ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା: ୮ ଗିରଫ

ଧରାକୋଟ,୨୬ା୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଅଲେଖ ନାହାକଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଲେଖଙ୍କ ବାପା ଧରାକୋଟ ଥାନାରେ ଏତଲା ଦେବାପରେ ପୋଲିସ ନଂ. ୭୨/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶନିବାର ଏହି ଘଟଣାରେ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଯୁଧିଷ୍ଠିର ବେହେରା (୪୮), ଚିତ୍ରସେନ ବେହେରା (୩୫), ମହେଶ୍ୱର ବେହେରା (୫୫), ଶିବରାମ ବେହେରା (୨୫), ନିଶାକର ବେହେରା (୨୩), ଗୋବିନ୍ଦ ବେହେରା (୨୫), ଅଚ୍ୟୁତ ବେହେରା (୩୭), ମୁନା ବେହେରା (୩୭)। ସମସ୍ତ ଅଭିଯୁକ୍ତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଧରାକୋଟ ଥାନାରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଭାରପ୍ରାପ୍ତ ଥାନାଧିକାରୀ ପ୍ରଭାତ କୁମାର ସାହୁ, ତଦନ୍ତକାରୀ ଅଧିକାରୀ ଶେଷଦେବ କହଁର ମିଳିତ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ଲୁହାଛଡ଼ ଓ ଠେଙ୍ଗା ଜବତ କରାଯାଇଛି।
ପୋଲିସର କହିବା ପ୍ରକାରେ, ଅଲେଖ ସମ୍ପୃକ୍ତ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ୪/୫ ମାସ ହେଲା ମିଳାମିଶା କରୁଥିଲେ। ଏନେଇ ଝିଅଙ୍କ ପରିବାର ପକ୍ଷରୁ ଅଲେଖଙ୍କୁ ତାଗିଦ୍‌ କରାଯାଇଥିଲା। କିନ୍ତୁ ସେ ନ ମାନି ମିଳାମିଶା କରୁଥିଲେ। ଘଟଣାଦିନ ଗ୍ରାମରେ ଭାରତଲୀଳା ନାଟକ ପରିବେଷଣ ହେଉଥିଲା। ଝିଅ ଘର ପରିବାର ଲୋକେ ନାଟକ ଦେଖିବା ପାଇଁ ଯାଇଥିଲେ। ସମ୍ପୃକ୍ତ ନାବାଳିକା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଅଲେଖ ଝିଅ ଘରକୁ ଯାଇଥିଲେ। ଏହି ଖବର ଝିଅର ବାପା, ଦାଦା ଓ ଭାଇ ଜାଣିବା ପରେ ଅଲେଖଙ୍କୁ ତାଙ୍କ ଘରୁ ଡ଼ାକି ଆଣି ନିସ୍ତୁକ ମାଡ଼ ମାରିଥିଲେ। ଅଲେଖଙ୍କ ବାପା ସେଠାରେ ପହଞ୍ଚତ୍ ପୁଅକୁ ମାଡ ମରାଯାଉଥିବା ଦେଖି ଧରାକୋଟ ଥାନାକୁ ଖବର ଦେଇଥିଲେ। ଧରାକୋଟ ପୋଲିସ ପହଞ୍ଚତ୍ ଅଲେଖଙ୍କୁ ଝିଅଘରୁ ଉଦ୍ଧାର କରିଥିଲେ। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲା। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୮ ଜଣ ସମ୍ପୃକ୍ତ ରହିଥିବା ନେଇ ଅଭିଯୁକ୍ତମାନେ ସ୍ବୀକାର କରିଥିବା ଏସ୍‌ଡିପିଓଙ୍କ ଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri