ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ ଗାଡିଗୁଡ଼ିକର ସହଜ ଚଳାଚଳ ନିମନ୍ତେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କେତେକ ଢାବା ଏବଂ ତା’ ପାଖରେ ଥିବା ଗ୍ୟାରେଜ ଖୋଲିବା ନିମନ୍ତେ ବାଲେଶ୍ୱର ଜିଲାପାଳ ଅନୁମତି ପ୍ରଦାନ କରିଛନ୍ତି।
ରୂପ୍‌ସା ଥାନା ହଳଦୀପଦା ବ୍ରିଜ୍‌ ନିକଟରେ ଥିବା ହୋଟେଲ ଅମ୍ରିତ ଢାବା, ବସ୍ତା ଥାନା କଟିପୋଲଠାରେ ଥିବା ହୋଟେଲ ମହାଲକ୍ଷ୍ମୀ ଢାବା, ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରଠାରେ ଥିବା ସିମୁଳିଆ ଢାବା, ସୋର ଥାନା ବାରିକପୁରସ୍ଥିତ ହୋଟେଲ ଜଗତଜନନୀ, ସଦର ଥାନା ବଣପାରିଆସ୍ଥିତ ହୋଟେଲ ବାପୁଜୀ ପ୍ଲାଜା ଏବଂ ଜଳେଶ୍ୱର ଥାନା ଚାଲନ୍ତିଠାରେ ଥିବା ନିରଞ୍ଜନ ଢାବା ଖୋଲିବା ନିମନ୍ତେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅନୁମତି ପ୍ରଦାନ କରିଛନ୍ତି । ଏଠାରେ କେବଳ ମାଲବାହୀ ଗାଡ଼ି ପାର୍କିଂ ନିମନ୍ତେ ଅନୁମତି ଦିଆଯିବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କେତେକ ସ୍ବୟଂ ସହାୟକ ଗୋଷ୍ଠୀ ବାଲେଶ୍ୱର ଓ ସୋରରେ ଗରିବ ଓ ନିରାଶ୍ରୟ ଲୋକଙ୍କୁ ମଧ୍ୟାହ୍ନଭୋଜନ ବଣ୍ଟନ କରିଛନ୍ତି। ସେହିପରି ଜିଲା ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ହେଲପ ଲାଇନ ନମ୍ବର ୧୦୦ ଏବଂ ୦୬୭୮୨-୨୬୦୧୦୫ ଜାରି କରାଯାଇଛି। ଅସୁବିଧା ସମୟରେ ଲୋକେ ଏହି ନମ୍ବରକୁ କଲ୍‌ କରି ଆବଶ୍ୟକ ସହାୟତା ମାଗିପାରିବେ। ରାଶନ, ଗ୍ରୋଶରୀ ସମେତ ଆବଶ୍ୟକ ସାମଗ୍ରୀ ମଲ୍‌ ଏବଂ ଦୋକାନୀମାନଙ୍କ ପକ୍ଷରୁ ଘରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲାକୁ ଏବେ ସୁଦ୍ଧା ବିଦେଶରୁ ଆସିଥିବା ମୋଟ ୨୨୭ଜଣ ଓ ରାଜ୍ୟ ବାହାରୁ ଆସିଥିବା ମୋଟ ୧୨୧୮୩ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri