Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା-ତ୍ରିପୁରା ମ୍ୟାଚ୍‌, ସ୍ପିନରଙ୍କ ଉପରେ ଓଡ଼ିଶାର ଭରସା

କଟକ ଅଫିସ,୩ା୧-  ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀରବିକ୍ରମ କଲେଜ ଷ୍ଟାଡିୟମରେ ଶୁକ୍ରବାରଠାରୁ ଚଳିତ ରଣଜୀ ସିଜନର ୪ର୍ଥ ମ୍ୟାଚ୍‌ ଖେଳିବ ଓଡ଼ିଶା। ଘରୋଇ ତ୍ରିପୁରା ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ଜିତି ଓଡ଼ିଶା ଦଳ ସିଜନରେ ବିଜୟ ଅଭିଯାନ ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି। ଏବେ ସୁଦ୍ଧା ୩ଟି ଯାକ ମ୍ୟାଚ ବିଜୟୀ ହୋଇ ଓଡ଼ିଶା ଏଲିଟ ଗ୍ରୁପ୍‌-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ବିପକ୍ଷ ତ୍ରିପୁରା ଚଳିତ ସିଜନରେ ଏବେ ସୁଦ୍ଧା ଗୋଟିଏ ବି ମ୍ୟାଚ୍‌ ଜିତି ନ ପାରି ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛ। ଅନ୍ୟପକ୍ଷରେ ଅଗରତାଲାର ଏହି ଗ୍ରାଉଣ୍ଡରେ ସ୍ପିନ୍‌ ବୋଲରଙ୍କୁ ସୁହାଇବ ବୋଲି ପୂର୍ବାନୁମାନ କରାଯାଉଛି। ଏଣୁ ଦଳ ସ୍ପିନରଙ୍କ ଉପରେ ଭରସା କରି ମ୍ୟାଚ୍‌କୁ ଓହ୍ଲାଇବ।
ଗତ ୩ଟି ଯାକ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିବା ବାମହାତୀ ସ୍ପିନର ପପୁ ରାୟ ଦଳରେ ସାମିଲହେବା ସମ୍ଭାବନା ଅଧିକ। ଏହାଛଡ଼ା ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତଙ୍କ ସମେତ ଶାନ୍ତନୁ ମିଶ୍ର ଓଡ଼ିଶାର ସ୍ପିନ୍‌ ଆକ୍ରମଣ ସମ୍ଭାଳିବେ ବୋଲି ଆଶା କରାଯାଉଛି। ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱାଧୀନ ଓଡ଼ିଶା ଗତ ୩ଟି ଯାକ ମ୍ୟାଚ୍‌ରେ ପେସ୍‌ ବୋଲରଙ୍କ ସଫଳତା ଯୋଗୁ ବିଜୟ ହାସଲ କରିବାରେ ସମର୍ଥ ହୋଇଛି। ୪ର୍ଥ ମୁକାବିଲାରେ ଦଳକୁ ସ୍ପିନରଙ୍କ ସହାୟତା ଆବଶ୍ୟକ ରହିଥିବା ଜଣାପଡ଼ିଛି। ଅନୁରାଗ ଷଡ଼ଙ୍ଗୀ ଆହତ ହୋଇ ଦଳରୁ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନରେ ଦଳକୁ ଫେରିଥିବା ରଣଜିତ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ସମ୍ଭାବନା ଅଛି। ଦୁଇ ଓପନର ସନ୍ଦୀପ ପଟ୍ଟନାୟକ ଓ ଅନୁରାଗ ଆହତଜନିତ ସମସ୍ୟା ଯୋଗୁ ଦଳଠାରୁ ଦୂରେଇ ରହିଛନ୍ତି। ପୂର୍ବତନ ଅଧିନାୟକ ଗୋବିନ୍ଦ ବାଧ୍ୟହୋଇ ଗତ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ଓପନିଂ ଦାୟିତ୍ୱ ସମ୍ଭାଳିଥିଲେ। ଅନ୍ୟତମ ଓପନର ଶାନ୍ତନୁ ମିଶ୍ର ଏହି ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳି ଦଳକୁ ଜିତାଇବା ସହ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ମଧ୍ୟ ହୋଇଥିଲେ । ଏଣୁ ତ୍ରିପୁରା ବିପକ୍ଷ ମ୍ୟାଚ୍‌ରେ ଓପନିଂ ଯୋଡ଼ି ଅପରିବର୍ତ୍ତିତ ରହିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
ଓଡ଼ିଶା ପଲା ଭାରି
ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ଖେଳାଯାଇଥିବା ଗତ ୪ଟି ଯାକ ମ୍ୟାଚ୍‌ରେ ତ୍ରିପୁରାକୁ ବିଜୟ ମିଳିପାରିନାହିଁ । ୨ଟି ମ୍ୟାଚ୍‌ ଅମୀମାସିତ ଥିବା ବେଳେ ଓଡ଼ିଶା ୨ଟିରେ ବିଜୟୀ ହୋଇଛି। ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପାଣିପାଗ ଓ ପିଚ୍‌ ସ୍ପିନ୍‌ ବୋଲିଂକୁ ସୁହାଇବ। ଏହି ପିଚ୍‌ରେ ଅଧିକ ରନ୍‌ ସଂଗ୍ରହ କରିବାର ସୁଯୋଗ ମଧ୍ୟ ଅଛି। ଦଳ ଭଲ ପ୍ରଦର୍ଶନ ନିଶ୍ଚିତ ଭାବେ କରିବ ବୋଲି ଅଧିନାୟକ ସେନାପତି କହିଛନ୍ତି।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ବିପ୍ଳବ ସାମନ୍ତରାୟ(ଉପ ଅଧିନାୟକ), ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ରଣଜିତ ସିଂ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା(ଉଇକେଟ କିପର), ରାଜେଶ ଧୂପର(ଉଇକେଟ କିପର), ଅଙ୍କିତ ଯାଦବ, ପପୁ ରାୟ। ରଶ୍ମିରଞ୍ଜନ ପରିଡ଼ା କୋଚ୍‌, ଶୁଭକାନ୍ତ ସାହୁ ଫିଜିଓ, ମନୋଜ କୁମାର ବିଶ୍ୱାଳ ଟ୍ରେନର।

ବାରବାଟୀ ମ୍ୟାଚ୍‌ ଡ୍ରିମ୍‌ସକୁ ସ୍ଥାନାନ୍ତର
ଆସନ୍ତା ୨୭ ତାରିଖରେ ବାରବାଟୀରେ ଓଡ଼ିଶା-ଆସାମ ରଣଜୀ ଟ୍ରଫି ମ୍ୟାଚ ଖେଳାଯିବ ବୋଲି ନିର୍ଦ୍ଧାରଣ କରାଯାଇଥିଲା । ଏହି ମ୍ୟାଚ୍‌କୁ ଡ୍ରିମ୍‌ସ ଗ୍ରାଉଣ୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ଜାନୁୟାରୀ ୨୬ରେ ବାରବାଟୀରେ ଜିଲା ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମ ରହିଥିବାରୁ ଗ୍ରାଉଣ୍ଡ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ମ୍ୟାଚ୍‌ ସ୍ଥାନାନ୍ତର ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଚେଷ୍ଟା କରୁଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହ ଓସିଏ ପକ୍ଷରୁ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri