ରାଜ୍ୟ ରାଜନୀତିରେ ପରିବାରବାଦ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସାରା ଦେଶରେ ନିର୍ବାଚନ ଫଳାଫଳ ଘୋଷିତ ହୋଇସାରିଛି। ନୂଆ ସରକାର ପାଇଁ ଶାସକ ଅଣ୍ଟା ଭିଡୁଥିବା ବେଳେ ବିରୋଧୀ ପରାଜୟର କାରଣ ଖୋଜୁଛନ୍ତି। ରାଜ୍ୟସ୍ତରରୁ ଜାତୀୟସ୍ତର ଯାଏ ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚା ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି। କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ଭାଜପା ପାରିବାରିକ ରାଜନୀତିକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନାମ୍‌ଦାର ବୋଲି ଅଭିହିତ କରିବା ଚର୍ଚ୍ଚାର କାରଣ ହୋଇଥିଲା। ଓଡ଼ିଶାରେ ମଧ୍ୟ ପାରିବାରିକ ରାଜନୀତିର ଦୃଷ୍ଟାନ୍ତ କମ୍‌ ନାହିଁ। ଚଳିତ ନିର୍ବାଚନରେ ରାଜ୍ୟ ରାଜନୀତିର କେତେକ ଚର୍ଚ୍ଚିତ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା। ସେଥିରୁ କେତେକ ସଫଳ ହୋଇଥିବା ବେଳେ ଅନ୍ୟ କେତେଜଣ ବିଫଳ ହୋଇଛନ୍ତି। ରାଜ୍ୟ ରାଜନୀତିରେ ପରିବାରବାଦ୍‌ରେ ଅନେକ ଉଦାହରଣ ରହିଛି। କଂଗ୍ରେସ ରାଜନୀତିର ପଟ୍ଟନାୟକ ଏବଂ ଅଣକଂଗ୍ରେସ ରାଜନୀତିର ସିଂଦେଓ ପରିବାର ସଦସ୍ୟ ପ୍ରତିଥର ନିର୍ବାଚନ ଲଢ଼ିବାର ନଜିର ରହିଛି। ଚଳିତଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲା ଘସିପୁରା ଏବଂ ଭଦ୍ରକ ଜିଲା ଭଣ୍ଡାରିପୋଖରୀରୁ ଲଢ଼ି ପରାସ୍ତ ହୋଇଛନ୍ତି। ସେହିପରି ତାଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବାଲେଶ୍ୱରରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ହେଲେ ପୂର୍ବରୁ ଏକାଧିକ ଥର ଭୋଟ ରାଜନୀତିରେ ଫେଲ୍‌ ମାରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ଟିକେଟ୍‌ ହାତେଇ ଚଳିତଥର ଖଣ୍ଡପଡା ବିଧାୟକ ହୋଇପାରିଛନ୍ତି। ବଲାଙ୍ଗୀର ରାଜପରିବାରରୁ ଲଗାତର ଏମ୍‌ପି ହୋଇଆସୁଥିବା କଳିକେଶ ସିଂଦେଓ ଭାଉଜ ସଙ୍ଗୀତାଙ୍କଠାରୁ ପରାସ୍ତ ହୋଇଛନ୍ତି। ଅପରପକ୍ଷରେ ୧୯୯୫ରୁ ପାଟଣାଗଡ଼ ବିଧାୟକ ଥିବା କେ.ଭି. ସିଂଦେଓ ସ୍ଥାନୀୟ ବିଜେଡି ନେତା ସରୋଜ ମେହେରଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଚଳିତଥର ନିର୍ବାଚନ ଲଢ଼ି ନ ଥିଲେ। ସେ ବଡ଼ପୁଅ କଳିକେଶ ଏବଂ ସାନପୁଅ ଅର୍କେଶ ସିଂଦେଓଙ୍କ ପାଇଁ ପ୍ରଚାର କରିଥିଲେ। ହେଲେ ପ୍ରଥମଥର ପାଇଁ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅର୍କେଶ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କଠାରୁ ପରାସ୍ତ ହୋଇଛନ୍ତି। ବଲାଙ୍ଗୀର ରାଜନୀତିରେ ରାଜପରିବାର ଭଳି ମିଶ୍ର ପରିବାରର ମଧ୍ୟ ପ୍ରାଧାନ୍ୟ ରହିଛି। ନରସିଂହ ଲଗାତର ଦ୍ୱିତୀୟଥର ଲାଗି ବଲାଙ୍ଗୀର ବିଧାନସଭାରୁ ବିଜୟୀ ହୋଇଛନ୍ତି। ହେଲେ ପ୍ରଥମଥର ପାଇଁ ଲୋକ ସଭା ଲଢୁଥିବା ତାଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି।
ସେହିପରି କଳାହାଣ୍ଡି ଲୋକ ସଭାରେ କଂଗ୍ରେସ ପକ୍ଷରୁ ଭକ୍ତଚରଣ ଦାସ ଏବଂ ତାଙ୍କ ପୁତ୍ର ଭବାନୀପାଟଣା ଆସନରୁ ଲଢ଼ି ପରାସ୍ତ ହୋଇଛନ୍ତି। କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜେଡି ଟିକେଟରେ ସୁନ୍ଦରଗଡ଼ ଲୋକ ସଭା ଆସନରେ ଲଢ଼ି ପରାସ୍ତ ହୋଇଛନ୍ତି। ତାଙ୍କ ଭଉଣୀ ଅମିତା ବିଶ୍ୱାଳ କଂଗ୍ରେସ ଟିକେଟରେ ସୁନ୍ଦରଗଡ ବିଧାନସଭା ଲଢି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ଲୋକ ସଭା ଲଢୁଥିବା ଜର୍ଜ ତିର୍କୀ ଏବଂ ବୀରମିତ୍ରପୁର ବିଧାନସଭା ଲଢୁଥିବା ତାଙ୍କ ପୁଅ ଯୋଶେଫ୍‌ ତିର୍କୀ ମଧ୍ୟ ପରାସ୍ତ ହୋଇଛନ୍ତି। ପିସିସି ଉପସଭାପତି ଅନନ୍ତ ସେଠୀ ସିମୁଳିଆରୁ, ତାଙ୍କ ଝିଅ ମଧୁସ୍ମିତା ସେଠୀ ଭଦ୍ରକ ଲୋକ ସଭାରୁ ଲଢ଼ି ପରାସ୍ତ ହୋଇଛନ୍ତି। ସେହିପରି ବରିଷ୍ଠ ନେତା ଦାମୋଦର ରାଉତ ଭାଜପା ଟିକେଟରେ ଏରସମା-ବାଲିକୁଦାରୁ ଲଢି ପରାସ୍ତ ହୋଇଛନ୍ତି। କିନ୍ତୁ ଦାମଙ୍କ ପୁତ୍ର ସମ୍ବିତ୍‌ ରାଉତରାୟ ପାରାଦୀପରେ କଂଗ୍ରେସ ହେଭିୱେଟ୍‌ ବାପି ସର୍ଖେଲଙ୍କୁ ପରାସ୍ତ କରିପାରିଛନ୍ତି। ବିଜେଡି ଟିକେଟ୍‌ରେ ନବରଙ୍ଗପୁର ଲୋକ ସଭା ଲଢୁଥିବା ରମେଶ ମାଝି, ଝରିଗାଁ ବିଧାନସଭାରୁ ଲଢୁଥିବା ତାଙ୍କ ଭାଇ ପ୍ରକାଶ ମାଝି ଜିତିଛନ୍ତି। ସେହିଭଳି ଡାବୁଗାଁରୁ ମନୋହର ରନ୍ଧାରୀ ଏବଂ କୋଟପାଡ଼ରୁ ତାଙ୍କ ଭଉଣୀ ପଦ୍ମିନୀ ଡିଆନ୍‌ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଚର୍ଚ୍ଚିତ ବରଗଡ଼ ଲୋକ ସଭା ଆସନରୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ପରାସ୍ତ ହୋଇଛନ୍ତି। ହେଲେ ତାଙ୍କ ପୁତୁରା ତଥା ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟଙ୍କ ପୁତ୍ର ଦେବେଶ ଆଚାର୍ଯ୍ୟ ବରଗଡ଼ ବିଧାନସଭାରୁ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri