ରାଜୀବଙ୍କୁ ନୂଆ ପରିଚୟ ଦେଇଛି ଛତୁଚାଷ

ଜଗତ୍‌ସିଂହପୁର ଅଫିସ୍‌, ୨୮।୨: ବିଫଳତା ହିଁ ସଫଳତାର ମାପକାଠି। ଏହା ୩୫ ବର୍ଷର ରାଜୀବ ରଥଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ତିର୍ତ୍ତୋଲ ଥାନା ଗୋପାଳପୁର ପଞ୍ଚାୟତ ଅଧୀନ ପୁଟିଙ୍ଗର ରାଜୀବ ଯୁକ୍ତ ୨ ପାଠ ପଢ଼ା ପରେ ପରିବାରର ଆର୍ଥିକ ସ୍ଥିତି ଅତି ଦୁର୍ବଳ ଯୋଗୁ ଜୀବିକା ନିର୍ବାହ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ରାଜଧାନୀରେ ଭଡ଼ା ଘରେ ରହି ଛତୁ ଚାଷ ଆରମ୍ଭ କରି ବିଫଳ ହେଲେ। ଦିନ ଥିଲା, ବେଳାଏ ଖାଇଲେ ବେଳାଏ ଉପବାସ ରହି ଦିନ କାଟିବାକୁ ପଡୁଥିଲା ରାଜୀବଙ୍କୁ। ଏହାସତ୍ତ୍ବେ ବି ତାଙ୍କ ମନୋବଳ ଭାଙ୍ଗି ନ ଥିଲା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି)ରେ ଛତୁଚାଷ ଉପରେ ତାଲିମ ନେବା ପରେ ଭୁବନେଶ୍ୱର ୟୁନିଟ୍‌-୮ସ୍ଥିତ ଅନ୍ୟ ଏକ ଭଡ଼ା ଜାଗାରେ ଛତୁଚାଷ ଆରମ୍ଭ କରିଥିଲେ। ତଥାପି ବିଫଳ ହେବାରୁ ବାଧ୍ୟ ହୋଇ ଗାଁକୁ ଚାଲି ଆସିଥିଲେ। କିନ୍ତୁ ତା’ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଯଦିଓ ବହୁ କଷ୍ଟ ସହିବାକୁ ପଡିଛି ତଥାପି ଛତୁଚାଷରୁ ମୁହଁ ନ ଏଡ଼ାଇ ଅବିଶ୍ରାନ୍ତ ପରିଶ୍ରମ କରି ଆଜି ଜିଲାର ଜଣେ ସଫଳ ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି। ଜିଲାର ସଫଳ ଉଦ୍ୟାନ ଚାଷୀ ଭାବେ ଗତ ସାଧାରଣତନ୍ତ୍ର ଦିବସରେ ସେ ବିଭାଗୀୟ ମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଥିଲେ। ଏବେ ଜଗତ୍‌ସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଜିଲାର ୨୦୦ରୁ ଅଧିକ ଛତୁଚାଷୀ ତାଙ୍କଠାରୁ ବିହନ କ୍ରୟ କରୁଥିବା ବେଳେ ସେ ପ୍ରତ୍ୟହ ୨-୩ କୁଇଣ୍ଟାଲ ଛତୁ ଉତ୍ପାଦନ କରି ବ୍ୟବସାୟ କରିବାକୁ ସମର୍ଥ ହୋଇଛନ୍ତି। ପାଖାପାଖି ୧ ଏକର ଜମିରେ ସେ ଛତୁଚାଷ କରିଥିବା ବେଳେ ଏହାଦ୍ୱାରା ୬ଟି ପରିବାର ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ଏ ସମ୍ପର୍କରେ ରାଜୀବ କୁହନ୍ତି, ୨୦୦୨ରେ ତାଙ୍କର ଯୁକ୍ତ ୨ ପରୀକ୍ଷା ସରିଥାଏ। ସେହି ସମୟରେ ତାଙ୍କ କକେଇଙ୍କର ଜଣେ ବନ୍ଧୁ ଛତୁଚାଷ କରି କୌଣସି କାରଣରୁ ବନ୍ଦ କରିଦେବାରୁ ସେହି ସ୍ଥାନରେ ତାଙ୍କୁ ଚାଷ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ସେଠାରେ ସେ ବିଫଳ ହୋଇଥିଲେ। ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ଥିବାରୁ ଅନେକ ସମୟରେ ତାଙ୍କୁ ଉପବାସ ରହିବାକୁ ପଡୁଥିଲା। ତା’ପରେ ଓୟୁଏଟିରେ ଛତୁଚାଷ ଓ ମଞ୍ଜି ଉତ୍ପାଦନ ଉପରେ ତାଲିମ ନେଇ ୟୁନିଟ୍‌-୮ରେ ଅନ୍ୟ ଏକ ଭଡା ଜମିରେ ଛାତୁଚାଷ କରିଥିଲେ। ସେଠାରେ ବିଫଳ ହେବାରୁ ଗାଁକୁ ଚାଲିଯାଇଥିଲେ। ଗାଁରେ ୨୦୦୪ରେ ଛତୁଚାଷ ଆରମ୍ଭ କରିଥିଲେ। ଦିନକୁ ୧୦ଟି ବେଡ୍‌ ଚାଷ କରୁଥିଲେ। ଏହି ବିହନ ନିଜେ ପ୍ରସ୍ତୁତ କରୁଥିବାରୁ ତାଙ୍କୁ ବିଶେଷ ସମସ୍ୟା ହେଉ ନ ଥିଲା। ତେବେ ଯାହା ଉତ୍ପାଦନ ହେଉଥିଲା ତାହା ସାଇକେଲରେ ଧରି ଜଗତ୍‌ସିଂହପୁର ସହର ଯାଉଥିଲେ। ଯେହେତୁ ସେତେବେଳେ ଜଗତ୍‌ସିଂହପୁରରେ ଛତୁ ବ୍ୟବସାୟର ଚାହିଦା ନ ଥିଲା ତେଣୁ ଯାହା ବଳୁଥିଲା ଗାଁଗାଁରେ ବୁଲି ବିକ୍ରି କରୁଥିଲେ। ସେଥିରୁ ୪୦ରୁ ୫୦ ଟଙ୍କା ଲାଭ ବାହାରୁଥିଲା। ପରିବାର ଲୋକେ ପୂର୍ଣ୍ଣ ସହଯୋଗ କରୁଥିବାରୁ ୨୦୦୬ରେ ଚାଷ ବଢାଇବା ପାଇଁ ଉଦ୍ୟମ କରିଥିଲେ। ଏବେ ପାଖାପାଖି ୧ ଏକର ଜମିରେ ଛତୁଚାଷ ଓ ବିହନ ଉତ୍ପାଦନ ହେଉଛି। ୨ଟି ଛାୟାଗୃହ କରିଛନ୍ତି। ଜିଲା ଉଦ୍ୟାନ ବିଭାଗ ସହାୟତାରେ ଛତୁ ବିହନ କରିବା ପାଇଁ ୟୁନିଟ୍‌ ଯୋଗାଯାଇଛି। ବର୍ତ୍ତମାନ ରାଜୀବ ପ୍ରତ୍ୟହ ୭୦୦ରୁ ୧,୦୦୦ ବୋତଲ ଛତୁ ବିହନ ଉତ୍ପାଦନ କରୁଛନ୍ତି। ସେହିପରି ପ୍ରତ୍ୟହ ୩୦ରୁ ୩୫ ବେଡ୍‌ ଛତୁ ଉତ୍ପାଦନ କରୁଛନ୍ତି ବୋଲି ରାଜୀବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri