ଯୁବକ ଜୀବନ୍ତ ଜଳିଯିବା ଘଟଣା: ମୃତ୍ୟୁ ପାଇଁ ପ୍ରେମିକା ହିଁ ଦାୟୀ

ବାଲିକୁଦା,୧୦ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢ଼ଙ୍ଗା ଦେବଗ୍ରାମ ବିଦ୍ୟାଳୟର ଶିଡିଘର ଛାତରେ ଗତ ୫ ତାରିଖରେ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିଚୟ ମିଳିଛି। ମୃତ ଯୁବକ ହେଲେ ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଧୀନ କାଞ୍ଚନପୁରର କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ(୨୮)ଓରଫ ସାଗର। ସାଗରଙ୍କ ମୃତ୍ୟୁ ଖବର ପାଇ ୬ ତାରିଖରେ ତାଙ୍କ ପରିବାର ଲୋକେ ଜଗତ୍‌ସିଂହପୁରରେ ପହଞ୍ଚିଥିଲେ। ୭ ତାରିଖରେ ସାଗରଙ୍କ ସ୍ତ୍ରୀ ରଶ୍ମିତା ଓ ବାପା, ମା’ବାଲିକୁଦା ଥାନାରେ ପହଞ୍ଚତ୍ ସାଗରଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ସମ୍ପୃକ୍ତା ପ୍ରେମିକା ଓ ତାଙ୍କ ପରିବାର ଅନ୍ୟ ସଦସ୍ୟଙ୍କୁ ଆଣି ପଚରା ଉଚରା କରିଛି। ପୋଲିସ ପ୍ରାଥମିକ ତଦନ୍ତରୁ ସାଗର ବିବାହିତ ହେଲେ ମଧ୍ୟ ପ୍ରେମରେ ଅନ୍ଧହୋଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ବୋଲି ପ୍ରକାଶ କରିଛି। ତଥାପି ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ସାଗରଙ୍କ ସ୍ତ୍ରୀ ରଶ୍ମିତା ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ସ୍ବାମୀ ଅହମ୍ମଦାବାଦର ଏକ ଘରୋଇ କମ୍ପାନୀରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ୍‌ ଭାବେ କାମ କରୁଥିଲେ। ସେ ବିବାହିତ ଓ ତାଙ୍କର ୫ ବର୍ଷର ଝିଅଟିଏ ଅଛି। ସାଗରଙ୍କ ମୃତଦେହ ନିକଟରେ ରକ୍ତରେ ଯେଉଁ ମହିଳାଙ୍କ ନାମ ଲେଖା ହୋଇଥିଲା ସେ ହେଉଛନ୍ତି ଦେବଗ୍ରାମର। ସେ ମୋ ସ୍ବାମୀଙ୍କ ସହ ଫେସବୁକ୍‌ରେ ଫ୍ରେଣ୍ଡଶିପ କରି ବାରମ୍ବାର ତାଙ୍କ ମୋବାଇଲକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ମୁଁ ସେ ମହିଳାଙ୍କୁ ଫୋନ କରିବା ପାଇଁ ମନା କରିଥିଲି। ଯେଉଁଥିପାଇଁ ଆମ ସ୍ବାମୀ, ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିଥିଲା। ୫ ତାରିଖରୁ ମୋ ସ୍ବାମୀ କମ୍ପାନୀକୁ ଯାଉଛି କହି ଘରୁ ଆସିଥିଲେ। କିନ୍ତୁ ୬ ତାରିଖରେ ତାଙ୍କର ମୃତ୍ୟୁ ଖବର ଆମେ ପାଇଲୁ। ମହିଳାଙ୍କ ଗାଁ ବିଦ୍ୟାଳୟରୁ ଯେହେତୁ ତାଙ୍କ ମୃତଦେହ ମିଳିଥିଲା ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧରରେ ପୋଲିସ ୨୦୦/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଦେବଗ୍ରାମର ସମ୍ପୃକ୍ତା ମହିଳା ୫ ବର୍ଷ ହେବ କଟକରେ ବିବାହ କରିଛନ୍ତି। ଘରେ ତାଙ୍କ ମା’ବାପାଙ୍କ ସହିତ ଦୁଇ ଅବିବାହିତ ଭଉଣୀ ମଧ୍ୟ ରୁହନ୍ତି। ପୋଲିସ ୭ ତାରିଖରେ ପ୍ରଥମେ ମହିଳାଙ୍କ ବାପା ଓ ଦୁଇ ଭଉଣୀଙ୍କୁ ଡାକି ପଚରା ଉଚରା କରିଛି। ମହିଳାଙ୍କ ବାପାଙ୍କ କହିବା ଅନୁଯାୟୀ ଝିଅର ସାଙ୍ଗ ହିସାବରେ ସାଗର ତାଙ୍କ ଘରକୁ ପୂର୍ବରୁ ଦୁଇ ଥର ଆସିଛନ୍ତି। କିନ୍ତୁ ୫ ତାରିଖରେ ତାଙ୍କ ଘରକୁ ଆସିନାହାନ୍ତି। ଅନ୍ୟପକ୍ଷରେ ପୋଲିସର ଆଉ ଏକ ଟିମ୍‌ କଟକ ଯାଇ ସମ୍ପୃକ୍ତା ମହିଳା ରହୁଥିବା କାଠଗୋଲା ସାହିରେ ଚଢାଉ କରିବା ସହ ମହିଳାଙ୍କୁ ଆଣି ଏକ ଅଜ୍ଞାତ ସ୍ଥାନରେ ପଚରା ଉଚରା ଜାରି ରଖିଛି। ମହିଳା ମଧ୍ୟ ପୋଲିସ ଆଗରେ ଫେସ୍‌ ବୁକରେ ସାଗର ସହିତ ଫ୍ରେଣ୍ଡଶିପକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ସାଗର ମୋତେ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ମୁଁ ଯେହେତୁ ଜଣେ ବିବାହିତା ସେଥିପାଇଁ ତାଙ୍କୁ ବାରଣ କରୁଥିଲି। ମାତ୍ର ସେ ଅଧିକାଂଶ ସମୟରେ ପାଗଳହୋଇ ଭିଡିଓ କଲିଂ ଦ୍ୱାରା ନିଜର ହାତ କାଟି ରକ୍ତ ଦେଖାନ୍ତି। ତୁମେ ମୋ ପଖକୁ ନ ଆସିଲେ ମୁଁ ଆତ୍ମହତ୍ୟା କରିଦେବି ବୋଲି ଧମକ ମଧ୍ୟ ଦିଅନ୍ତି। ୫ ତାରିଖରେ ସାଗର ଫୋନ କରି ତାଙ୍କ ସହିତ ଅହମ୍ମଦାବାଦ ଯିବାକୁ ଜିଦ କରିଥିଲୋ। ନ ହେଲେ ଆତ୍ମହତ୍ୟା କରିଦେବି ବୋଲି ଧମକ ଦେଇଥିଲେ ବୋଲି ସମ୍ପୃକ୍ତା ମହିଳା ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲଙ୍କ ଆଗରେ ଏକଥା ପ୍ରକାଶ କରିଛନ୍ତି। ଯେଉଁଥି ପାଇଁ ସାଗର ପ୍ରେମରେ ଅନ୍ଧ ହୋଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ପ୍ରାଥମିକ ସୂଚନା ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri