅବ୍ୟାହତ ରଖିବା ଆମର ଦାୟିତ୍ୱ। ସମ୍ପ୍ରତି ରାଜ୍ୟ ସରକାର ଯେଭଳି ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀକ୍ଷେତ୍ର, ଏକାମ୍ର କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ତାହା ଅଭିନନ୍ଦନୀୟ। ଓଡ଼ିଶା ନିଶ୍ଚୟ ସାରା ପୃଥିବୀର ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ରାଜ୍ୟପାଳ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସଂଗ୍ରହାଳୟ ସହିତ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଯୋଡ଼ିହୋଇ ରହିଛି ବୋଲି କହିବା ସହ ଏହାକୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ତୀର୍ଥଭୂମି ବୋଲି ଅଭିହିତ କରିଥିଲେ। ଆମର ଅସ୍ମିତା ଓ ସ୍ବାଭିମାନର ମୂକସାକ୍ଷୀ ଭାବରେ ରାଜ୍ୟ ସଂଗ୍ରହାଳୟର ଭୂମିକା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ମହାଡାକପାଳ ସନ୍ତୋଷ କମିଲା, ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ଓ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ‘ପୋଷ୍ଟାଲ୍‌ ହେରିଟେଜ୍‌ ଅଫ୍‌ ଓଡ଼ିଶା ଗ୍ୟାଲେରି’ କାର୍ଯ୍ୟକ୍ରମରେ ଉଦ୍‌ଘାଟିତ ହୋଇଥିଲା। ଏହାସହ ନୂତନ ସଂଗୃହୀତ କଳା ସାମଗ୍ରୀର ପ୍ରଦର୍ଶନୀ, ଏକ ପୁସ୍ତକ ଅଧ୍ୟୟନ କେନ୍ଦ୍ର ଓ ଅଚ୍ୟୁତରାଜପୁରର ବୌଦ୍ଧ ବ୍ରୋଞ୍ଜ ସ୍ଥାପତ୍ୟ ଗ୍ୟାଲେରି ଲୋକାର୍ପିତ ହୋଇଥିଲା। ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ନାଲ୍‌ର ନୂତନ ସଂଖ୍ୟା, ବିଶିଷ୍ଟ ଐତିହାସିକ ଡ. ସତ୍ୟନାରାୟଣ ରାଜଗୁରୁଙ୍କ କୃତିତ୍ୱ ଆଧାରିତ ଇଂରାଜି ପୁସ୍ତକ, ଡାକ ବିଭାଗ, ଓଡ଼ିଶା ସର୍କଲ ଦ୍ୱାରା ନୂତନ ଲଫାପା ଏବଂ ମଥୁରାନାଥ ଦାସଙ୍କ ସମ୍ପାଦିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବକ୍ତୃତାମାଳା ସଂକଳନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଥିଲା। ଉତ୍କଳ ରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ଏକ ତୈଳଚିତ୍ର ମଧ୍ୟ ଅନାବରଣ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଗ୍ରହାଳୟର ସେବା ନିବୃତ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ କଳା ସାମଗ୍ରୀ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri