Posted inରାଜ୍ୟ

ରାଜତନ୍ତ୍ର ନ ଥିଲେ ବି ଲୋକଙ୍କ କାମ କରିବି

ପାରଳା ରାଜବଂଶର ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ନିକଟରେ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାୟାଦ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ଘଟିବା ପରେ ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ରାଜ୍ୟାଭିଷେକ ହୋଇଛି। ପାରଳା ରାଜବଂଶରେ ପ୍ରଥମ କନ୍ୟା ସନ୍ତାନ ଭାବେ ରାଜ ସିଂହାସନ ଆରୋହଣ କରି ନୂତନ ଇତିହାସ ରଚିଛନ୍ତି ରାଜକୁମାରୀ କଲ୍ୟାଣୀ ଦେବୀ। ଚେନ୍ନାଇରୁ ସ୍କୁଲ ଓ ବେଙ୍ଗାଲୁରୁରୁ କଲେଜ ଶିକ୍ଷା ନେଇଥିବା ରାଜକୁମାରୀ ଅବିବାହିତ ଅଟନ୍ତି। ରାଜ୍ୟାଭିଷେକ ପରେ ତାଙ୍କୁ ସାକ୍ଷାତ କରିଥିଲେ ଆମ ଗଜପତି ଜିଲା ‘ଧରିତ୍ରୀ’ ପ୍ରତିନିଧି।

ପାରଳା ରାଜ ସିଂହାସନରେ ବସିଛନ୍ତି, ଦାୟିତ୍ୱ କ’ଣ ରହିବ?
ନିଶ୍ଚିତ ଭାବେ ସାଧାରଣ ଲୋକଙ୍କ ପାଇଁ ଗୁରୁ ଦାୟିତ୍ୱ ରହିବ। ଯଦିଓ ବର୍ତ୍ତମାନ ସମୟରେ ରାଜତନ୍ତ୍ର ନାହିଁ, ତଥାପି ସେମାନଙ୍କ ପାଇଁ ସବୁ ସମୟରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବି।
ଆଗକୁ ପାରଳା ମାଟିରେ ରହି ଲୋକଙ୍କ କଥା ବୁଝିବେ ନା’ ଚେନ୍ନାଇ ଚାଲିଯିବେ?
ମୁଁ ଏବେ ପାରଳାଖେମୁଣ୍ଡିରେ ଅଛି। ମଝିରେ ମଝିରେ ଚେନ୍ନାଇ ଗଲେ ମଧ୍ୟ ଅଧିକ ସମୟ ପାରଳାଖେମୁଣ୍ଡିରେ ରହିବି।
ରାଜ ପରିବାର ପ୍ରତି ଥିବା ଲୋକଙ୍କ ସମର୍ଥନ ଭୋଟରେ ପରିଣତ ହେଲା ନାହିଁ କାହିଁକି?
ନିର୍ବାଚନ ପୂର୍ବରୁ ଖୁବ୍‌ କମ୍‌ ସମୟ ପାଇଥିଲି। ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ପାରଳା ମାଟି ପାଇଁ ମୁଁ ନୂଆ ମଧ୍ୟ ଥିଲି। ଏପରି କି ମୋତେ ଓଡ଼ିଆ ଜଣାନାହିଁ ବୋଲି ମିଥ୍ୟା ପ୍ରଚାର ଚାଲିଲା। ଦଳୀୟ ଭୋଟ ଭାଗ ହୋଇଯିବା ମଧ୍ୟ ମୋ ପରାଜୟର ବଡ଼ କାରଣ।
ଆଗକୁ ସକ୍ରିୟ ରାଜନୀତିରେ ରହିବେ ନା’ ଆଉ କିଛି ଚିନ୍ତା କରିଛନ୍ତି?
ବର୍ତ୍ତମାନ ରାଜନୀତିରେ ଅଛି ଏବଂ ବିଜେଡିରେ ରହିଛି। ହେଲେ ଆଗାମୀ ନିର୍ବାଚନ ରାଜନୀତି କଥା କହିହେବ ନାହିଁ। ସେତେବେଳର ପରିସ୍ଥିତି କ’ଣ ଥିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ।
ରାଜ ପରିବାର ବିବାଦ ଓ ରାଜା ଅମଳର ଜଗନ୍ନାଥ ମନ୍ଦିର ପୁନଃନିର୍ମାଣ ବିଷୟରେ କ’ଣ କହିବେ?
ଏବେକା ପରିସ୍ଥିତିରେ ସେ ବିଷୟରେ ତଥ୍ୟ ରଖିବା ଉଚିତ ହେବନାହିଁ।
– ରିପୋର୍ଟ: ରଶ୍ମିରଞ୍ଜନ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri