ରାଜଧାନୀରେ ଭିକାରିଙ୍କୁ ହତ୍ୟା, ୨ ବସ୍‌ ପୋଡ଼ି ଘଟଣା : ୨ବର୍ଷ ପରେ ବି ଅଭିଯୁକ୍ତଙ୍କୁ ପାଇନି ପୋଲିସ

କଟକ ରୋଡ,୧ା୭(ଡି.ଏନ୍‌.ଏ.) : ରାଜଧାନୀରେ ବଡଗଡ଼ ଥାନା ଅଞ୍ଚଳରେ ୨ବର୍ଷ ପୂର୍ବରୁ ଘଟିଥିବା ଅନେକ ଚର୍ଚ୍ଚିତ ୨ ପ୍ରମୁଖ ଅପରାଧ ଘଟଣାର ପୋଲିସ ଏଯାବତ ସୁରାକ ପାଇପାରି ନାହିଁ। ଘଟଣାର କିଛିଦିନ ପର୍ଯ୍ୟନ୍ତ ତଦନ୍ତ ଜୋରସୋର ହେବା ପରେ କୌଣସି ତଥ୍ୟ ନ ପାଇବାରୁ ଧୀରେ ଧୀରେ ଶିଥିଳ ହୋଇପଡିଛି। ସୂଚନା ଅନୁଯାୟୀ, ୨୦୧୭ ଫେବୃୟାରୀ ୯ତାରିଖରେ ବଡ଼ଗଡ଼ ଥାନା ଅଧୀନ ଟଙ୍କପାଣି ରୋଡସ୍ଥିତ ମେଘେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ଯୁବକଙ୍କ କେବଳ ପୁରୀ ଅଞ୍ଚଳର ଭାସିଆ ବୋଲି ଜଣାପଡିଥିବାବେଳେ ସମ୍ପୂର୍ଣ୍ଣ ଠିକଣା ପାଇ ନଥିଲେ। ଏପରିକି ପୂର୍ବରୁ ସେ ଜଣେ ଟ୍ରକ ଚାଳକ ଥିବାବେଳେ ପ୍ରାୟ ୧୫ବର୍ଷରୁ ଊର୍ଦ୍ଧ୍ୱ ଧରି ମେଘେଶ୍ୱର ଓ ଟଙ୍କପାଣ ରୋଡରେ ଥିବା ସାଇ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିଲେ। କେହି ହତ୍ୟାକରି ମନ୍ଦିର ପରିସରରେ ଫିଙ୍ଗି ପଳାଇଥିଲେ। ତେବେ ଘଟଣା ପୂର୍ବଦିନ ମନ୍ଦିର ଦୂରରେ ଏକ ଭୋଜି ହୋଇଥିବାବେଳେ ଭାସିଆ ମଧ୍ୟ ସେଥିରେ ଉପସ୍ଥିତ ଥିଲେ। ଟଙ୍କା ଭାଗବଣ୍ଟାକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିବାର ପୋଲିସ ସୂଚନା ପାଇଥିଲା। ତେବେ କେଉଁ କାରଣରୁ ଭାସିଆ ହତ୍ୟାର ଶିକାର ହୋଇଥିଲେ ତାହା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଏ ନେଇ ଥାନାରେ ନଂ୪୨/୧୭ରେ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ଏହାର ୪ମାସ ପରେ ବଡଗଡ଼ ଥାନା ଅଧୀନ ମ୍ୟୁଜିୟମ ଛକରେ କେତେକ ଦୁର୍ବୃତ୍ତ ୨ବସ ଜାଳି ଦେଇଥିଲେ। ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳର ଉପେନ୍ଦ୍ର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କ ୨ଟି ବସ ମ୍ୟୁଜିୟମ ଛକରେ ଥିତ୍ବାବେଳେ ରାତି ୧୦ଟାରେ କେହି ଦୁର୍ବୃତ୍ତ ଉକ୍ତ ବସରେ ନିଆଁ ଲଗାଇଦେଇଥିଲେ। ଏ ନେଇ ୧୫୪/୧୭ରେ ମାମଲା ରୁଜୁ ହୋଇଥିଲା। ନିକଟରେ ବିଏମ୍‌ସି, ତହସିଲ, ଉପଜିଲାପାଳ କାର୍ଯ୍ୟାଳୟ, ଭୁବନେଶ୍ୱର କୋର୍ଟ ଭଳି ହାଇପ୍ରୋଫାଇଲ ସିକ୍ୟୁରିଟି ଜୋନ ଅଞ୍ଚଳରେ ବସ ପୋଡି ରାଜଧାନୀରେ ରହୁଥିବା ବସ ମାଲିକ ପାଇଁ ଚିନ୍ତା ବଢ଼ାଇଛି। ୨୦୧୭ ଜୁନ ୫ତାରିଖରେ ପିପିଲି ଅଞ୍ଚଳରେ ସାରଳା ବସ ପୋଡି ଘଟଣାରେ ଏହାର ଲିଙ୍କ ଥିବା ନେଇ ପୋଲିସ ଜାଣିପାରିଥିଲା। ଏପରିକି ବସ ପୋଡି ଘଟଣାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମଧ୍ୟ ବସ ମାଲିକ ତତ୍‌କାଳୀନ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଇତି ମଧ୍ୟରେ ଉକ୍ତ ଘଟଣାଦ୍ୱୟକୁ ୨ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ ଏ ଦିଗରେ ଆଖିଦୃଶିଆ ସଫଳତା ହାସଲ ହୋଇପାରି ନାହିଁ । ଏ ନେଇ ବସ ମାଲିକ ସୁରେନ୍ଦ୍ର ପ୍ରଧାନ କୁହନ୍ତି, ଘଟଣା ପରେ ମୁଁ ଡିସିପିଙ୍କୁ ଭେଟିଥିଲେ ହେଁ ସେ ସ୍ଥାନୀୟ ଥାନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇବେ ବୋଲି କହିଥିଲେ। କିନ୍ତୁ ଥାନାକୁ ଯିବାପରେ ସେଠାରେ କିଛି ମୋତେ ସହଯୋଗ ମିଳିଲା ନାହିଁ , ବରଂ ମୁଁ ନିଜେ ବସରେ ନିଆଁ ଲଗାଇଦେଇଥିବା କହି ମୋତେ ଦୋଷାରୋପ କରାଗଲା। ଉପରୋକ୍ତ ଦୁଇ ଘଟଣା ସଂକ୍ରାନ୍ତରେ ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ, ମୁଁ ଦୁଇ ମାମଲା ବାବଦରେ ଅବଗତ ହେବା ପରେ କେତେ ଦୂର କାର୍ଯ୍ୟାନୁଷ୍ଠାନ ଆଗେଇଛି ସେ ନେଇ ତଦନ୍ତ କରିିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri