Posted inଜାତୀୟ

ରାଜଧାନୀରେ ହାଇଭୋଲଟେଜ୍‌ ଡ୍ରାମା: ଚାଲାଣ କଟିବା ଡରରେ ଆତ୍ମହତ୍ୟା ଧମକ ଦେଲେ ଯୁବତୀ

ନୂଆଦିଲ୍ଲୀ,୧୬।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହୋଇଛି। ପ୍ରତିଦିନ ଲୋକଙ୍କ ଚାଲାଣ କଟାଯାଉଥିବା ବେଳେ କିଏ ୨୦ ହଜାର ତ କିଏ ୨ଲକ୍ଷ ଟଙ୍କା ଜରିମାନା ଦେଉଥିବା ଦେଖିବାକୁ ମିଳିଛି। ଆଉ କିଏ କିଏ ଚାଲାଣ କଟିବା ଡରରେ ପୋଲିସଙ୍କ ସହ ଯୁକ୍ତିତର୍କ କରୁଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଏପରି ସ୍ଥିତିରେ ଦିଲ୍ଲୀରୁ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଜଣେ ଯୁବତୀ ପୋଲିସ ସହ ମୁହାଁମୁହିଁ ହେବା ପରେ ଆତ୍ମହତ୍ୟାର ଧମକ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଦିଲ୍ଲୀର କଶ୍ମୀରୀ ଗେଟ୍‌ ନିକଟରେ ଜଣେ ସ୍କୁଟି ଚାଳିକା ଫୋନରେ କଥା ହେବା ସହ ଗାଡିର ନମ୍ବର ପ୍ଲେଟ ଭାଙ୍ଗିଯାଇଥିବାରୁ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲେ। ହେଲେ ଯୁବତୀ ଜଣକ ଚାଲାଣ କଟିବା ଡରରେ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଆଉ ଯଦି ତାଙ୍କୁ ଛଡା ନ ଯାଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏହାପରେ ଯୁବତୀ ଜଣକ କାନ୍ଦିବା ସହ ନିଜ ହେଲମେଟକୁ ତଳେ ଫୋପାଡି ଦେଇଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଏଭଳି ଡ୍ରାମା ଚାଲିବା ପରେ ପୋଲିସ ତାଙ୍କୁ ଛାଡ଼ିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri