ଯେସାକୁ ତେସା ନୀତି : ଆମେରିକା ସାମଗ୍ରୀରେ ଟାରିଫ ବଢ଼ାଇବ ଭାରତ

ନୂଆଦିଲ୍ଲୀ,୧୫-୬: ନିକଟରେ ଭାରତ ଠାରୁ ଆମେରିକା ଜିଏସ୍‌ପି ପ୍ରତ୍ୟାହାର କରିଛି। ପୂର୍ବରୁ ଭାରତରୁ ଆମଦାନୀ ହେଉଥିବା କେତେକ ପ୍ରକାରର ଇସ୍ପାତ ଓ ଆଲୁମିନିୟମ ଉପରେ ଆମେରିକା ଟାରିଫ ବୃଦ୍ଧି କରିଥିଲା। ଆମେରିକାକୁ ଜବାବ ଦେବା ଲାଗି ଭାରତ ମଧ୍ୟ ‘ଯେସାକୁ ତେସା ନୀତି’ଆପଣାଇବାକୁ ଯାଉଛି। ଆସନ୍ତା ୧୬ରୁ ବାଦାମ, ଅଖରୋଟ, ଡାଲି ସମେତ ୨୯ ଆମେରିକୀୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ(ଟାରିଫ) ବୃଦ୍ଧି କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ସ୍ଥିର କରିଛି। ଏଥିପୂର୍ବରୁ ଭାରତ ଏହି ନିଷ୍ପତ୍ତିକୁ ଦୀର୍ଘ ଦିନ ଧରି ଟାଳି ଆସୁଥିଲା। ଅର୍ଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଶୁକ୍ରବାର କହିଛି। ଆମେରିକାର ଟ୍ରମ୍ପ ପ୍ରଶାସନ ଭାରତ ଠାରୁ ଆସୁଥିବା ଇସ୍ପାତ ଓ ଆଲୁମିନିୟମ ଉପରେ ଟାରିଫ୍‌ ବୃଦ୍ଧି କରିଥିଲା। ଏହାର ଜବାବ ଦେବାକୁ ଭାରତ ମଧ୍ୟ ନିଷ୍ପତ୍ତି ନେଇଥିଲା। ତେବେ ବାଣିଜ୍ୟ କାରବାର ନେଇ ଦୁଇଦେଶ ମଧ୍ୟରେ ରହିଥିବା ମତଭେଦ ଦୂର କରିବା ଲାଗି ଆଲୋଚନା ଜାରି ରହିଥିଲା। ଅନ୍ୟପକ୍ଷରେ ଜିଏସ୍‌ପି ପ୍ରତ୍ୟାହାର କରିନେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ଭାରତ ମଧ୍ୟ ପାଲ୍‌ଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଶୁଣାଇଥିଲା। ତେବେ ଆମେରିକା ସହ ସମାଧାନ ବାଟ ବାହାରି ଯିବା ଆଶାରେ ଭାରତ ୨୯ ଆମେରିକୀୟ ସାମଗ୍ରୀ ଉପରେ ଟାରିଫ ବୃଦ୍ଧି ନିଷ୍ପତ୍ତିକୁ ଘୁଞ୍ଚାଇ ଚାଲିଥିଲା। ନିକଟରେ ଆମେରିକା ପ୍ରଶାସନ ଭାରତଠାରୁ ଜିଏସ୍‌ପି ପ୍ରତ୍ୟାହାର କରିନେବା ପରେ ଭାରତର ଧୈର୍ଯ୍ୟର ସୀମା ଟପିଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆମେରିକାରୁ ଆସୁଥିବା ଅଖରୋଟ୍‌ ଉପରେ ଲାଗୁଥିବା ୩୦% ଶୁଳ୍କକୁ ୧୨୦ ପ୍ରତିଶତକୁ ବୃଦ୍ଧି କରାଯିବ। ସେହିପରି କାବୁଲି ଚଣା, ଚଣା ଓ ମସୁର ଡାଲି ଉପରେ ଶୁଳ୍କକୁ ୭୦ ପ୍ରତିଶତ କରାଯିବ। ଏବେ ଏଗୁଡ଼ିକ ଉପରେ ୩୦% ଶୁଳ୍କ ଆଦାୟ କରାଯାଉଛି। ଅନ୍ୟ ଡାଲି ଉପରେ ଶୁଳ୍କକୁ ୪୦% କରାଯିବ। ସେହିପରି ବୋରିକ ଏସିଡ, ଚିଙ୍ଗୁଡି, ନଟ୍‌ସ, ଲୌହ ଏବଂ ଷ୍ଟିଲ୍‌ ସାମଗ୍ରୀ, ସେଉ, ନାସପାତି, ଷ୍ଟେନଲେସ ଷ୍ଟିଲ୍‌, ଆଲଏ ଷ୍ଟିଲ୍‌, ଟ୍ୟୁବ୍‌, ପାଇପ୍‌ ଫିଟିଙ୍ଗ, ସ୍କୃ ଏବଂ ବୋଲ୍ଟ ଉପରେ ମଧ୍ୟ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବ। ଏହାଦ୍ୱାରା ଦେଶକୁ ୨୧.୭ କୋଟି ଡଲାର ଅଧିକ ରାଜସ୍ବ ମିଳିବ। ଇତିମଧ୍ୟରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ସମ୍ପର୍କରେ ଆମେରିକା ସରକାରଙ୍କୁ ଜଣାଇ ଦେଇଛି। ଆମେରିକା ଗତବର୍ଷ ମାର୍ଚ୍ଚରେ ଭାରତରୁ ଆସୁଥିବା ଇସ୍ପାତ ଉପରେ ଆମଦାନୀ ଶୁଳ୍କକୁ ୨୫% ଏବଂ ଆଲୁମିନିୟମ ଉପରେ ୧୦% ଶୁଳ୍କ ବଢ଼ାଇ ଦେଇଥିଲା। ଭାରତ ଏହି ସାମଗ୍ରୀର ସବୁଠାରୁ ବଡ଼ ରପ୍ତାନିକାରୀ ଦେଶ। ଶୁଳ୍କ ବଢ଼ିବା କାରଣରୁ ଭାରତୀୟ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦକଙ୍କ ଉପରେ ୨୪ କୋଟି ଡଲାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। ଭାରତ ପ୍ରତିବର୍ଷ ୧.୫ ବିଲିୟନ ଡଲାର ଇସ୍ପାତ ଓ ଆଲୁମିନିୟମ ରପ୍ତାନି କରିଥାଏ। ସୂଚନାଥାଉ କି, ଆର୍ଥିକ ବର୍ଷ ୨୦୧୭-୧୮ରେ ଭାରତ ପକ୍ଷରୁ ଆମେରିକାକୁ ୪୭.୯ ବିଲିୟନ ଡଲାର ରପ୍ତାନି କରାଯାଉଥିବା ବେଳେ ୨୬.୭ ବିଲିୟନ ଡଲାର ଆମଦାନୀ କରାଯାଉଛି। ଏପରି ଭାବେ ଦେଖିଲେ ବାଣିଜ୍ୟ ସନ୍ତୁଳନ ଭାରତ ସପକ୍ଷରେ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri