ରାଜଧାନୀରେ ଚାଞ୍ଚଲ୍ୟ:ଯୁବକଙ୍କୁ ଗୋଡ଼ାଇ ହାଣି ହତ୍ୟା

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସଭାବେ ହତ୍ୟା କରାଯାଇଛି। ଯୁବକ ଜଣକ ରଙ୍ଗମାଟିଆ ତଳସାହି ମଙ୍ଗଳାମନ୍ଦିର ନିକଟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ୯ଜଣ ଯୁବକ ଚାପଡ଼ ଏବଂ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ମୃତ ଯୁବକ ଜଣକ ହେଲେ ରଙ୍ଗମାଟିଆର ଦୀପକ ବେହେରା ଓରଫ ଲଣ୍ଡା(୨୨)। ଖବରପାଇ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ ମୃତଦେହ ଜବତ କରିଛି। ବୁଧବାର ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ଦୀପକଙ୍କ ବେକ, ପିଠି, ପେଟ ଏବଂ ଗୋଡ଼ରେ ହଣା ଯାଇଥିବା ଦେଖିବାକୁ ମିଳିଛି। ମୃତ ଦୀପକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସନ୍ଦେହରେ ଗ୍ରାମର ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଗ୍ରାମର ଦୁଇ ପଡ଼ାରେ ଉତ୍ତେଜନା ଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ନଜର ରଖାଯିବା ସହ ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ କରିଛନ୍ତି।
ସୂଚନା ଅନୁଯାୟୀ,ଦୀପକ ରଙ୍ଗମାଟିଆ ତଳସାହିରେ ପରିବାର ସହ ରହୁଥିଲେ। ସେ ଜମି ବିକ୍ରିରେ ମଧ୍ୟସ୍ଥଭାବେ କାମ କରୁଥିଲେ। ଏକ ଜମିବାଡି ଘଟଣାକୁ ନେଇ ଗତ ୧୫ଦିନ ତଳେ ଦୀପକ ଉପରସାହିର ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ। ଯାହାକୁ ନେଇ ଦୀପକଙ୍କ ଉପରେ ରାଗ ରହିଥିଲା। ମଙ୍ଗଳବାର ରାତି ପ୍ରାୟ ୭ଟା ୪୫ମିନିଟରେ ରଙ୍ଗମାଟିଆ ତଳସାହି ମଙ୍ଗଳାମନ୍ଦିର ନିକଟରେ ଥିବା ଜଳଖିଆ ଦୋକାନକୁ ଦୀପକ ବନ୍ଦ କରୁଥିଲେ। ଏହି ସମୟରେ ୯ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ବାଇକଯୋଗେ ସେଠାରେ ପହଞ୍ଚତ୍ଥିଲେ। ହଠାତ୍‌ ଦୀପକ କିଛି ବୁଝିବା ପୂର୍ବରୁ ସେମାନେ ଖଣ୍ଡା ଏବଂ ଚାପଡ଼ରେ ତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଦୀପକ ଚେଷ୍ଟା କରି ଦୌଡ଼ିଥିଲେ ମଧ୍ୟ ଉକ୍ତ ଯୁବକମାନେ ଛାଡ଼ି ନ ଥିଲେ। ଗୋଡ଼େଇ ଗୋଡ଼େଇ ତାଙ୍କୁ ହାଣି ଚାଲିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୀପକ ଚିକତ୍ାର କରିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଦୀପକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri