Posted inଖେଳ

ରଣଜୀ ଟ୍ରଫି: ଛତିଶଗଡ଼ ୧୩୪ରେ ଅଲଆଉଟ : ରାଜେଶଙ୍କୁ ୬ ଉଇକେଟ ସଫଳତା

କଟକ ଅଫିସ,୧୦ା୧୨-
ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଠାରୁ ଓଡ଼ିଶା-ଛତିଶଗଡ଼ ପ୍ରଥମ ରଣଜୀଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛ। ପେସ୍‌ ବୋଲିଂ ସୁହାଉଥିବା ଏହି ଗ୍ରାଉଣ୍ଡରେ ପ୍ରଥମ ଦିବସରେ ମୋଟ୍‌ ୧୩ଟି ଉଇକେଟ ପତନ ଘଟିଛି। ପ୍ରଥମେ ବ୍ୟାଟିଂ କରିଥିବା ଛତିଶଗଡ଼ ୧୩୪ରନରେ ଅଲଆଉଟ ହୋଇଛି। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଘାତକ ବୋଲିଂ କରି ଛତିଶଗଡ଼ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ତାଙ୍କୁ ୬ଟି ଉଇକେଟ ମିଳିଥିବା ବେଳେ ବସନ୍ତ ମହାନ୍ତି ୩ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ପାଇଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୩ ଉଇକେଟ ହରାଇ ୪୮ରନ କରିଛି।
ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ଛତିଶଗଡ଼କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଦଳୀୟ ସ୍କୋର ୧ ହୋଇଥିବା ବେଳେ ଓପନର ଅବିନାଶ ଧାଲିୱାଲ ଖାତା ଖୋଲିବା ପୂର୍ବରୁ ରାଜେଶଙ୍କ ବଲରେ ସନ୍ଦୀପ ପଟ୍ଟନାୟକଙ୍କ ହାତରେ କ୍ୟାଚ୍‌ ଆଉଟ ହୋଇଥିଲେ। ପରେ ୨୩ରନରେ ଦ୍ୱିତୀୟ ଓ ୬୧ରନରେ ୬ଷ୍ଠ ଉଇକେଟ ହରାଇ ଛତିଶଗଡ଼ ସଙ୍କଟରେ ପଡ଼ିଥିଲା। ଛତିଶଗଡ଼ର ଦଳୀୟ ସ୍କୋର ୧୦୦ ଟପିବନି ବୋଲି ଆଶଙ୍କା ରହିଥିଲା। ଅନ୍ତିମ ଉଇକେଟ ଭାଗିଦାରୀରେ ଅଜୟ ମଣ୍ଡଳ ଓ ପଙ୍କଜ ରାଓ ୪୨ରନ ଯୋଡ଼ିବା ଫଳରେ ଛତିଶଗଡ଼ ୧୩୪ରନ କରିଥିଲା। ଅଜୟ ଛତିଶଗଡ଼ ପକ୍ଷରୁ ସର୍ବାଧିକ ୪୭ରନ କରିଥିଲେ। ଏହାଛଡ଼ା ଅମନଦୀପ ଖାରେ ୨୦ରନ, ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ବୀରପ୍ରତାପ ସିଂ ୧୪ରନ କରିଛନ୍ତି। ଉକ୍ତ ମ୍ୟାଚ୍‌ରେ ଓଡ଼ିଶାର ପେସ୍‌ ବୋଲିଂ ଆଟାକ୍‌ ଉତ୍କୃଷ୍ଟ ଧରଣର ରହିଛି। ୧୦ଟି ଯାକ ଉଇକେଟ ୩ପେସ୍‌ ବୋଲରଙ୍କ ମଧ୍ୟ ବାଣ୍ଟି ହୋଇଯାଇଥିଲା। ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୨୨ରନରେ ଓପନର ଅନୁରାଗ ଷଡ଼ଙ୍ଗୀଙ୍କ ଉଇକେଟ ହରାଇଥିଲା। ଅନୁରାଗ ୧୪ରନ କରି ପୂନୀତ ଦତେଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ପରେ ଦେବାଶିଷ ସାମନ୍ତରାୟ ୮ରନରେ ପଙ୍କଜ ରାଓଙ୍କ ଦ୍ୱାରା ଓ ଅଧିନାୟକ ଶୁଭ୍ରାଂଶୁ ୧୬ରନରେ ପୁନୀତଙ୍କ ବଲରେ ଉଇକେଟ କିପର ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ଅପରାଜିତ ଥିବା ଦୁଇ ଅଭିଜ୍ଞ ଖେଳାଳି ବିପ୍ଳବ ସାମନ୍ତରାୟ(୪ରନ) ଓ ଗୋବିନ୍ଦ ପୋଦ୍ଦାର(୦)ଙ୍କ ଦ୍ୱାରା ଦ୍ୱିତୀୟ ଦିବସର ଖେଳ ଆରମ୍ଭ ହେବ।
ସନ୍ଦୀପ ଆହତ, ମ୍ୟାଚ୍‌ରୁ ବାଦ୍‌
ଓପନର ସନ୍ଦୀପ ପଟ୍ଟନାୟକଙ୍କ ହାତରେ ଆଘାତ ଲାଗିଛି। ଅନୁରାଗଙ୍କ ସହ ଓପନିଂ କରିବାକୁ ଆସିଥିବା ସନ୍ଦୀପ ୭ଟି ବଲ ଖେଳି କୌଣସି ରନ ସଂଗ୍ରହ କରିବା ପୂର୍ବରୁ ରିଟାୟର୍ଡ ହଟ୍‌ ହୋଇ ଫେରିଥିଲେ। ପେସ୍‌ ବୋଲର ବୀରପ୍ରତାପ ସିଂଙ୍କୁ ସମ୍ମୁଖୀନ କରୁଥିବା ବେଳେ ତାଙ୍କ ଡାହାଣ ହାତରେ ବଲ ବାଜିଥିଲା। ଏଥିରେ ସନ୍ଦୀପଙ୍କ ହାତ ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି।
ରାଜେଶଙ୍କ ଶ୍ରେଷ୍ଠ ବୋଲିଂ ଫିଗର୍‌
ଡାହାଣହାତୀ ପେସ୍‌ ବୋଲର ରାଜେଶ ମହାନ୍ତି ଛତିଶଗଡ଼ ବିପକ୍ଷରେ ଚମତ୍କାର ବୋଲିଂ କରିଛନ୍ତି। ଏଠାରେ ସେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ୫୫/୬ ରାଜେଶଙ୍କ ଶ୍ରେଷ୍ଠ ବୋଲିଂ ଫିଗର୍‌ ଥିଲା। ଛତିଶଗଡ଼ ବିପକ୍ଷ ପ୍ରଥମ ଇନିଂସରେ ସେ ୪୭ରନରେ ୬ଟି ଉଇକେଟ ଅକ୍ତିଆର କରି କ୍ୟାରିୟରରେ ନୂତନ ରେକର୍ଡ ଯୋଡ଼ିଛନ୍ତି। ଏଥିସହ ୧୦ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ୍‌ରୁ ୪୬ଟି ଉଇକେଟ ଅକ୍ତିଆର କରିସାରିଲେଣି ରାଜେଶ। ତେଣୁ ଏହି ମ୍ୟାଚ୍‌ରେ ରାଜେଶଙ୍କ ପାଇଁ ୫୦ ଉଇକେଟ ପୂରଣ କରିବାର ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri