Posted inକଟକ

ଯୋଗାଣ ଅନୁନିରୀକ୍ଷିକାଙ୍କ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ

କଣ୍ଟାପଡା,୨୫। ୩ (ଡି.ଏନ.ଏ): କରୋନା ଭାଇରସ ଭୂତାଣୁ ପାଇଁ ସାରା ଭାରତ ୨୧ଦିନିଆ ଲକଡାଉନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏହାସହ କେତେକ ଜରୁରୀ ଆବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ସବୁ ବନ୍ଦ ରହିବାର ଘୋଷଣା ହୋଇଥିଲା। ଫଳରେ ଜନସାଧାରଣ ବ୍ୟତିବ୍ୟସ୍ତ ହୋଇ ସାମଗ୍ରୀ କିଣିବା ନେଇ ଦୋକାନଗୁଡ଼ିକରେ ଭିଡ଼ ଜମାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଚଢ଼ାଦରରେ ବିକ୍ରି ନ କରିବାପାଇଁ କଣ୍ଟାପଡ଼ା ଯୋଗାଣ ଅନୁନିରୀକ୍ଷିକା ନସିମା ବେଗମ ବୁଧବାର ଅଡଶପୁର ଓ ବାଇରୋଇ ବଜାରରେ ଥିବା କେତେକ ବ୍ୟବସାୟ ପ୍ରତିଷ୍ଠାନରେ ପହଞ୍ଚି ଅଚାନକ ଦର ଯାଞ୍ଚ କରିଥିଲେ। ଏହି ସମୟରେ ଆଳୁ ୧୯ରୁ ୨୨ ଓ ପିଆଜ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ। କଳାବଜାର କରିବା ଓ ଚଢ଼ାଦାମରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ। ଦୋକାନକୁ ଜିନିଷ କଣିବାକୁ ଆସୁଥିବା ଗ୍ରାହକମାନଙ୍କୁ ନିଜ ଭିତରେ ଦୂରତ୍ୱ ରଖବାକୁ ସେ ପରାମର୍ଶ ଦେବାସହ କଳାବଜରଙ୍କ ସମ୍ପର୍କରେ ତୁରନ୍ତ ଖବର ଦେବାକୁ ଲୋକମାନଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri