ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ହତ୍ୟା ଅଭିଯୋଗ: ଅକଳରେ ବନ ବିଭାଗ

ପାଲଲହଡା,୨୨।୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ବିରୋଧରେ ପାଲଲହଡ଼ା ଥାନାରେ ଏତଲା ଦିଆଯାଇଛି। ସ୍ବାମୀଙ୍କୁ କର୍ମଚାରୀମାନେ ପିଟି ପିଟି ମାରିଦେଇଥିବା ମୃତ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ଅକଳରେ ପଡ଼ିଛି ବନ ବିଭାଗ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗରୁ ପ୍ରକାଶ ଯେ, ପାଲଲହଡା ଥାନା ବାତିସୂଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଲ ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରନ୍ତି। ଶୁକ୍ରବାର ସାରେ ବୁଧୁରାମ ଏବଂ ସ୍ତ୍ରୀ ପ୍ରମିଳା ଜାଳେଣି ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ଦୁହେଁ କାଠ ଧରି ଫେରୁଥିବା ବେଳେ ପାଲଲହଡା ଫରେଷ୍ଟର ଭାରତୀ କପରଦାର ଏବଂ କର୍ମଚାରୀମାନେ ପିଛା କରିଥିଲେ। ଭୟରେ ସମ୍ପୃକ୍ତ ଦମ୍ପତି ଦୌଡିଥିଲେ। ସ୍ତ୍ରୀ ପ୍ରମିଳା ଘରେ ପହଞ୍ଚିଥିଲେ ହେଁ ବୁଧୁରାମ ଘରକୁ ଫେରି ନ ଥିଲେ। ଶନିବାର ସକାଳେ ବୁଧୁରାମଙ୍କ ମୃତଦେହ ଉପଖଣ୍ଡ ଚିକିତ୍ସାଳୟରେ ଥିବା ପ୍ରମିଳା ଖବର ପାଇଥିଲେ। ବୁଧୁରାମଙ୍କ ମୁହଁରେ କ୍ଷତ ଚିହ୍ନ ଥିବାରୁ ବନ କର୍ମଚାରୀମାନେ ତାଙ୍କୁ ପିଟି ପିଟି ମାରିଦେଇଥିବା ପ୍ରମିଳା ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଫରେଷ୍ଟର କପରଦାର କହିଛନ୍ତି, ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କୁ ଦେଖି ଜଙ୍ଗଲପଟୁ ଆସୁଥିବା ବୁଧୁରାମ ଦୌଡ଼ିଥିଲେ। କର୍ମଚାରୀମାନେ ତାଙ୍କ ପଛରେ ଯାଇଥିଲେ। କିଛି ସମୟ ପରେ ବୁଧୁରାମ ପଡିଥିବା ଦେଖି କର୍ମଚାରୀମାନେ ଗାଡିରେ ପାଲଲହଡା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସ୍ତ୍ରୀ କରିଥିବା ଅଭିଯୋଗ ଭିତ୍ତିହୀନ। କୌଣସି କର୍ମଚାରୀ ବୁଧୁରାମଙ୍କୁ ଆକ୍ରମଣ କରିନାହାନ୍ତି ବୋଲି ଫରେଷ୍ଟର ପ୍ରକାଶ କରିଛନ୍ତି। ପାଲଲହଡା ଥାନା ଅଧିକାରୀ କନକ ମାଝି କହିଛନ୍ତି, ପ୍ରମିଳାଙ୍କ ଅଭିଯୋଗ ଆଧାରରେ ନଂ. ୧୮୦/୧୯ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତର ଦିଗ ନିର୍ଦ୍ଧାରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତଚାଷୀଙ୍କ ସମ୍ପର୍କୀୟ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (କ) ଗ୍ରାମର ଯୁବଚାଷୀ ବଳରାମ ପଧାନଙ୍କ ଧାନ ବିକ୍ରି ଟଙ୍କା କେରଳ ସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା…

ଭୟଭୀତ ମମତା: ଦିଲ୍ଲୀରୁ ଡକାଇଲେ ସ୍ବତନ୍ତ୍ର ବାହିନୀ

କୋଲକାତା,୩।୨: ଦିଲ୍ଲୀ ପୋଲିସ ଦ୍ୱାରା ଲଗାଯାଇଥିବା କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରୁ ଦିଲ୍ଲୀକୁ ସ୍ବତନ୍ତ୍ର ବାହିନୀ ଡକାଇଛନ୍ତି। ବଙ୍ଗଳା ପୋଲିସର ଏକ…

ଆଜି ହେବନାହିଁ ଅନଲାଇନ ଡେଲିଭରି! ଧର୍ମଘଟକୁ ଓହ୍ଲାଇବେ ଗିଗ୍‌ କର୍ମଚାରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୩।୨: ଅନଲାଇନ ଡେଲିଭରି ଆପ୍ସ ଏବଂ ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ ଗିଗ କର୍ମଚାରୀମାନେ ସେମାନଙ୍କର ସମସ୍ୟାର ପ୍ରତିବାଦରେ ଫେବୃଆରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଏବଂ କାର୍ଯ୍ୟ…

ଟି-୨୦ ବିଶ୍ୱକପ ଖେଳିବେନି ପ୍ୟାଟ୍ କମିନ୍ସ, କାରଣ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ODI  ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଲମ୍ବା କ୍ୟାରିଅର ଏବଂ ୨୦୨୭ର…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା…

ଭାଜପା ନେତାଙ୍କ ଘର ଉପରକୁ ଆକ୍ରମଣ, ଘର ଭଙ୍ଗାରୁଜା କରି…

ମୋହନା,୩।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଭାଜପା ନେତାଙ୍କ ବାସଭବନକୁ ସଂଘବଦ୍ଧ ଆକ୍ରମଣ । ପୂର୍ବତନ ଭାଜପା ଗଜପତି ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri