Posted inଖେଳ

ରଣ୍‌ଜୀ ଟ୍ରଫି: ଦିଲ୍ଲୀକୁ ଜିତାଇଲେ ରାଣା, ୩ ବର୍ଷ ପରେ ବିଦର୍ଭର ପ୍ରଥମ ପରାଜୟ

ନୂଆଦିଲ୍ଲୀ, ୨୨।୧ (ପି.ଟି.): ନୀତୀଶ ରାଣାଙ୍କ କ୍ୟାରିୟର ଶ୍ରେଷ୍ଠ ଶତକୀୟ ଇନିଂସ ବଳରେ ଏଠାରେ ଖେଳାଯାଇଥିବା ରଣ୍‌ଜୀ ଟ୍ରଫିର ଏକ ମ୍ୟାଚ୍‌ରେ ଦିଲ୍ଲୀ ୬ ଉଇକେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ବିଦର୍ଭକୁ ପରାସ୍ତ କରିଛି। ବିଦର୍ଭ ପକ୍ଷରୁ ଧାର୍ଯ୍ୟ ୩୪୭ ରନର ଏକ ଚ୍ୟାଲେଞ୍ଜିପୂର୍ଣ୍ଣ ଟାର୍ଗେଟ୍‌କୁ ପିଛ କରି ଘରୋଇ ଦିଲ୍ଲୀ ଅନ୍ତିମ ଦିବସରେ ବୁଧବାର ୪ ଉଇକେଟ୍‌ ହରାଇ ହାସଲ କରିନେଇଛି। ଆଇପିଏଲ୍‌ରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ବାମହାତୀ ବ୍ୟାଟ୍ସମ୍ୟାନ ରାଣା ୬୮ ବଲରୁ ୧୦୫ ରନ (୮ ଚୌକା, ୭ ଛକା) ଓ ଉଇକେଟ୍‌କିପର ଅନୁଜ ରାଓ୍ବତ ୧୮ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଧ୍ରୁବ ସୋରୀ ୪୪, ହିତେନ ଦଲଲ ୮୨, କୁନାଲ ଚାଣ୍ଡେଲା ୭୫ ରନ କରିଥିଲେ। ମ୍ୟାଚ୍‌ ବିଜୟୀ ଇନିଂସ ଲାଗି ନୀତୀଶ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦିଲ୍ଲୀର ଏହି ସ୍ମରଣୀୟ ରନ୍‌ ଚେଜ୍‌ ଯୋଗୁ ବିଦର୍ଭ ୩ ବର୍ଷ ପରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପ୍ରଥମ ପରାଜୟର ସାମ୍ନା କରିଛି। ବିଜୟ ସହ ଦିଲ୍ଲୀ ୫ ମ୍ୟାଚ୍‌ରୁ ୧୬ ପଏଣ୍ଟ ପାଇ ଗ୍ରୁପ୍‌- ଏ ଓ ବି’ରେ ୮ମ ସ୍ଥାନରେ ରହିଛି। ଅପରପକ୍ଷରେ ବିଦର୍ଭ ୧୭ ପଏଣ୍ଟ ସହ ଏହି ଗ୍ରୁପ୍‌ର ୬ଷ୍ଠ ସ୍ଥାନ ଲାଭ କରିଛି।
ସଂକ୍ଷିପ୍ତ ସ୍କୋର-
ବିଦର୍ଭ ପ୍ରଥମ ଇନିଂସ- ୧୭୯/୧୦
ଦିଲ୍ଲୀ ପ୍ରଥମ ଇନିଂସ- ୧୬୩/୧୦
ବିଦର୍ଭ ୨ୟ ଇନିଂସ- ୩୩୦/୩ (ଘୋଷଣା)
ଦିଲ୍ଲୀ ୨ୟ ଇନିଂସ- ୩୪୮/୪


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri