Posted inଫୁରସତ

ରଙ୍ଗ ବଦଳାଉଥିବା ଝରଣା

ବିଶ୍ୱରେ ଅନେକ ଝରଣା ଦେଖିଥିବେ। ସାଧାରଣତଃ ଝରଣା ପାଣି ସ୍ବଚ୍ଛ ଆଉ ନିର୍ମଳ। ମାତ୍ର ଏମିତି କିଛି ଝରଣା ରହିଛି ଯାହା ନିଜର ରଙ୍ଗ ବଦଳାଇ ଦେଇଥା’ନ୍ତି। ଆସନ୍ତୁ ଜାଣିବା ଏପରି କିଛି ଅଦ୍ଭୁତ ଝରଣା ସମ୍ପର୍କରେ …


କାର୍ଲିଫର୍ଣ୍ଣିଆର ହର୍ସଟେଲ୍‌ ଫଲ୍‌ ବା ଝରଣା। ଏହା ପ୍ରାୟ ୧୫୬୦ ଫୁଟ ଉଚ୍ଚରୁ ପଡୁଛି। ଏହି ଝରଣାର ଖାସ୍‌ କଥା ହେଲା ଶୀତଋତୁରେ ଏହା ପ୍ରଖର ବେଗରେ ବହିଥାଏ। ଫେବୃୟାରୀ ଶେଷ ଦୁଇ ସପ୍ତାହରେ ଏହାର ରଙ୍ଗ ମଧ୍ୟ ବଦଳି ଯାଇଥାଏ। ରାତି ହେଲେ ଏହି ଝରଣାର ରଙ୍ଗ ଲାଲ୍‌ ହୋଇଯାଏ। ଯେମିତି ପାଣିରେ ନିଆଁ ଲାଗିବା ପରି ଦେଖାଯାଇଥାଏ।


ସେହିପରି କାନାଡାର ଆଲ୍‌ବର୍ଟାରେ ଥିବା ଏକ ଝରଣା ହେଉଛି କ୍ୟାମରନ୍‌ ଫଲ୍‌। ଏହି ଝରଣା ଜୁନ୍‌ ମାସରେ ନିଜର ରଙ୍ଗ ବଦଳାଇ ଦେଇଥାଏ। ଅଧିକ ବର୍ଷା ହେଲେ ଝରଣା ପାଣିରେ ଏଗ୍ରିଲାଇଟ୍‌ ନାମକ ଏକ ପଦାର୍ଥ ମିଶିଥାଏ। ଯାହା ପରେ ଗରମରେ ଏହାର ପାଣି ଗୋଲାପୀ ହୋଇଯାଇଥାଏ।


ଆଉ ଏକ ଝରଣା ରହିଛି ତୁର୍କୀରେ। ଏଠାକାର ପାମୁକକ୍‌ଲେ ଓ୍ବାଟରଫଲ୍‌ ଦେଖିବାକୁ ଖୁବ୍‌ ମନଲୋଭା। ଏହି କାରଣରୁ ଏହା ବିଶ୍ୱ ହେରିଟେଜ୍‌ ସାଇଟ୍‌ରେ ବି ସାମିଲ ହୋଇଛି। ଏହି ଝରଣା ପ୍ରାୟ ୮୮୦୭ ଫୁଟ ଲମ୍ବା ଏବଂ ୧୯୭୦ ଫୁଟ ଚଉଡ଼ା। ଏହାର ଉଚ୍ଚତା ୫୨୫ ଫୁଟ। ଏହା ଏକ ଭିନ୍ନ ଧରଣର ଝରଣା। କାରଣ ଏହା ଉପରେ ପଥର ଛାତ ପରି ରହିଛି। ଖାସ୍‌ କରି ଏହା ବାଥିଙ୍ଗ୍‌ ସ୍ପଟ୍‌ ପାଇଁ ବେଶ୍‌ ପ୍ରସିଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri