ରାଉରକେଲାରେ ଖୋଲିବ ପ୍ରଥମ ‘ମଦର ସିଏନ୍‌ଜି ଷ୍ଟେଶନ’

ରାଉରକେଲା,୧୩ା୭(ସଙ୍ଗୀତା ଜେନା): ପରିବେଶ ପାଇଁ ଅନୁକୂଳ ତଥା କମ ଅର୍ଥରେ ମିଳିବ ଇନ୍ଧନ। ଗ୍ରୀନ ଫୁଏଲ ଭାବେ ପରିଚିତ କମ୍ପ୍ରେସଡ଼ ନେଚୁରାଲ ଗ୍ୟାସ(ସିଏନଜି)ର ରାଉରକେଲାରେ ବହୁତ ଶୀଘ୍ର ମଦର ସିଏନଜି ଷ୍ଟେସନ୍‌ ଖୋଲିବାକୁ ଯାଉଛି। ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ଖ୍ୟାତି ଲାଭ କରିଥିବା ସିଏନଜି ଦ୍ୱାରା ଯାନବାହାନ ଓ ଭାରିଯାନ ଚାଲିବ। ଏହାଦ୍ୱାରା ଲୋକ କମ ଖର୍ଚ୍ଚରେ ଇନ୍ଧନ ପାଇବେ। ରାଉରକେଲା ଭଳି ଶିଳ୍ପ ନଗରୀରେ ପ୍ରଦୂଷଣହାର ବୃଦ୍ଧି ସାଙ୍ଗକୁ କ୍ରମାଗତ ବହୁ ପରିମାଣରେ ଯାନବାହାନ ସଂଖ୍ୟା ବୃଦ୍ଧି ହୋଇଛି। ତେବେ ପ୍ରଦୂଷଣ ହାରକୁ କମ କରିବା ପାଇଁ ପୂର୍ବରୁ ଅଟୋ ଗୁଡ଼ିକ ପାଇଁ ସିଏନଜି ଇନ୍ଧନ ବ୍ୟବସ୍ଥା ୨୦୧୯ ମସିହାରେ କରାଯାଇଥିଲା। ଛେଣ୍ଡସ୍ଥିତ ଭଗବତୀ ଓ ସତ୍ୟମରେ ପେଟ୍ରୋଲ ପମ୍ପରେ ଆରୋ ଷ୍ଟେସନ ଦ୍ୱାରା ସିଏନଜି ବିତରଣ କରାଯାଉଥିଲା। ହେଲେ ଏହାର ବହୁଳ ଚାହିଦା ଓ ଅତ୍ୟାଧୁନିକ କୌଶଳରେ ନିର୍ମିତ ଚାରିଚକିଆ ଯାନବାହାନ ଓ ଅଟୋରେ ଇନ୍ଧନ ଯୋଗାଇବା ପାଇଁ ବୃହତ୍ତ ପ୍ରକଳ୍ପ ତିଆରି ଲାଗି ପେଟ୍ରୋଲିୟମ ମନ୍ତ୍ରଣାଳୟ ନିଷ୍ପତି ନେଇଥିଲା। ଯାହାଦ୍ୱାରା ରାଉରକେଲା ସେକ୍ଟର-୨ ଗାୟତ୍ରୀ ମନ୍ଦିର ନିକଟରେ ଏହି ମଦର ଷ୍ଟେସନ ନିର୍ମାଣ ୨୦୨୨ରୁ ଆରମ୍ଭ କରାଯାଇଥିଲା। ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ହେଉଥିବା ଉକ୍ତ ଷ୍ଟେସନରେ ୮ଟି ଡିସପେନସର ଲାଗିବ। ଯାହାଦ୍ୱାରା ଏକକାଳୀନ ୬ଟି କାର ବା ଅଟୋ ସହ ୨ଟି ସିଏନଜି ବସର ଇନ୍ଧନ ଭରାଯିବ। ସେକ୍ଟର-୧୩ ସିଟି ଗେଟ ଷ୍ଟେସନରୁ ଏହାର ପ୍ରମୁଖ ସିଏନଜି ଯୋଗାଣ କରାଯିବ। ଗେଲ(ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼) କମ୍ପାନୀ ଓନ କମ୍ପାନୀ ଅପରେସନାଲ(କୋକୋ) ଦ୍ୱାରା ପରିଚାଳିତ ହେବ। ଏହାର ନିର୍ମାଣ ଲାଗି ସଂଚିତ ଇନଫ୍ରାଟେକକୁ କାର୍ଯ୍ୟଦେଶ ମିଳିଛି। ପ୍ରାୟ ସେପ୍ଟମ୍ବର ମାସ ସୁଦ୍ଧା ଏହା ସମ୍ପୂଣର୍ର୍ ହେବ ବୋଲି ଗେଲ ଗ୍ୟାସ ମୁଖ୍ୟ ପରିଚାଳକ କିନସୁକ ସରକାର ସୂଚନା ଦେଇଛନ୍ତି। ଅତ୍ୟାଧୁନିକ ଯନ୍ତ୍ରାଂଶ ଦ୍ୱାରା ସୁରକ୍ଷିତ( ଦୁର୍ଘଟଣା ରହିତ) ଇନ୍ଧନ ଯୋଗାଣ କରାଯିବ। ସୂଚନାଯୋଗ୍ୟ, ଦିଲ୍ଲୀ, ବେଙ୍ଗଲୁରୁ ଭଳି ମହାନଗର ଗୁଡ଼ିକରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସିଏନଜି ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି। ବିଭିନ୍ନ କମ୍ପାନୀ ପକ୍ଷରୁ ସିଏନଜି ଇନ୍ଧନ ବିଶିଷ୍ଟ ଯାନବାହାନ ଉପତ୍ାଦନ କରାଯାଉଛି। ସିଏନଜି ବ୍ୟବହାର ଦ୍ୱାରା ଯାନବାହାନରୁ ବିଷାକ୍ତ କାର୍ବନ ଡାଇକ୍ସସାଇଡ଼ କମ ନିର୍ଗତ ହୋଇଥାଏ। ବୈଜ୍ଞାନିକ ମାନେ ଏହକୁ ଅଧିକ ସବୁଜ ପରିବେଶ ପାଇଁ ବିକଶିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri