ରାଜଧାନୀରେ ଅସହାୟ ରୋଗୀଙ୍କ ହୀନସ୍ତା: ପରିସ୍ରାନଳୀ ଧରି ୩ ବର୍ଷ ହସ୍ପିଟାଲ ବାହାରେ ବ୍ରଜବନ୍ଧୁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ‘ମୋ ସରକାର’ରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଚିକିତ୍ସା କ୍ଷେତ୍ରରେ ଅବହେଳା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର। ହେଲେ ଅସହାୟ ଓ ଗରିବଙ୍କ ପାଇଁ ଅଭିଯୋଗ କରିବ କିଏ? ଏ ପରିସ୍ଥିତିରେ ଜଣେ ଅସହାୟ ବୃଦ୍ଧ ୩ବର୍ଷ ହେବ କଟକ ମେଡିକାଲରୁ କ୍ୟାପିଟାଲ ହସ୍ପିଟାଲ ଧାଇଁ ଧାଇଁ ହତାଶ ହୋଇପଡିଛନ୍ତି। ପାଖରେ କେହି ନ ଥିବାରୁ ଡାକ୍ତର ଚିକିତ୍ସା କରୁ ନ ଥିବାବେଳେ କର୍ମଚାରୀ ବି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ପରିସ୍ରାସନଳୀ ଧରି ବୃଦ୍ଧ ରୋଗୀ ଜଣକ କେତେବେଳେ ହସ୍ପିଟାଲ ବାରଣ୍ଡାରେ ତ ଆଉ କେତେେବେଳେ ଗଛମୂଳେ କୁକୁର ସହ ଦିନ ବିତାଉଛନ୍ତି।
ଗୁରୁବାର ସେ କଟକରୁ ନିରାଶରେ ଫେରି କ୍ୟାପିଟାଲ ହସ୍ପିଟାଲ ଗଛମୂଳେ ଅସହାୟ ଅବସ୍ଥାରେ ବସିଥିବାବେଳେ ଆମ ପ୍ରତିନିଧିଙ୍କ ନଜର ପଡ଼ିଥିଲା। ପଚାରି ବୁଝିବାରୁ ଯାହା ଜଣାପଡ଼ିଥିଲା, ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ଓ ଦୁଃଖଦ। ତାଙ୍କ ନାମ ହେଲା ବ୍ରଜବନ୍ଧୁ ପଣ୍ଡା(୬୦)। ଘର କଟକ ଜିଲା ବାଙ୍କୀ ହରଡ଼ାପଲ୍ଲୀ ଗ୍ରାମରେ। ସେ ୩ବର୍ଷ ତଳେ ଶଗଡ଼ ନେଇ ଗ୍ରାମକୁ ଯାଉଥିବାବେଳେ ତଳିପେଟରେ ଶଗଡ଼ର ଏକ ଅଂଶ ପଶିଯାଇଥିଲା। ପେଟ ଫୁଲିଯାଇ ଭୀଷଣ ଯନ୍ତ୍ରଣା ହେବା ସହ ପରିସ୍ରା ବନ୍ଦ ହୋଇଯାଇଥିଲା। ସେ କ୍ୟାପିଟାଲ ହସ୍ପିଟାଲକୁ ଆସି ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କ ପରାମର୍ଶକ୍ରମେ କଟକ ଏସ୍‌ସିବି ମେଡିକାଲକୁ ଯାଇଥିଲେ। ସେଠାରେ ତାଙ୍କର ଅପରେଶନ ହୋଇଥିଲା। ମୂତ୍ରାଶୟରେ କାଥେଟର (ପରିସ୍ରାନଳୀ) ଲଗାଇ ଦିଆଯାଇଥିଲା। କିଛିମାସ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ପେଟ ଫୁଲିଯାଇ ଯନ୍ତ୍ରଣା ହୋଇଥିଲା। ବ୍ରଜବନ୍ଧୁ ପୁଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ଡାକ୍ତର ତାଙ୍କୁ ପଚରାଉଚରା କରିବା ପରେ କଟକରେ ଅପରେଶନ ହୋଇଥିବାରୁ ସେଠାକୁ ଯିବାକୁ କହିଥିଲେ। ହେଲେ ଏସ୍‌ସିବି ମେଡିକାଲରେ ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ଆପେ ଭଲ ହୋଇଯିବ ବୋଲି କହି କିଛି ମେଡିସିନ ଲେଖି ଦେଇଥିଲେ। ମୂତ୍ରାଶୟରେ ଲାଗିଥିବା ପାଇପ୍‌ ଯୋଗୁ ଇନ୍‌ଫେକ୍ସନ ହୋଇଥିବା କହି ତାହାକୁ ନିୟମିତ ବଦଳାଇବାକୁ କହିଥିଲେ। ସେ ଘରକୁ ଆସିଥିଲେ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇପାରି ନ ଥିଲେ। ଏପଟେ ବ୍ରଜବନ୍ଧୁଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପାଇଁ ଆଉ ଟଙ୍କା ଖର୍ଚ୍ଚ କରିବାକୁ କେହି ଚାହିଁ ନ ଥିଲେ। ପରିସ୍ରାନଳୀ ବଦଳାଇବାକୁ ମଧ୍ୟ ତାଙ୍କ ପାଖରେ ଅର୍ଥ ନ ଥିଲା। ତେଣୁ ସେ ମାଗଣା ଚିକିତ୍ସା ଆଶାରେ ଘରୁ ଚାଲି ଆସି କ୍ୟାପିଟାଲ ହସ୍ପିଟାଲରୁ କଟକ ବଡ଼ ମେଡିକାଲ ଘୂରି ବୁଲୁଛନ୍ତି। ବାରମ୍ବାର ଡାକ୍ତରଙ୍କୁ ଭେଟି ରୋଗ ଟିକେ ଭଲ କରି ଦିଅନ୍ତୁ ବୋଲି ନେହୁରା ହେଉଛନ୍ତି। ହେଲେ ତାଙ୍କ ପାଖରେ କେହି ନ ଥିବାରୁ କୌଣସି ଡାକ୍ତର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଭଳି ସ୍ଥଳେ ବ୍ରଜବନ୍ଧୁ ଲୋକଙ୍କୁ ମାଗି ଯାହା ଟଙ୍କା ମିଳୁଛି ସେଥିରେ କିଛି ଖାଇବା ସହ ଅତ୍ୟଧିକ ଯନ୍ତ୍ରଣା ହେଲେ ପରିସ୍ରାନଳୀ କିଣି ଲଗାଉଛନ୍ତି। କ୍ୟାପିଟାଲ ହସ୍ପିଟାଲ ପରିସର ବରଗଛ ମୂଳ ତାଙ୍କର ଆଶ୍ରୟସ୍ଥଳ ପାଲଟିଛି। ବେଳେବେଳେ କଟକ ବଡ଼ ମେଡିକାଲ ଯାଇ ପୁଣି ସେଠାକୁ ଫେରି ଆସୁଛନ୍ତି। ଦୁର୍ବଳ ଶରୀରରେ ୩ଟି ବ୍ୟାଗ୍‌ର ବୋଝ ବୋହୁଛନ୍ତି। ତେବେ ଲୋକେ ବେଳେବେଳେ ଅନ୍ୟକିଛି ଭାବି ଟଙ୍କାପଇସା ଦେଉ ନ ଥିବାରୁ ଅଧିକାଂଶ ଦିନ ମଧ୍ୟ ସେ ଉପାସରେ ରହୁଥିବା ବ୍ରଜବନ୍ଧୁ କହିଛନ୍ତି।
ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକଙ୍କୁ ଜଣାଇବାରୁ ସେ କହିଛନ୍ତି, ଏନେଇ ମୋ ନିକଟରେ କିଛି ଖବର ନାହିଁ। ମୁଁ ବ୍ୟକ୍ତିଗତଭାବେ ଉକ୍ତ ବ୍ୟକ୍ତିଙ୍କୁ ଭେଟି କ’ଣ ହୋଇଛି ପଚାରି ବୁଝିବା ପରେ ତାଙ୍କର କିଭଳି ଚିକିତ୍ସା କରାଯିବ ତାହାର ବ୍ୟବସ୍ଥା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri