ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଉଦ୍ୟମ, ବିଭାଗୀୟ ଅଧିକାରୀଙ୍କ ସହ ସରୋଜିନୀଙ୍କ ଆଲୋଚନା

ବାରିପଦା ଅଫିସ,୨୬ା୮- ମୟୂରଭଞ୍ଜ ଜିଲାର କଳାବାଡିଆ-ବାଙ୍ଗିରିପୋଷି, ଯଶୀପୁର- ଚମ୍ପୁଆ, ଆନନ୍ଦପୁର-ଠାକୁରମୁଣ୍ଡା – ଉଦଳା – ବାରିପଦା, ନୀଳଗିରି – କପ୍ତିପଦା – ବାରିପଦା ଏବଂ ଭଦ୍ରକ – ଆନନ୍ଦପୁର -କରଞ୍ଜିିଆ – ସିଙ୍ଗଡା ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ରାଜପଥଗୁଡିକୁ ୪ ଥାକିଆ କରିବା ପାଇଁ ସେ ପୂର୍ବରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କୁ ପ୍ରସ୍ତାବ ଦେବା ସହିତ ଆଲୋଚନା କରିଥିଲେ। ରାଜ୍ୟ ରାଜପଥଗୁଡ଼ିକୁ ଜାତୀୟ ରାଜପଥରେ ପରିବର୍ତ୍ତନ କରିବା ପାଇଁ ଡିପିଆର ପ୍ରସ୍ତୁତ ନିମନ୍ତେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ଡାକବଙ୍ଗଳାରେ ଜାତୀୟ ରାଜପଥ, ଏନଏଚଏଆଇ ପି.ଡି. ନାଗେଶ୍ୱର ରାଓ, ଆଇରନ ଟ୍ରାଏଙ୍ଗେଲ ଲିମିଟେଡ ପି.ଡି. ଇଂ.ମୋହନ କୁମାର ମିଶ୍ର, ଏଲଏଣ୍ଡଟି ପ୍ରୋଜେକ୍ଟ ମ୍ୟାନେଜର ମାନବ ପଣ୍ଡା ଏବଂ ପୂର୍ତ୍ତ ବିଭାଗ ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଇଂ. ପୀତବାସ ସେଠୀଙ୍କ ମଧ୍ୟରେ ଡିପିଆର ପ୍ରସ୍ତୁତ ଏବଂ ମୟୂରଭଞ୍ଜ ଜିଲାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ୪ ଥାକିଆ କାର୍ଯ୍ୟ ବିଷୟରେ ସେ ଆଲୋଚନା କରିଛନ୍ତି। ଜାତୀୟ ରାଜପଥ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ସବୁ କାର୍ଯ୍ୟ ଯଥାଶୀଘ୍ର ଶେଷ ହେବ ବୋଲି ଜାତୀୟ ରାଜପଥ ଅଧିକାରୀମାନେ ରାଜ୍ୟ ସଭା ସଦସ୍ୟାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଫୁଲ ଗଛ ଲଗାଇବା ସହିତ ଫ୍ଲାଏଓଭର ବ୍ରିଜର ଊଭୟ ପାର୍ଶ୍ୱରେ ମୟୂରଭଞ୍ଜର ଐତିହ୍ୟ କଳାକୃତିରେ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରୋଜିନୀ ଜାତୀୟ ରାଜପଥ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଦ୍ୱାରଶୁଣି ଘାଟି ରାସ୍ତାର ପ୍ରଶସ୍ତୀକରଣ ପାଇଁ ମଧ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ବିଭାଗମାନଙ୍କ ପାଖରେ କୌଣସି କାର୍ଯ୍ୟ ଅଟକି ରହିଲେ ସେ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri