ରଜରେ ନିଆରା ପରମ୍ପରା: କୁମାରୀଙ୍କ କଣ୍ଢେଇ ବାହାଘର

କାକଟପୁର, ୧୩।୬(ଡି.ଏନ୍‌.ଏ.)-ରଜ ଆସିଲେ ଉତ୍ସବ ମୁଖର ହୋଇପଡେ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକର କୁଣ୍ଡେଶ୍ୱର ଗଁା। ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ହେବ ଗଁାରେ ଚଳିଆସିଛି ଏକ ନିଆରା ପରମ୍ପରା। ଭେଦଭାବ, ବିଦ୍ୱେଷ, ମନୋମାଳିନ୍ୟ ଭୁଲି ଗଁାର କୁମାରୀ ଓ ନବବିବାହିତା ଯୁବତୀମାନେ ସାବିତ୍ରୀରେ ଗଁା ଠାକୁରାଣୀଙ୍କ ଘରେ ଏକତ୍ରିତ ହୁଅନ୍ତି। କୁମାରୀମାନେ ଦୁଇ ଦଳରେ ବିଭକ୍ତ ହୋଇ ଗୋଟିଏ ଦଳ କନ୍ୟାପକ୍ଷ ହେଉଥିବାବେଳେ ଆଉଗୋଟିଏ ଦଳ ବରପକ୍ଷ ହୋଇଥାନ୍ତି। ଉଭୟଦଳର ନେତ୍ରୀ(ମୁଖିଆ)ଚୟନ କରାଯାଇ ତାଙ୍କରି ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ହୋଇଥାଏ। ପରେ ପହିଲି ରଜରେ କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥାଏ।
ଠିକ୍‌ ସାଧାରଣ ବାହାଘର ପରି କନ୍ୟାପକ୍ଷ କୁମାରୀମାନେ କନ୍ୟା କଣ୍ଢେଇ ମାଟିରେ ନିର୍ମାଣ ସାଙ୍ଗକୁ ଗଁା କୋଠଘରେ ବିବାହର ସମସ୍ତ ଆୟୋଜନ କରିଥାନ୍ତି। ସେହିପରି ବରପକ୍ଷ କୁମାରୀମାନେ ବର କଣ୍ଢେଇନିର୍ମାଣ ସାଙ୍ଗକୁ ସୁସଜ୍ଜିତ କାର, ବ୍ୟାଣ୍ଢପାର୍ଟି, ବାଜା, ବାଣ ଯୋଗାଡ କରିଥାନ୍ତି। ସାଧାରଣ ବିବାହ ଉତ୍ସବ ପରି ଗଁାର ସମସ୍ତ ପରିବାର, ନବବିବାହିତା ଯୁବତୀ ଓ ସେମାନଙ୍କ ସ୍ବାମୀ, ଅତିଥିମାନଙ୍କୁ ନିମନ୍ତ୍ରଣ ପତ୍ର ଦେଇ ବିବାହକୁ ନିମନ୍ତ୍ରଣ କରାଯାଉଥିବାବେଳେ ବାଡୁଅପାଣି ଗାଧୁଆ, ବରାନୁଗମନ, ବାଟବରଣ, କନ୍ୟାବିଦା, ବରଯାତ୍ରୀ ଓ ଅତିଥିଙ୍କୁ ଭୋଜି ପ୍ରଭୃତି କାର୍ଯ୍ୟ ସୂଚାରୁରୂପେ କୁମାରୀମାନେ ସମ୍ପାଦନ କରିଥାନ୍ତି। ପହିଲିରଜରେ ବିବାହଉତ୍ସବ ପରେ ଉଭୟ ବର ଓ କନ୍ୟା କଣ୍ଢେଇକୁ ଗଁା କୋଠଘରେ ୪ଦିନ ପାଇଁ ରଖାଯାଇଥାଏ। ପ୍ରତିଦିନ କୁମାରୀମାନେ ଉଭୟ କଣ୍ଢେଇକୁ ବନ୍ଦାପନା କରିବା ସହିତ ପୁଚି, ଡିଅଁାଡେଇଁ, ତାସ, ଲୁଡୁ ଖେଳ ଖେଳିଥାନ୍ତି। ପଞ୍ଚମ ଦିନ ଉଭୟ କଣ୍ଢେଇଙ୍କୁ ପ୍ରାଚୀ ନଦୀରେ ବିସର୍ଜନ କରାଯାଇଥାଏ। କଣ୍ଢେଇ ବିବାହ ପାଇଁ ସହ ରଜ ୩ଦିନ ଗଁା ଉତ୍ସବ ମୁଖର ହୋଇପଡେ। ରଜରେ କୁମାରୀଙ୍କ କଣ୍ଢେଇ ବାହାଘର ଏକ ନିଆରା ପରମ୍ପରା ଭାବେ ପ୍ରଚଳିତ ବୋଲି ଗ୍ରାମର ସସ୍ମିତା ପ୍ରଧାନ କୁହିଥାନ୍ତି। ପରସ୍ପର ଭିତରେ ସଦ୍‌ଭାବ, ପ୍ରେମ, ଭାଇଚାରକୁ ଉଜ୍ଜୀବିତ ରଖିବା ଓ ଯୌତୁକ ଭଳି ଏକ କଳଙ୍କିତ ପ୍ରଥା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ଗଁାରେ କଣ୍ଢେଇ ବାହାଘର ହୋଇଆସୁଥିବା ଗଁାର ଲିଜା ବେହେରା, ସୁଶାନ୍ତି ପ୍ରଧାନ ଓ ମାମାଲି ଦାସ କୁମାରୀମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri