ରଥ ପାଇଁ ଆସେ ପାଞ୍ଚଥର ଆଜ୍ଞାମାଳ

ପୁରୀ ଅଫିସ, ୨୭ା୬: ପରମ କାରୁଣିକ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ଅନୁଷ୍ଠିତ ହୋଇଆସୁଛି। ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁଯାୟୀ ସ୍ବୟଂ ମହାପ୍ରଭୁ ଏହି ଯାତ୍ରା କରିବା ପାଇଁ ମହାରାଜା ଇନ୍ଦ୍ରଦ୍ୟୁମ୍ନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯାତ୍ରା ନିମନ୍ତେ ତିନିରଥକୁ ଶିଳ୍ପ ଶାସ୍ତ୍ରାନୁଯାୟୀ ପାରମ୍ପରିକ ଶିଳ୍ପୀମାନେ ନିର୍ମାଣ କରିଥାନ୍ତି। ରଥ କାର୍ଯ୍ୟ ଆରମ୍ଭରୁ ମହାପ୍ରଭୁଙ୍କର ଦୃଷ୍ଟି ରଥଗୁଡ଼ିକ ଉପରେ ନିବଦ୍ଧ ରହିଥାଏ। ଅର୍ଥାତ୍‌ ରଥ ପାଇଁ ପାଞ୍ଚ ଥର ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିଥାଏ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟତୃତୀୟା ଦିନ ତିନିବାଡ଼ରୁ ତିନିଗୋଟି ଆଜ୍ଞାମାଳ ରଥଖଳାକୁ ବିଜେ ହୁଅନ୍ତି। ତିନିରଥ ପାଇଁ ପ୍ରସ୍ତୁତ ଥିବା ତିନିଖଣ୍ଡ କାଠରେ ପୂଜାପଣ୍ଡା ସାମନ୍ତ ଏହି ଆଜ୍ଞାମାଳ ଲାଗି କରିଥାନ୍ତି। ଏହାପରେ ମହାପ୍ରଭୁଙ୍କ ନିର୍ଦ୍ଦେଶ ପାଇ ତିନିରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ। ଏହି କାର୍ଯ୍ୟର ଅଗ୍ରଗତିକୁ ତଦାରଖ କରିବା ପାଇଁ ଦାରୁବିଗ୍ରହଙ୍କ ନିକଟରୁ ପୁନଶ୍ଚ ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ବା ଚନ୍ଦନ ଯାତ୍ରାର ଭଉଁରି ଦିନ ଆଜ୍ଞାମାଳ ଆସି ତିନିରଥର ୬ ଚକ ଓ ୩ ଅଖରେ ଲାଗି କରାଯାଇଥାଏ। ଏହି ଦିନ ତିନିରଥର ୨ଟି ଲେଖାଏ ଚକ ୩ଟି ଅଖରେ ଯୋଡ଼ାଯାଏ। ଏହାକୁ ଚକ ଡେରା ନୀତି କହନ୍ତି। ପୁନଶ୍ଚ ରଥଯାତ୍ରା ପୂର୍ବଦିନ ନିର୍ମାଣ କାର୍ଯ୍ୟ ସରିବା ପରେ ରଥଗୁଡ଼ିକୁ ସିଂହଦ୍ୱାରକୁ ଟାଣିନେବା ପାଇଁ ଠାକୁରମାନଙ୍କ ଆଜ୍ଞାମାଳ ଲାଗି କରାଯାଇଥାଏ। ଏହି ଆଜ୍ଞାମାଳ ପାଇବା ପରେ ତିନିରଥ ସିଂହଦ୍ୱାରକୁ ଆସନ୍ତି। ରଥଖଳାରୁ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ରଥ, ପରେ ମା’ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ହୋଇ ସିଂହଦ୍ୱାରରେ ଏକ ସରଳରେଖାରେ ଅବସ୍ଥାନ କରିଥାନ୍ତି। ସେହିଦିନ ରାତ୍ରିରେ ତିନିରଥର ଦଧିନଉତିରେ ଲାଗିବାକୁ ଥିବା ୯ଟି କଳସକୁ ତିନିବାଡ଼ର ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ପ୍ରଥମେ ଏହି କଳସଗୁଡ଼ିକୁ ଜୟବିଜୟ ଦ୍ୱାରକୁ ଅଣାଯାଇଥାଏ। ସନ୍ଧ୍ୟାଧୂପ ସରିବା ପରେ ଜଣେ ପୂଜାପଣ୍ଡା ତିନିବାଡ଼ରୁ ଆଜ୍ଞାମାଳ ନେଇ ତିନି କଳସଙ୍କୁ ଦେଇଥାନ୍ତି। ଚାଙ୍ଗଡ଼ା ମେକାପ ତିନିଖଣ୍ଡ ପତନୀ ଶାଢି ଦିଅନ୍ତି ଓ ପୂଜାପଣ୍ଡା ତିନି କଳସରେ ବାନ୍ଧନ୍ତି। ଏହାପରେ କୋଠସୁଅଁାସିଆମାନେ କଳସ ନେଇ ରଥରେ ବାନ୍ଧିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଲାଗୁଥିବା କଳସ ତ୍ରୟର ନାମ ଚନ୍ଦ୍ର, ସୂର୍ଯ୍ୟ ଓ ବିଦ୍ୟୁତ୍‌। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ କଳସ ତ୍ରୟର ନାମ ପରା, ଅପରା ଓ ବୈଖାରୀ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଲାଗୁଥିବା କଳସ ତ୍ରୟ ହେଲେ ନଭ, ଆକାଶ ଓ ବ୍ୟୋମ। ଅନ୍ୟପକ୍ଷରେ ଆଷାଢ ଶୁକ୍ଳ ସପ୍ତମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥଗୁଡ଼ିକୁ ତିନିବାଡ଼ରୁ ଆଜ୍ଞାମାଳ ପ୍ରଦାନ କରାଯାଏ। ଏହି ଦିନ ସକାଳ ଧୂପ ପରେ ତିନିଜଣ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ତିନିଖଣ୍ଡ ନେଇ ଘଣ୍ଟ, ଛତା ଓ କାହାଳି ସହ ତିନିରଥ ନିକଟକୁ ଯାଇ ପ୍ରଦାନ କରନ୍ତି। ଏହାପରେ ରଥଗୁଡ଼ିକୁ ଦକ୍ଷିଣ ମୋଡ଼ କରାଯାଇଥାଏ। ଏହିପରି ଭାବେ ସମୁଦାୟ ପାଞ୍ଚଥର ରଥ ନିମନ୍ତେ ଠାକୁରମାନେ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ରଥ ନିର୍ମାଣଠାରୁ ରଥଯାତ୍ରାକାଳୀନ ସମସ୍ତ କାର୍ଯ୍ୟ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ପନ୍ନ ହୋଇଥାଏ ବୋଲି ଡ.ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri