ରବିବାର ହେଲେ ଖୋଜା ପଡ଼େ ‘ରୟାଲ କ୍ଲବ’

ସାମାଜିକ କାର୍ଯ୍ୟକଳାପ ସହ ଯୋଡ଼ି ହେଉଛନ୍ତି ଯୁବପିଢ଼ି। ଅଧିକରୁ ଅଧିକ ସଂଖ୍ୟାରେ ଯୁବଗୋଷ୍ଠୀ ଏବେ ନିଜକୁ ସମାଜସେବାରେ ସାମିଲ କରୁଥିବା ଦେଖିବାକୁ ମିଳିଲାଣି। ଫଳରେ ଦିନକୁ ଦିନ କ୍ଲବ ସଂଖ୍ୟା ବଢୁଛି। କେତେଜଣ ଯୁବକ ଏକତ୍ରିତ ହୋଇ ତିଆରି କରୁଛନ୍ତି କ୍ଲବ। ସହରର ବିଭିନ୍ନ କ୍ଲବ ନିମନ୍ତେ ଏହି ସ୍ବତନ୍ତ୍ର ସ୍ତମ୍ଭ…

ପ୍ରତି ରବିବାର ଭୋର ହେବା ମାତ୍ରେ ରୟାଲ କ୍ଲବର ସମସ୍ତ ସଦସ୍ୟ ବାଦାମବାଡ଼ି ନିକଟରେ ଏକଜୁଟ ହୁଅନ୍ତି। ପୂର୍ବରୁ ଟଙ୍କା ଯୋଗାଡ଼ ଓ ରୋଷେଇ ସାମଗ୍ରୀ କିଣା ସରିଥାଏ। ସକାଳୁ ସକାଳୁ ବାଦାମବାଡ଼ିସ୍ଥିତ ଏକ ହୋଟେଲରେ ପ୍ରାୟ ୧୦୦୦ ଲୋକଙ୍କ ନିମନ୍ତେ ଅରୁଆ ଭାତ ଓ ଡାଲମା ରୋଷେଇ କରାଯାଏ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳକୁ କଟକର ବିଭିନ୍ନ ସ୍ଥାନରେ ଏହି ରନ୍ଧାଖାଦ୍ୟକୁ ବଣ୍ଟାଯାଏ ବୋଲି କହିଛନ୍ତି କ୍ଲବର ସମ୍ପାଦକ ସୂରଯ କୁମାର ରାଉତ। ପ୍ରାୟ ରବିବାର ମେଡିକାଲରେ ବଣ୍ଟାଯାଏ। କେତେକ ଥର ରାସ୍ତାକଡ଼ରେ ଶୋଉଥିବା ଗରିବ ଲୋକମାନଙ୍କୁ ବଣ୍ଟାଯାଉଛି। ମାତ୍ର ଆମ ଖାଦ୍ୟବଣ୍ଟନ ସ୍ଥାନ ପ୍ରାୟ ଲୋକ ଜାଣି ସାରିଲେଣି। ଏଣୁ ରବିବାର ହେଲା ମାତ୍ରେ ସହରରେ କାମ କରୁଥିବା ଦିନମଜୁରିଆ, ଗରିବ ଲୋକମାନେ ଆପେ ଆପେ ଆସି ରୁଣ୍ଡ ହୋଇଯାଆନ୍ତି ବୋଲି ସୂରଯ କହିଛନ୍ତି।

୨୦୧୪ ମସିହାରୁ ଏହି କ୍ଲବ ଚାଲୁଛି। ପ୍ରଥମେ ଶଙ୍କରପୁର ଓ ବାଦାମବାଡ଼ି ଅଞ୍ଚଳର ପ୍ରାୟ ୨୦ଜଣ ଯୁବ ବ୍ୟବସାୟୀ ଏକାଠି ହୋଇ ଉକ୍ତ କ୍ଲବ ଗଠନ କରିଥିଲେ। ଏବେ ୭୮ଜଣ ଯୁବକ ଏହି କ୍ଲବର ସଦସ୍ୟ। ଏହାର ଅଧିକାଂଶ ସଦସ୍ୟ ବ୍ୟବସାୟ କରନ୍ତି। ପ୍ରତି ରବିବାର ଖାଦ୍ୟ ବଣ୍ଟନ କରାଯିବା ସହିତ ପ୍ରତ୍ୟେକ ମାସରେ ବୃଦ୍ଧାଶ୍ରମ, ବାଳାଶ୍ରମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ବୋଲି କ୍ଲବ ସଭାପତି ଚିତ୍ତରଞ୍ଜନ ରାଉତ କହିଛନ୍ତି। କିଛିଦିନ ତଳେ ଚଣ୍ଡିଖୋଲରେ ଥିବା ଏକ ବୃଦ୍ଧାଶ୍ରମରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ସେଠାରେ ଖାଦ୍ୟ ଓ ପୋଷାକ ବଣ୍ଟନ କରାଯାଇଥିବା ଚିତ୍ତରଞ୍ଜନ କହିଛନ୍ତି। ଏପରି କି ଅର୍ଥ ଅଭାବରୁ ଯେଉଁ ପିଲାଙ୍କ ପାଠ ପଢ଼ିବାରେ ସମସ୍ୟା ହେଉଛି ସେମାନଙ୍କୁ ଆମେ ସାହାଯ୍ୟ କରୁଛୁ ବୋଲି ଚିତ୍ତରଞ୍ଜନ କହିଥିଲେ। ଅରୁଣୋଦୟ ମାର୍କେଟ ନିକଟରେ ପ୍ରତିବର୍ଷ ଏହି କ୍ଲବ ଗଣେଶପୂଜା ଆୟୋଜନ କରେ। ସ୍କୁଲପିଲାଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟାନ କରାଯାଉଛି ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ରାକେଶ ରାଉତ କ୍ଲବ ଉପସଭାପତି ଥିବାବେଳେ ଶ୍ୟାମପ୍ରସାଦ ବେହେରା ଯୁଗ୍ମ ସମ୍ପାଦକ ଓ ରାକେଶ ସ୍ବାଇଁ କୋଷାଧ୍ୟକ୍ଷ ଅଛନ୍ତି।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri