ର଼୍ୟାଗିଂ ଘଟଣା: ୬ ଅନ୍ତେବାସୀ ହଷ୍ଟେଲରୁ ବହିଷ୍କୃତ ବହିଷ୍କାର ନିର୍ଦ୍ଦେଶ ପ୍ରତିବାଦରେ ଧାରଣା

କଟକ ଅଫିସ,୧୯।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ମଙ୍ଗଳବାର ହୋଇଥିବା ର଼୍ୟାଗିଂ ଅଭିଯୋଗରେ ୬ଜଣ ଅନ୍ତେବାସୀଙ୍କୁ ହଷ୍ଟେଲରୁ ବହିଷ୍କାର ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶକୁ ପ୍ରତିବାଦ କରି ବୁଧବାର ରାତିରେ ଇଷ୍ଟ ହଷ୍ଟେଲ ଅନ୍ତେବାସୀମାନେ ଧାରଣାରେ ବସିଥିଲେ। ଏପରି କି ମୁଖ୍ୟଫାଟକ ତାଲା ପକାଇବା ସହ କୁଳସଚିବଙ୍କୁ ଯିବାକୁ ଦେଇ ନ ଥିଲେ। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମାଲଗୋଦାମ ପୋଲିସ ପହଞ୍ଚି ଧାରଣାରତ ଅନ୍ତେବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ହଟି ନ ଥିଲେ। ପରେ କୁଳସଚିବ ଅଶୋକ କୁମାର ଦାସ ଏ ସମ୍ପର୍କରେ ଗୁରୁବାର ପୁନର୍ବାର ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ର଼୍ୟାଗିଂ ଅଭିଯୋଗକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳା କମିଟି ଏବଂ ଆଣ୍ଟି ର଼୍ୟାଗିଂ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଜଣ ଅନ୍ତେବାସୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ସେମାନଙ୍କୁ ଗୋଟିଏ ସେମିଷ୍ଟର ପରୀକ୍ଷାରୁ ବଞ୍ଚିତ କରାଯିବା ସହ ହଷ୍ଟେଲରେ ରହିପାରିବେ ନାହିଁ ବୋଲି କଡ଼ା ପଦକ୍ଷେପ ନେଇଛି ଆଣ୍ଟି ର଼୍ୟାଗିଂ କମିଟି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ୱାର୍ଡେନ ପ୍ରଫେସର ସ୍ମୃତିପ୍ରଭା ଦାସ କହିଛନ୍ତି, ର଼୍ୟାଗିଂ ଅଭିଯୋଗ ଆଧାରରେ ପଦକ୍ଷେପ ନିଆଯାଇଛି। ବିଶ୍ୱବିଦ୍ୟାଳୟର କୌଣସି ଛାତ୍ରୀଛାତ୍ର ଯେପରି ନିଜକୁ ଅସୁରକ୍ଷିତ ମନେ ନ କରିବେ ସେ ଦିଗରେ କମିଟି ପକ୍ଷରୁ ଦୃଷ୍ଟି ଦିଆଯାଇଛି। ସୂଚନାଥାଉ କି, ଇଷ୍ଟ ହଷ୍ଟେଲରେ ସୋମବାର ବିଳମ୍ବିତ ରାତିରେ ଜନ୍ମଦିନ ପାଳନ ଉତ୍ସବରେ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସ୍ନାତକ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ କେତେଜଣ ଅନ୍ତେବାସୀ ମାଡ ମାରିଥିଲେ। ଏ ସମ୍ପର୍କରେ ସେ ଅଭିଯୋଗ କରି ନ ଥିଲେ ମଧ୍ୟ ତାଙ୍କ ଅଭିଭାବକ ର଼୍ୟାଗିଂ ହୋଇଛି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଥିଲେ। ଅଭିଭାବକ ଜଣଙ୍କ ୬ ଜଣ ଅନ୍ତେବାସୀଙ୍କ ନାମରେ ର଼୍ୟାଗିଂ ଅଭିଯୋଗ ଉଠାଇଥିଲେ। ମାଡ଼ ଯୋଗୁ ଛାତ୍ରଙ୍କ ପିଠିରେ ଦାଗ ହୋଇଥିବା ଦେଖିବାକୁ ମିଳିଥିଲା। ବୁଧବାର ବୈଠକରେ ୬ଜଣ ଅନ୍ତେବାସୀ ମଧ୍ୟ ଶୃଙ୍ଖଳା କମିଟି ଏବଂ ଆଣ୍ଟି ର଼୍ୟାଗିଂ କମିଟି ନିକଟରେ ହାଜର ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା…

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

ମୋ ବିଶ୍ୱାସ ଭାଙ୍ଗିଦେଇଥିଲା ପୋଲିସ: ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟ

ନୂଆଦିଲ୍ଲୀ,୧୦।୭: ୨୦୨୫ରେ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଉପରେ ଗଭୀର ଦୁଃଖ ପ୍ରକାଶ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଗଭୀର…

ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ିଗଲେ ପିଣ୍ଟୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ପୋଖରୀରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri