ଯୋଗ୍ୟ ଚାଷୀଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ

ବୌଦ୍ଧ,୯ା୨(ସ୍ବ.ପ୍ର):ବୌଦ୍ଧ କୃଷି ବିଭାଗ ପକ୍ଷରୁ କିଷାନ କ୍ରେଡିଟ କାର୍ଡ ନେଇ ଏକ ଖବରଦାତା ସମ୍ମିଳନୀ ଜିଲା କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲାର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡର ସୁବିଧା ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା କାର୍ଯ୍ୟକାରୀ କରାଯିବା ପରେ ଏବେ ପ୍ରତ୍ୟେକ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଅନ୍ତର୍ଭୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପନ କରାଯିବାକୁ ଗୁରୁତ୍ୱ ଦିଆଯିବା ସହିତ ପ୍ରତ୍ୟେକ ପଞ୍ଚାୟତ, ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସଚେତନ କରାଯିବା ସହିତ ବ୍ୟାଙ୍କ ଜରିଆରେ କିମ୍ବା ସିଧାସଳଖ ଅନଲାଇନରେ ଚାଷୀମାନେ ଆବେଦନ କରିବାର ବ୍ୟବସ୍ଥା ରହିଛି। ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ବିଶେଷ କରି ଏହି ଯୋଜନାରେ ଲାଭାନ୍ବିତ ହେବା ସହିତ ଅର୍ଥ ଅଭାବରୁ ଚାଷରୁ ବଞ୍ଚିତ ନ ହେବା ପାଇଁ ଯୋଜନା କରାଯାଇଛି।
ସୂଚନା ଅନୁସାରେ, ବୌଦ୍ଧ ଜିଲାରେ ୭୫,୯୨୨ ଚାଷୀ ପରିବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୫୬,୨୬୪ ପରିବାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୨୦ ହଜାର ଚାଷୀ ପରିବାର କିଷାନ କ୍ରେଡିଟ କାର୍ଡ କରି ନ ଥିବାବେଳେ ସେମାନଙ୍କୁ କିପରି ଏଥିରେ ସାମିଲ କରାଯାଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଚାଷୀମାନେ ଏହି କ୍ରେଡିଟ କାର୍ଡ ବ୍ୟବହାର କରି ମାତ୍ର ୧ରୁ ୨ ପ୍ରତିଶତ ସୁଧରେ ଚାଷ ପାଇଁ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ସହ ପରିବାରର ଅନ୍ୟ ଖର୍ଚ୍ଚ ମଧ୍ୟ ତୁଲାଇପାରିବେ। ଏହି କାର୍ଡ ଆବେଦନ ପାଇଁ କୌଣସି କାଗଜପତ୍ର କିମ୍ବା ଅର୍ଥ ଦେବାକୁ ପଡିବ ନାହିଁ। ଚାଷୀମାନେ ଆବେଦନ କରିବା ପରେ ସମ୍ପୃକ୍ତ କାର୍ଯ୍ୟାଳୟ ପକ୍ଷରୁ ଆବେଦନପତ୍ର ଅନୁଯାୟୀ ତଥ୍ୟ ଯାଞ୍ଚ କରାଯିବା ପରେ କ୍ରେଡିଟ କାର୍ଡ ଯୋଗାଇଦେବାର ବ୍ୟବସ୍ଥା କରାଯିବ। ତେଣୁ ପ୍ରତ୍ୟେକ ଚାଷୀ କିଷାନ କ୍ରେଡିଟ କାର୍ଡ କରାଇବା ସହିତ ଏହାର ସଫଳ ଉପଯୋଗ କରିବାକୁ ଖବରଦାତା ସମ୍ମିଳନୀ ଜରିଆରେ ଜିଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସମ୍ମିଳନୀରେ ଡିଡିଏମ ନାବାର୍ଡ ଟି.ଏସ. ରାଉତ, ସହକାରୀ ଉଦ୍ୟାନ ଅଧିକାରୀ ହରଭଙ୍ଗା ଜ୍ଞାନରଞ୍ଜନ ଦିଗାଲ, ଜଳଛାୟା ପ୍ରକଳ୍ପ ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ, ଲିଡ୍‌ ବ୍ୟାଙ୍କ ମ୍ୟାନେଜର ଆର.କେ. ସେଠୀ, ସହକାରୀ ସମବାୟ ନିବନ୍ଧକ ଭୀମସେନ ସାହୁ, ପ୍ରାଣୀ ଚିକିତ୍ସା ବିଭାଗର ସହକାରୀ ନିର୍ଦ୍ଦେଶକ ଡ. ପ୍ରିୟବ୍ରତ ବେହେରା, ଜିଏମ ଡିଆଇସି ଉଦୟନାଥ ପାତ୍ର ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ଏ.ଏସ ରାଓ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଓ କିଷାନ କ୍ରେଡିଟ କାର୍ଡର ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri