Posted inରାଜ୍ୟ

ରଣପୁର ବାହୁଡା ଯାତ୍ରାରେ ଅପ୍ରୀତିକର ପରିସ୍ଥିତି: ସେବାୟତ-ଦେବୋତ୍ତର ବିଭାଗ ମୁହାଁମୁହିଁ; ଠାକୁରଙ୍କୁ ରଥ ଉପରେ ଛାଡି ପଳାଇ ଆସିଲେ

ରଣପୁର,୧୪ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଘୋଷ ଯାତ୍ରାର ନବଦିନାମତ୍କ ଯାତ୍ରା ଶେଷକରି ଶୁକ୍ରବାର ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସମସ୍ତ କାର୍ଯ୍ୟ ଡେରି ହୋଇ ରାତ୍ର ହୋଇ ଯିବାରୁ ଠାକୁରଙ୍କ ରଥଟଣା ବନ୍ଦ ହୋଇଥିଲା। ଶନିବାର ସେବାୟତ ଓ ଦେବୋତ୍ତର ବିଭାଗର ସମନ୍ବୟ ଅଭାବରୁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ରଥ ଉପରୁ ଚାରମାଳ ଖୋଲାକୁ ନେଇ ସେବାୟତ ଓ ପୂଜାପଣ୍ଡାମାନେ ଠାକୁରଙ୍କୁ ରଥ ଉପରେ ଛାଡି ପଳାଇ ଆସିଥିଲେ।
ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ ସମସ୍ତ ନୀତିକାନ୍ତି କରାଯାଇ ରଥ ଉପରେ ତିନି ଠାକୁରଙ୍କୁ ରୁପା ବେଶ କରାଯାଇ ସକାଳ ୧୦ଟାରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ସିଂହଦ୍ୱାରରେ ପହଞ୍ଚାଇଥିଲେ । ସେହିପରି ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିଥିଲେ। ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଟାଣିବା ପାଇଁ ରଥରେ ଘୋଡା ଯୋଚାଯାଇ ଦଉଡି ସଂଯୋଗ କରାଯାଇଥିଲା। ରଥରେ କୌଣସି ପୂଜାପଣ୍ଡା ସେବାୟତ ନ ଥିବାରୁ ରଥଟଣା କାର୍ଯ୍ୟ ଦେବୋତ୍ତର ବିଭାଗ କରିପାରି ନ ଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ପ୍ରତିବର୍ଷ ବାହୁଡା ଯାତ୍ରାରେ ଦୁଇଟି ରଥ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯାଉଥିଲା ବେଳେ ନନ୍ଦିଘୋଷ ରଥକୁ ସେହିଦିନ ଟଣାଯାଏ ନାହିଁ। ରଥ ଉପରକୁ ଯିବାକୁ ଚାରମାଳ ମଧ୍ୟ ଖୋଲାଯାଏ ନାହିଁ। ଫଳରେ ଭକ୍ତମାନେ ପବିତ୍ର ଏକାଦଶୀରେ କାଳିଆ ଠାକୁରଙ୍କୁ ରୁପା ବେଶରେ ରଥ ଉପରକୁ ଯାଇ ଦର୍ଶନ କରନ୍ତି। ପୂଜା ପଣ୍ଡାମାନେ ଭକ୍ତମାନଙ୍କ ଦାନ ଦକ୍ଷିଣାରୁ କିଛି ରୋଜଗାର ମଧ୍ୟ କରନ୍ତି। କିନ୍ତୁ ଚଳିତବର୍ଷ ଏକାଦଶୀ ତିଥିରେ ଦେବୋତ୍ତର ବିଭାଗ ତରଫରୁ ସକାଳ ୧୦ଟାରୁ ଚାରମାଳ ରଥରୁ ଖୋଲା ଯିବାରୁ ରଥ ଉପରକୁ ଭକ୍ତମାନେ ଚଢିପାରି ନ ଥିଲେ। ଫଳରେ ସେବାୟତ ଓ ପୂଜାପଣ୍ଡାମାନେ ଭକ୍ତମାନଙ୍କ ଦାନ ଦକ୍ଷିଣାରୁ ବଞ୍ଚିତ ହୋଇଥିଲେ। ଏହାକୁ ବିରୋଧ କରି ନନ୍ଦିଘୋଷ ରଥର ସମସ୍ତ ପୂଜାପଣ୍ଡା ଓ ସେବାୟତ ଠାକୁରଙ୍କ ସେବାକାର୍ଯ୍ୟ ଛାଡି ରଥ ଉପରୁ ପଳାଇ ଆସିଥିଲେ । ରଥ ଉପରେ ଏକୁଟିଆ କାଳିଆ ଠାକୁର ବସି ରହିଥିଲେ। ଏଭଳି ଘଟଣା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେଇଛି । ଘଟଣାକୁ ନେଇ ଥାନା ପରିସରରେ ଦେବୋତ୍ତର ବିଭାଗ, ସେବାୟତ ଓ ସାଧାରଣ ଲୋକଙ୍କୁ ନେଇ ଆଲୋଚନା କରାଯାଇଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନ ଥିଲା। ଏ ସମ୍ପର୍କରେ ରଣପୁର ତହସିଲଦାର ଓ ଦେବୋତ୍ତର ବିଭାଗ ଅଧିକାରୀ ସୁଶାନ୍ତ କୁମାର ପତି କୁହନ୍ତି, ଦୁଇଟି ରଥ ସିଂହ ଦ୍ୱାରରେ ଲାଗିଲା ପରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିବା ପାଇଁ ପ୍ରସ୍ତୁତି ହେଉଥିଲେ। ହେଲେ ରଥ ଉପରେ କୌଣସି ପୂଜାପଣ୍ଡା ଓ ସେବାୟତ ନ ଥିବାରୁ ରଥଟଣା କାର୍ଯ୍ୟ ହୋଇପାରି ନ ଥିଲା। ସେବାୟତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର କୁହନ୍ତି, ଦେବୋତ୍ତର ବିଭାଗ ମନଇଚ୍ଛା ରଥରୁ ଚାରମାଳ ଖୋଲିଦେବାରୁ ଭକ୍ତମାନେ ବର୍ଷକେ ଥରେ ରଥ ଉପରକୁ ଆସି ଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ବିରୋଧ କରି ଆମେ ରଥ ଛାଡି ତଳେ ବସି ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri