ରଜ ମହୋତ୍ସବ ଉଦ୍‌ଯାପିତ

ବରୀ/ରତ୍ନଗିରି,୧୬।୬(ସ୍ବ.ପ୍ର./ଡି.ଏନ୍‌.ଏ.)- ଆଧୁନିକ ଚାକଚକ୍ୟରେ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାହିତ୍ୟକଳା, ଲୋକଗୀତ ଓ ଭାଇଚାରା ହଜିଯାଉଛି। ଏସବୁ ଫେରିଲେ ବରୀ ହସିବା ସହ ରାଜ୍ୟ ହସିଉଠିବ ବୋଲି ଗଣପର୍ବ ରଜର ଶେଷ ଦିନରେ ବରୀ ବିଧାୟିକା ସୁନନ୍ଦା ଦାସ ସ୍ବାଇଁଖଣ୍ଡ ପଞ୍ଚାୟତ ଖରି ପଡ଼ିଆରେ ଆୟୋଜିତ ରଜ ମହୋତ୍ସବରେ ଯୋଗଦେଇ ଏକଥା କହିଛନ୍ତି। ବରୀ ଅଞ୍ଚଳରେ ୩ ଦିନ ଧରି ଧୁମ୍‌ଧାମ୍‌ରେ ରଜ ପାଳନ ହେବା ସହ ବିଧାୟିକା ଦାସ ବିଭିନ୍ନ ଅନୁଷ୍ଠାନରେ ଯୋଗଦେଇ ଭାଇଚାରାକୁ ଉଜ୍ଜୀବିତ ରଖିବା ପାଇଁ ଆହ୍ବାନ ଦେଇଛନ୍ତି। ପ୍ରତ୍ୟେକ ଓଡ଼ିଆ ୧୨ ମାସର ୧୩ ପର୍ବକୁ ପୂର୍ବଭଳି ପାଳନ କରିବା ପାଇଁ କହିଥିଲେ। ଉଦ୍‌ଯାପନୀ ଦିବସରେ ରୁଦ୍ରପୁର ପଞ୍ଚାୟତର ରଜ ଦୋଳିରେ କୁମାରୀଙ୍କ ସହ ରଜ ପାଳନ କରି ରଜକୁ ବିଦାୟ ଦେଇଥିଲେ। ବରୀ ବ୍ଲକ ଅଧୀନ ଧାରପୁର ପଞ୍ଚାୟତର କେନ୍ଦୁଆଠାରେ ବରୀର ବିଧାୟିକା ସୁନନ୍ଦା ଦାସଙ୍କୁ ସମ୍ବର୍ଦ୍ଧିତ କରି ରଜ ପାଳନ କରାଯାଇଥିଲା। ଏଥିସହ ବରୀ ପ୍ରଗତି କ୍ଲବ, ଅଲ୍ଲିପୁର ମଠ, ବାଲିଆପା, ରମ୍ପା, ବାଲିଆ, ସାହାସପୁର, ଭଅଁରା, କାଇପଡା ପ୍ରଭୃତି ଅଞ୍ଚଳରେ ରଜ ଦୋଳି ଲାଗାଯାଇ ଏହି ଉତ୍ସବ ପାଳନ କରାଯାଇଥିଲା। ରଜ ୩ ଦିନ ପରେ ବସୁମତୀ ସ୍ନାନରେ ଭିନ୍ନ ଏକ ପରମ୍ପରା ଦେଖିବାକୁ ମିଳିଥାଏ। ବସୁମତୀ ମା’କୁ ପୀଢ଼ା, ଶୀଳପୁଆ, ଦୂବ ଘାସ, ବରକୋଳି ପତ୍ର, ଅରୁଆ ଚାଉଳ, ହଳଦୀ, ଚନ୍ଦନ, ସିନ୍ଦୁର ଓ ଫୁଲ ଦେଇ ଘରେ ସଞ୍ଚିତ ଥିବା ଶସ୍ୟ ନେଇ ପୂଜାର୍ଚ୍ଚନା କରାଯାଇଥାଏ। ଶଙ୍ଖ ହୁଳହୁଳି ଦେଇ ପୃଥିବୀ ମା’କୁ ଆବାହନ କରି କୃଷି କାର୍ଯ୍ୟ ଭଲ ହେବା ପାଇଁ ଅପରାହ୍ନରେ ଚାଷୀଙ୍କ ଗହଣରେ ମିଶି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିଧାୟିକା ଦାସ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ଉଦ୍‌ଯାପନୀ ଦିବସରେ ବିଧାୟିକାଙ୍କ ସମେତ ଚିତ୍ତରଞ୍ଜନ ଜେନା, ରତି ରଞ୍ଜନ ଜେନା, ପ୍ରଶାନ୍ତ ସାହୁ, ଦେବେନ୍ଦ୍ର ଦାସ, ଅଶୋକ ସାମଲ, ରଞ୍ଜନ ପଣ୍ଡା, ରଞ୍ଜନ ବେହେରା, କବିତା ପଣ୍ଡା ପ୍ରମୁଖ ଶତାଧିକ କୁମାରୀ ଓ ମହିଳାମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri