ରସୁଲପୁର ତହସିଲ: ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ

ରସୁଲପୁର,୧୩।୩(ଡି.ଏନ୍‌.ଏ.): ରସୁଲପୁର ତହସିଲ ଅଧୀନରେ ବେଆଇନ ବାଲି ମାଫିଆଙ୍କ ପାଦ୍ରୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ମାଫିଆମାନେ ନିଲାମ ବାଲି ଘାଟକୁ ବନ୍ଦ କରିବାକୁ ମହିଳାଙ୍କୁ ଢାଲ କରୁଥିବାବେଳେ ତେଣେ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହେଉଛି। ଯାହାଫଳରେ ସରକାରଙ୍କୁ ଲକ୍ଷାଧିକ ଟଙ୍କା ଟିକସ ଦେଇ ମଧ୍ୟ ନିଲାମଧାରୀମାନେ ବାଲି ଉଠାଇ ପାରୁ ନାହାନ୍ତି। ଏଭଳିସ୍ଥିତିରେ ପ୍ରଶାସନ ବିରୋଧରେ ଲିଜ୍‌ଧାରୀମାନେ କୋର୍ଟଙ୍କ ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଥିବାବେଳେ ଅନେକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳକୁ ପ୍ରଶାସନିକ ଅଧିକାରୀ ବିରୋଧର ଶିକାର ହେଉଛନ୍ତି।
ମିଳିଥିବା ସୂଚନା ଅନୁସାରେ ବାଲି ମାଫିଆମାନେ ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ଢାଲକରି ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଯାହାକି ଜାବରା ପଞ୍ଚାୟତ ନିକଟସ୍ଥ ବ୍ରାହ୍ମଣୀ ନଦୀର ଲିଜ୍‌ ଘାଟରୁ ବାଲି ଉଠାଣକୁ ସ୍ଥାନୀୟ ଜନସାଧାରଣ ବିରୋଧ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଏଠାରେ ବେଆଇନ ବାଲି ଚାଲାଣ ବନ୍ଦ କରାଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି। ଶନିବାର ପ୍ରଶାସନିକ ଅଧିକାରୀମାନେ ଆଇନଗତ ପଦକ୍ଷେପ ନେବାକୁ ଯାଇ ହଟହଟା ହେବା ଘଟଣା ସମଗ୍ର ତହସିଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତହସିଲ ଅଞ୍ଚଳରେ ୭ଟି ନିଲାମ ବାଲିଘାଟ ରହିଛି। ସେଥି ମଧ୍ୟରୁ ଜାବରା ବାଲିଘାଟ ଅନ୍ୟତମ। ଏହି ଘାଟକୁ ନେଇ ଲିଜ୍‌ଧାରୀ ଓ ବେଆଇନ ବାଲି ମାଫିଆଙ୍କ ମଧ୍ୟରେ ଛକାପଞ୍ଚା ଲାଗି ରହିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟ ବିବାଦ ମଝିରେ ରସୁଲପୁର ତହସିଲ ଓ କୁଆଖିଆ ଥାନା ପୋଲିସ ପ୍ରଶାସନ ଛନ୍ଦି ହୋଇଯାଇଛି। ଦୀର୍ଘବର୍ଷ ଧରି ଏଠିକାର ନିଲାମ ବାଲିଘାଟ ମାମଲା କୋର୍ଟରେ ବିଚାରାଧୀନ ଥିଲା। ଏହି ମୌକାରେ ଜାବରା, ବରକୋଳି ପାଟଣା, କଣ୍ଠିଆକଣ ଆଦି ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀର ବେଆଇନ ବାଲି ଘାଟରୁ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିଲା। କୋର୍ଟଙ୍କ ଅବରୋଧ ହଟିବା ପରେ ତହସିଲ ପ୍ରଶାସନ ପକ୍ଷରୁ ବାଲିଘାଟକୁ ଲିଜ୍‌ ଦିଆଯାଇଥିଲା। ଏହି ଅଞ୍ଚଳରେ ବେଆଇନ ବାଲିଘାଟ ପ୍ରଭାବିତ ହୋଇଥିଲା। ଉକ୍ତ ବେଆଇନ ବାଲି ପରିବହନରୁ ଲାଭ ଉଠାଉଥିବା ବ୍ୟକ୍ତିମାନେ ଆଇନଗତ ବାଲି ପରିବହନକୁ ବନ୍ଦ କରିବା ପାଇଁ ନାନା ପନ୍ଥା ଆପଣେଇ ଥିଲେ। ବାଲିଘାଟରେ ମେଶିନ ସହାୟତାରେ ବାଲି ଉତ୍ତୋଳନ ହେବା ସହ ହାଇୱାରେ ବାଲି ପରିବହନ ହେବାରୁ ବିରୋଧ ଆରମ୍ଭ ହୋଇଥିଲା। ବିଶେଷକରି ସୀମା ବାହାରୁ ବାଲି ଉଠାଇବା, ନିର୍ମାଣ ପୋଲ ନିକଟରୁ ବାଲି ଉଠାଇବା, ପୋଲପ୍ରତି ବିପଦ ସୃଷ୍ଟି କରିବା, ବାଲି ଉତ୍ତୋଳନ କ୍ଷେତ୍ରକୁ ମାପଚୁପ କରିବା ଭଳି ନାନା ଦାବି କରି ଲିଜ୍‌ଧାରୀମାନେ ଆନ୍ଦୋଳନ କରିଆସୁଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଅନେକ ଥର ମାମଲା ଥାନାରେ ବି ପହଞ୍ଚତ୍ଥିଲା। ଏପରି କି ବିରୋଧୀମାନେ ଶେଷଥର ନିଲାମ ବାଲିଘାଟ ମାପଚୁପ୍‌ କରିବାକୁ ଜିଦ୍‌ କରି ବାଲି ଉତ୍ତୋଳନକୁ ବନ୍ଦ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ଏହି ଘଟଣା ସମ୍ପର୍କରେ ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିବା ସହ ଲିଜ୍‌ ଘାଟର ମାପଚୁପ୍‌ କରିବା ପାଇଁ ଆପୋଷ ଭାବରେ ସ୍ଥିର ହୋଇଥିଲା। ନିଷ୍ପତ୍ତି ମୁତାବକ ମାର୍ଚ୍ଚ ୭ତାରିଖରେ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଓ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କ ନେତୃତ୍ୱରେ ତହସିଲ ପ୍ରଶାସନ ଓ ପୋଲିସ ବାହିନୀକୁ ନେଇ ବାଲି ଘାଟ ମାପଚୁପ୍‌ କରିବା ପାଇଁ ନିଲାମ ଘାଟ ନିକଟରେ ପହଁଚି ଥିଲେ। ମାତ୍ର ବିରୋଧୀ ଗୋଷ୍ଠୀ ସ୍ବର ବଦଳାଇବା ସହ ନିଲାମ ଘାଟକୁ ବାତିଲ କରିବା ଦାବି କରି ପ୍ରଶାସନ ଅଧିକାରୀଙ୍କୁ ମାପଚୁପ୍‌ କରାଇ ଦେଇ ନ ଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଯାହାଫଳରେ ମାପଚୁପ୍‌କୁ ଅଧାରୁ ବନ୍ଦକରି ପ୍ରଶାସନିକ ଅଧିକାରୀମାନେ ଫେରି ଆସିଥିଲେ। ସେହି ଦିନରୁ ଆଇନଗତ ବାଲି ଘାଟରୁ ବାଲି ପରିବହନ ବନ୍ଦ ରହିଛି। ଉକ୍ତ ଘଟଣାକୁ ନେଇ ଲିଜ୍‌୍‌ଧାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ନିଲାମ ଘାଟ ପରିଚାଳନା କରିବାରେ ସହଯୋଗ ମିଳୁ ନ ଥିବାରୁ ଆଇନର ସହାୟତା ନେବାକୁ ଲିଜଧାରୀ ସଜବାଜ ହେଉଥିବାର ସୂଚନା ମିଳୁଛି। ତେଣେ ଏହି ଘଟଣା ପରେ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଅସମ୍ଭବ ନୀରବତା ଉଭୟ ଗୋଷ୍ଠୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏନେଇ ରସୁଲପୁର ତହସିଲଦାର ଭୂଜବଳଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏବେ ସେ ଦୁଇଟି ତହସିଲ ଦାୟିତ୍ୱରେ ଅଛନ୍ତି ା ଏନେଇ ସମୟ ବାହାର କରି ଥାନା ଅଧିକାରୀ ସ୍ବାଇଁଙ୍କ ସହ ଆଲୋଚନା କରିବା ପରେ ଯାହାକିଛି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ଏହି ତହସିଲ ଅଧୀନସ୍ଥ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀର ରଣେଶ୍ୱର ଘାଟରୁ ନିଲାମଧାରୀ କୈଳାସ ସାହୁ ଲିଜ୍‌ ନେଇଛନ୍ତି। ଏହି ଘାଟରୁ ଅଳ୍ପ କେତେ ଦୂରରେ ଆଉ ଏକ ବେଆଇନ ବାଲିଘାଟ ଚାଲୁଛି। ସେଠାରୁ ଏବେ ବି ଶହ ଶହ ଟ୍ରିପ୍‌ ବାଲି ପରିବହନ ହେଉଛି। ମାତ୍ର ପ୍ରଶାସନିକ ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁଁ ନିଲାମ ଘାଟଟି ଏବେ ବି ବନ୍ଦ ରହିଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri