ରାଜଧାନୀରେ ଭାରତ ବନ୍ଦର ଆଶିଂକ ପ୍ରଭାବ: ହନ୍ତସନ୍ତ ହେଲେ ଯାତ୍ରୀ

ଭୁବନେଶ୍ୱର,୮।୧(ବ୍ୟୁରୋ): ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦେଇଥିବା ଭାରତୀୟ ବନ୍ଦ ଡାକରା ବୁଧବାର ଆଶିଂକ ଭାବେ ସଫଳ ହୋଇଛି। ରାଜଧାନୀରେ ସକାଳେ ଗାଡ଼ି ଚଳାଚଳ ଦେଖିବାକୁ ମିଳି ନ ଥିବା ବେଳେ ମଧ୍ୟାହ୍ନ ୧୨ଟା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ସିପିଆଇ ଓ ଅନ୍ୟ ଟ୍ରେଡ୍‌ ୟୁନିୟନ ମିଶି ରାଜଧାନୀର ପ୍ରମୁଖ ଛକ ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ଜୟଦେବବିହାର, ରେଳ ଷ୍ଟେଶନ, ରସୁଲଗଡ଼ ଆଦି ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ ଓ ବ୍ୟାନର ଧରି ରାସ୍ତାରୋକୋ କରିଥିଲେ। ଯାଉଥିବା ବାଇକ୍‌ ଏବଂ ଚାରି ଚକିଆ ଯାନକୁ ଆଗକୁ ଯିବାକୁ ଦେଇ ନ ଥିଲେ। ଅନେକ ସ୍ଥାନରେ ଗାଡ଼ି ଚାଳକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ପୋଲିସ ଉପସ୍ଥିତି ଯୋଗୁ କିଛି ଅଘଟଣକୁ ଏଡ଼ାଇ ଦିଆଯାଇଛି।

ସକାଳ ୮ଟା ଟ୍ରେଡ୍‌ ୟୁନିୟନର ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେଶନ ଯାଇ ଟ୍ରେନ୍‌ ରୋକିଥିଲେ। ଫଳରେ ଅନେକ ଟ୍ରେନ୍‌ ଷ୍ଟେଶନରେ ଅଟକି ରହିିଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା କଂଗ୍ରେସ କର୍ମୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ପିକେଟିଂ ଓ ବ୍ୟାନର ଧରି ଲୋକମାନଙ୍କୁ ସହଯୋଗ କରିବାକୁ ବୁଝାଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସହ ଛାତ୍ର କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଆନ୍ଦୋଳନ ଜାରି ରଖିଥିଲେ। ଶେଷରେ ମଧ୍ୟାହ୍ନ ୧୨ଟାରେ ରାଜମହଲରୁ ଏକ ବିଶାଳ ରାଲି ସଚିବାଳୟ ପର୍ଯ୍ୟନ୍ତ ଯାଇଥିଲା। ହେଲେ ଆଇନଶୃଙ୍ଖଳା ନିୟନ୍ତ୍ରଣ ଦୃଷ୍ଟିରୁ ସେମାନଙ୍କ ମଧ୍ୟରୁ ୨ଶହ କର୍ମୀଙ୍କୁ ପୋଲିସ ଗିରଫ କରି ନେଇଥିଲା।

ବନ୍ଦ ଯୋଗୁ ବିମାନଯାତ୍ରୀମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପର୍ଯ୍ୟଟକମାନେ ନିଜର ଟିକେଟ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏପରିକି ବିମାନବନ୍ଦରରେ ବହୁ ସମୟ ଅପେକ୍ଷା କରି ରହିଥିଲେ। ବନ୍ଦ ଯୋଗୁ ଅନେକ ଯୁବକ ଚଢ଼ାଦରରେ ବାଇକ୍‌ରେ ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ନେଉଥିବା ଦେଖାଯାଇଥିଲା। ବଡ଼ ବଡ଼ ଶପିଂ ମଲକୁ ଛାଡ଼ିଦେଲେ ଛୋଟ ଦୋକାନ, ବଜାର ଆଦି ଖୋଲା ରହିଛି। ବସ୍‌ଷ୍ଟାଣ୍ଡରେ ବସ୍‌ ଚଳାଚଳ ହେଉନ ଥିବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି। ଏହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତ ବନ୍ଦ ଆଶିଂକ ସଫଳ ହୋଇଥିବା ବେଳେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri