ରାଜଧାନୀରେ ପୋଲିସ-ଅପରାଧୀ ମୁହାଁମୁହିଁ : ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ) : ମଞ୍ଚେଶ୍ୱର ଥାନାଞ୍ଚଳରେ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଆରମ୍ଭ କରିଛି ଅପରେଶନ ଏନ୍‌କାଉଣ୍ଟର। ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର କରିିଛି। ଶନିବାର ଭୋର୍‌ ୪ଟାରେ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ସେତୁ ନିକଟରେ ପୋଲିସ ଗୁଳିରେ ପୋଡା ଓରଫ ଅରୁଣ ମଲ୍ଲିକ ଓ ବିବେକ ଓରଫ ବିକେବାନନ୍ଦ ନାୟକ ଆହତ ହୋଇଥିବାବେଳେ ବିଳମ୍ବିତ ରାତିରେ ବଡ଼ଗଡ଼ ଥାନାଞ୍ଚଳରେ ଦ୍ୱିତୀୟଥର ଡବଲ୍‌ ଏନ୍‌କାଉଣ୍ଟର ହୋଇଛି। ଚିଲିପୋଖରୀ ନିକଟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଗୁଳିରେ ହରି ଓରଫ ହରେକୃଷ୍ଣ ସ୍ବାଇଁ ଓ ସିଲୁ ଓରଫ ସିପୁନ କବିଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହରେକୃଷ୍ଣଙ୍କ ଘର କଟକ ଜିଲା ନିଆଳି ଅଞ୍ଚଳରେ ହୋଇଥିବାବେଳେ ସିପୁନଙ୍କ ଘର ଆଠଗଡ ରାଧାବଲ୍ଲଭପୁର ଗ୍ରାମରେ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି, ଏକ ଖେଳନା ବନ୍ଧୁକ, ୩ ମୋବାଇଲ ଫୋନ୍‌, ଗୋଟିଏ ବାଇକ ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି। ସେହିଭଳି ରବିବାର ରାତି ପ୍ରାୟ ୯ଟାରେ ଭରତପୁର ଅଞ୍ଚଳରେ ପଞ୍ଚମ ଏନ୍‌କାଉଣ୍ଟର କରିଛି ପୋଲିସ। ଏଥିରେ ପୋଲିସ ଟାର୍ଗେଟରେ ଥିବା ରବି ରାଓ ଆହତ ହୋଇଛନ୍ତି। ତାଙ୍କର ବି ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କଠାରୁ ଏକ କାର୍‌, ବୋମା ଓ ମାରଣାସ୍ତ୍ର ଜବତ କରାଯାଇଛି।
ବଡ଼ଗଡ଼ ଥାନାଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର ଘଟଣାରେ ପୋଲିସ ଆଇପିସି ଦଫା ୩୦୭, ୩୫୩, ୩୪ ଏବଂ ୨୫, ୨୭, ୨୮ ଓ ୩୫ ଆର୍ମସ ଆକ୍ଟରେ ମାମଲା (ନଂ.୧୮୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନାନୁଯାୟୀ, ଧଉଳି ନିକଟ ବାପୁଜୀ ହାଇଟ୍‌ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ.୨୦୮କୁ ଦେବାଶିଷ ଦାସ ନାମକ ଜଣେ ବ୍ୟକ୍ତି ସିକ୍ୟୁରିଟି ଏଜେନ୍ସି ପାଇଁ ଭଡ଼ା ନେଇଥିଲେ। ହେଲେ ଉକ୍ତ ଘରେ ସିପୁନ ଓ ହରେକୃଷ୍ଣ ରହୁଥିଲେ। ସେମାନେ ଦିନରେ ମଦ ବ୍ୟବସାୟ ଓ ରାତିରେ ଡକାୟତି କରୁଥିଲେ। ଉକ୍ତ ଫ୍ଲାଟ୍‌ରେ ନକଲି ମଦ କାରଖାନା ଚାଲିଥିବା ନେଇ ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍‌ ଖବର ପାଇ ରାତି ପ୍ରାୟ ୨ଟାରେ ଚଢାଉ କରିବାକୁ ଯାଇଥିଲେ। ହେଲେ ପୋଲିସକୁ ଦେଖି ସିପୁନ୍‌ ଓ ହରେକୃଷ୍ଣ ଏକ ଗ୍ଲାମର ବାଇକ୍‌ରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ ଅଭିମୁଖେ ଦ୍ରୁତ ଗତିରେ ପଳାଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ବଡ଼ଗଡ଼ ଥାନା ଅଧିକାରୀ ଓ ତାଙ୍କ ଟିମ୍‌ ଚିଲିପୋଖରୀ ନିକଟରେ ବ୍ଲକିଂ କରିଥିଲେ। ପୋଲିସ ଅଟକିବାକୁ କହିଥିଲେ ମଧ୍ୟ ସେମାନେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ବାଇକ ଚକା ଖସିଯାଇଥିଲା। ଧରାପଡ଼ିଯିବା ଆଶଙ୍କାରେ ଦୁହେଁ ପୋଲିସ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ। ପୋଲିସ ଜବାବ ଦେବାକୁ ଯାଇ ପାଲଟା ୪ ରାଉଣ୍ଡ ଗୁଳିଚାଳନା କରିବାରୁ ତାହା ସେମାନଙ୍କ ଗୋଡ଼ରେ ବାଜିଥିଲା। ସିପୁନ ଓ ହରେକୃଷ୍ଣ ପଡ଼ିଯିବାରୁ ପୋଲିସ ଟିମ୍‌ ସେମାନଙ୍କୁ ମାଡ଼ି ବସିଥିଲା। ଏହାପରେ ସେମାନେ ରହୁଥିବା ବାପୁଜୀ ଆପାର୍ଟମେଣ୍ଟରେ ଚଢାଉ କରିଥିଲା ପୋଲିସ ଟିମ୍‌। ସେମାନେ ରହୁଥିବା ଘରୁ ନକଲି ମଦ, ସ୍ପିରିଟ୍‌, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଷ୍ଟିକର ଓ ଅନ୍ୟ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲା। ତେବେ ଏହି ଘଟଣା ପରେ ଘର ଭଡ଼ା ନେଇଥିବା ଦେବାଶିଷ ଫେରାର ହୋଇଯାଇଥିବା ପୋଲିସ କହୁଛି। ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବାବେଳେ ଉକ୍ତ ଆପାଟମେଣ୍ଟ ମାଲିକଙ୍କୁ ପଚରାଉଚରା କରୁଛି। ତେବେ ଶୁକ୍ରବାର ଟଙ୍କପାଣି ରୋଡ୍‌ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଆହତ ପୋଡ଼ା ଓ ବିବେକଙ୍କ ୧୧ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ଜଣାପଡିଛି। ସେମାନେ ଆକ୍ରମଣ କରି ଏକାଧିକ କାର ଲୁଟ ସହ ଘରେ ପଶି ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି।
ଅନ୍ୟପକ୍ଷରେ ଧଉଳି ଥାନାଞ୍ଚଳ ଏନ୍‌କାଉଣ୍ଟରରେ ଆହତ ରବି ଉକ୍ତ ୧୧ଜଣିଆ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଥିଲା। ତାଙ୍କଠାରୁ ଏକ କାର୍‌, ଗୋଟିଏ ବୋମା ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri