ରାଇଗୋଡ଼ା ଗ୍ରାମ ପୁନଃସ୍ଥାପନ କାର୍ଯ୍ୟ ସମୀକ୍ଷା: ୨୦ ମଧ୍ୟରେ ମିଳିବ ଅନୁକମ୍ପା ଅର୍ଥ

ଅନୁଗୋଳ ଅଫିସ, ୯।୮-ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସାରୁଆଳିକୁ ବିସ୍ଥାପିତ ହୋଇଥିବା ନୂଆ ରାଇଗୋଡ଼ା ଗ୍ରାମବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ସାରୁଆଳି ଠାରେ ପୁନଃସ୍ଥାପନ ହୋଇଥିବା ୭୮ଟି ପରିବାରକୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମିଳେ ତାହା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଘର ପାଇଁ ପ୍ଲଟ ଚିହ୍ନଟକରଣ କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ୫୬ଟି ପ୍ଲଟ ଚିହ୍ନଟ ହୋଇ ବିଜୁ ପକ୍କାଘର ନିର୍ମାଣ ଶେଷ ହୋଇଥିବାବେଳେ ଅନ୍ୟ ୨୨ଟି ପ୍ଲଟ ଜମି ଜମା ବିବାଦ ହେତୁ ଚିହ୍ନଟ ହୋଇପାରିନାହିଁ। ତେବେ ସମ୍ପୂର୍ଣ୍ଣ ହୋଇଥିବା ୫୬ଟି ଗୃହରେ ଆବଶ୍ୟକ ବିଦ୍ୟୁତ୍‌ ସଂଯୋଗ ଓ ପାନୀୟ ଜଳ ଯୋଗାଣ ଶେଷ ହୋଇଛି। ସମ୍ପୃକ୍ତ ୭୮ଟି ପରିବାରକୁ ୨ କୋଟି ୩ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ତହସିଲଦାର ପ୍ରକାଶ କରିଥିଲେ। ଆସନ୍ତା ୧୬ ତାରିଖରେ ଉପଜିଲାପାଳଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉକ୍ତ ଗ୍ରାମ ଅନୁଧ୍ୟାନ କରି ସମସ୍ୟା ସମ୍ପର୍କରେ ଜଣାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ୨୧ଟି ପରିବାର ଅନୁକମ୍ପା ସହାୟତା ପାଇବା ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ସେମାନଙ୍କୁ ଆସନ୍ତା ୨୦ ତାରିଖ ସୁଦ୍ଧା ଏହା ପ୍ରଦାନ କରିବାକୁ ଜିଲାପାଳ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ପ୍ରଦାନ କରାଯାଉଥିବା ସହାୟତା ରାଶିରୁ ଲୋକଙ୍କ ଦାବି ମୁତାବକ ୬ ଲକ୍ଷ ସ୍ଥାୟୀ ଜମା ଓ ବାକି ୪ ଲକ୍ଷ ଟଙ୍କା ବିଭିନ୍ନ ଖର୍ଚ୍ଚ ବାବଦରେ ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ସେହିପରି ସ୍ଥାୟୀ ଜଳ ଉତ୍ସ ପାଇଁ ପାହାଡ଼ ପାଣିକୁ ସଂରକ୍ଷିତ କରି ରଖିବା ପାଇଁ ଗାର୍ଡଓ୍ବାଲ୍‌ ଓ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏକ ଚେକ୍‌ ଡ୍ୟାମ୍‌ ନିର୍ମାଣ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି ଶିକ୍ଷା, ସ୍ବାସ୍ଥ୍ୟ ସହ ୭୮ଟି ପରିବାର ପାଇଁ ଏକ ମିନି ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା, ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ସମୀକ୍ଷା ବୈଠକରେ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ପି. ରାମସ୍ବାମୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଓ ବନ ବିଭାଗ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମଘନ ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri