ରାଜଧାନୀରେ ବଢୁଛି ବ୍ରୋକରଙ୍କ ଠକେଇ : ଘର ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଅର୍ଥ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜଧାନୀରେ ଏବେ ଆଉ ଏକ ଅଭିନବ ଠକେଇ ସାମ୍ନାକୁ ଆସିଛି। ଭଡ଼ାଘର ଯୋଗାଇ ଦେବାକୁ କହି ଅନେକ ବ୍ରୋକର ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ସେମାନେ ଲୋକଙ୍କଠାରୁ ଆଗୁଆ ଟଙ୍କା ନେଇଯାଉଛନ୍ତି। ଏହାପରେ ଘର ଦେବା ତ ଦୂରର କଥା, ଆଉ ଧରାଛୁଆଁ ଦେଉନାହାନ୍ତି। ଫୋନ୍‌ କଲେ କେହି ଉଠାଉ ନାହାନ୍ତି ତ ଆଉ କିଏ କଲ୍‌ ରିସିଭ ନ କରି କାଟି ଦେଉଛନ୍ତି। ଏଭଳି ଘଟଣା ବଢିିଚାଲିଛି। ବ୍ରୋକରଙ୍କ ଠକାମିର ଶିକାର ହୋଇଥିବା କଟକର ରାକେଶ ପଣ୍ଡା ଏ ନେଇ ଭୁବନେଶ୍ୱରସ୍ଥ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରୁଛି ପୋଲିସ।
ସୂଚନା ଅନୁଯାୟୀ, ରାଜଧାନୀରେ ଏକାଧିକ ବ୍ରୋକର ଅଫିସ ଖୋଲି ବସିଛନ୍ତି। ସେମାନେ ଭଡ଼ାଘର ଯୋଗାଇଦେବା ପାଇଁ ସହରର ବିଭିନ୍ନ ସ୍ଥାନରେ ବିଜ୍ଞାପନ ଦେଉଛନ୍ତି। ଭୁବନେଶ୍ୱରକୁ ନୂଆକରି ଆସୁଥିବା ଲୋକେ ଏହି ବିଜ୍ଞାପନକୁ ଦେଖି ବ୍ରୋକରଙ୍କ ସହ ଯୋଗାଯୋଗ କରନ୍ତି। ବ୍ରୋକର ସେମାନଙ୍କୁ ନିଜ ଅଫିସକୁ ଡାକି କେଉଁ ଅଞ୍ଚଳରେ ଓ କେତେ ଟଙ୍କା ଭିତରେ ଘର ଦରକାର ବୋଲି ପଚାରିଥାନ୍ତି। ଘର ଦେଖାଇବା ପାଇଁ ୧ହଜାର ଟଙ୍କାଠାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି। ଘର ଦେଖିବା ପରେ ମନୋନୀତ ହେଲେ ଭଡ଼ା ଘର ଦାମ୍‌ର ଅଧା ଟଙ୍କା ବ୍ରୋକର ନେଇଥାନ୍ତି। କିନ୍ତୁ ଅନେକ ବ୍ରୋକର ଘର ଦେବା ବାହାନାରେ ଏକାଧିକ ବ୍ୟକ୍ତିଙ୍କଠାରୁ ଟଙ୍କା ନେଇ ଘର ଦେଇ ନ ଥାନ୍ତି। ଆଜିକାଲି ହୋଇଯିବ କହି ଦିନ ଗଡ଼ାଇଥାନ୍ତି। ଏପଟେ ଘର ଖୋଜୁଥିବା ବ୍ୟକ୍ତି ବିଳମ୍ବ ନ କରି ଅନ୍ୟ ଘର ନେଇଯାଇଥାନ୍ତି। ସେ ଟଙ୍କା ଫେରାଇ ଦେବାକୁ ବ୍ରୋକରଙ୍କୁ ଯୋଗାଯୋଗ କଲେ ମଧ୍ୟ ତାଙ୍କ ଭେଟ ପାଇ ନ ଥାନ୍ତି। ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ରୋକର ରାକେଶଙ୍କୁ ଆଇଆର୍‌ସି ଭିଲେଜରେ ଘର ଦେବାକୁ କହି ୫ହଜାର ଟଙ୍କା ନେଇଥିଲେ। ହେଲେ ଘର ଦେଇ ନ ଥିଲେ। ଟଙ୍କା ଫେରାଇ ଦେବାକୁ ରାକେଶ କହିଥିଲେ ମଧ୍ୟ ସେ ଆଉ ଧରାଛୁଅଁା ଦେଇ ନ ଥିଲେ। ଏପରି କି, ସମ୍ପୃକ୍ତ ବ୍ରୋକରଙ୍କୁ ପୋଲିସ ଫୋନ୍‌ କରିଥିଲେ ମଧ୍ୟ ସେ କଲ୍‌ ରିସିଭ କରି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri