ଯାତ୍ରା ଆୟୋଜକ, ପାର୍ଟି ମ୍ୟାନେଜର, ଡ୍ୟାନ୍ସରଙ୍କ ନାଁରେ ମାମଲା

ଭୁବନେଶ୍ୱର,୧୦।୨(ବ୍ୟୁରୋ): କଟକଣା ସତ୍ତ୍ୱେ ଖଣ୍ଡଗିରି ଯାତ୍ରାରେ ନଗ୍ନ ନୃତ୍ୟ ପ୍ରଦର୍ଶନକୁ ନେଇ କଳିଙ୍ଗ ଗଣନାଟ୍ୟ ପାଇଁ ଅଡୁଆ ବଢ଼ିଛି। ପାର୍ଟି ମ୍ୟାନେଜର, ଯାତ୍ରା ଆୟୋଜକ ଓ ନଗ୍ନ ନୃତ୍ୟ ପ୍ରଦର୍ଶନ କରିଥିବା ଡ୍ୟାନ୍ସର ଲଭ୍‌ଲୀଙ୍କ ନାମରେ ଖଣ୍ଡଗିରି ଥାନାରେ ଆଇପିସି ଦଫା ୨୯୪, ୩୪ରେ ମାମଲା (ନଂ.୯୫/୨୦) ରୁଜୁ ହୋଇଛି। ପୋଲିସ ୫ ଓ ୭ ତାରିଖର ଡ୍ୟାନ୍ସ ଭିଡିଓକୁ ଯାଞ୍ଚ କରୁଛି। ଏଥିସହ ତଦନ୍ତରୁ ନଗ୍ନ ନୃତ୍ୟ ନେଇ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ବିବାଦ ବଢ଼ିବା ପରେ ଡ୍ୟାନ୍ସର ଲଭ୍‌ଲୀ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଏଭଳି ନଗ୍ନ ନୃତ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଏଭଳି ଆଉ କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ସେତିକି ଟିକେ ପାଇଁ ଏମିତି ହେଉଛନ୍ତି। କିନ୍ତୁ ଭୋଜ୍‌ପୁରୀ ଡ୍ୟାନ୍ସରେ ଏହାଠୁ ଅଧିକ ହେଉଛି। ତାହାକୁ ଦେଖିଲେ ବିରୋଧ କରୁଥିବା ଲୋକେ କ’ଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଡ୍ୟାନ୍ସ ଦେଖିବା ପାଇଁ ଲୋକେ ଯାତ୍ରାକୁ ଆସୁଛନ୍ତି। ଏଭଳି ଡ୍ୟାନ୍ସର ଡିମାଣ୍ଡ ରହିଥିବାରୁ ଯାତ୍ରାପାର୍ଟି ମାଲିକ ଆମକୁ ଡାକୁଛନ୍ତି। ଡ୍ୟାନ୍ସ ସରିଗଲେ ହାତ ଗଣତି ଲୋକଙ୍କୁ ଛାଡିଦେଲେ ଅନ୍ୟମାନେ ଚାଲିଯାଉଛନ୍ତି। କିନ୍ତୁ ଡ୍ୟାନ୍ସ ପାଇଁ ମୁଁ ଆଜି ନଁା କମେଇଛି। ଡ୍ୟାନ୍ସ କରିବି। ସେଥିପାଇଁ ସେଭଳି ପୋଷାକ ପିନ୍ଧିବି। ଯେଉଁ ବିଟ୍‌କୁ ନଗ୍ନତା ବୋଲି କହୁଛନ୍ତି ତାହାକୁ ଡ୍ୟାନ୍ସରେ ରଖିବି ନାହିଁ ବୋଲି ସେ କହିଛନ୍ତି।
ଏପଟେ ଗତବର୍ଷ ଖଣ୍ଡଗିରି ଯାତ୍ରାରେ ନଗ୍ନ ନୃତ୍ୟ ପ୍ରଦର୍ଶନ କରି ବିବାଦକୁ ଆସିଥିବା ରାନୀ ପଣ୍ଡା ତାଙ୍କ ସହ ଯାତ୍ରା ସଚ୍ଚିତାନନ୍ଦ ଉପରେ ଲଗାଯାଇଥିବା କଟକଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ କାନ୍ଦି କାନ୍ଦି କହିଛନ୍ତି, ମୋ ପାଇଁ କାହାର ପରିବାର ଅପୋଷା ନ ରହୁ। ମୋତେ ଖଣ୍ଡଗିରି ଯାତ୍ରାକୁ ବ୍ୟାନ୍‌ କଲେ ଠିକ୍‌ ଅଛି। କିନ୍ତୁ ଯାତ୍ରା ସଚ୍ଚିଦାନନ୍ଦକୁ ବ୍ୟାନ୍‌ କରିବା ଠିକ୍‌ ନ ଥିଲା। କାରଣ ଡ୍ୟାନ୍ସ ମୁଁ କରିଥିଲି, କିନ୍ତୁ ଯାତ୍ରା ସଚ୍ଚିଦାନନ୍ଦକୁ ବନ୍ଦ କରାଯିବାରୁ ସେଥିରେ କାମ କରୁଥିବା ଟେକ୍ନିସିଆନଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀଙ୍କ ପରିବାର ନାନା ସମସ୍ୟାରେ ରହିଛନ୍ତି। ସେମାନଙ୍କ ଅଭିଶାପ ମୋ ଉପରେ ପଡିବ। ନ୍ୟାୟଟା ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଗତବର୍ଷ ଯାତ୍ରାରେ ନଗ୍ନ ଡ୍ୟାନ୍ସ କରିଥିବା ଅଭିଯୋଗ କରି କମିଶନରେଟ ପୋଲିସ ମୋର ଘର ପର୍ଯ୍ୟନ୍ତ ପଳାଇ ଆସିଲା। ଏବେ ପୋଲିସ କ’ଣ କରୁଛି। ଏପରି କି ପ୍ରଶାସନ, ଆୟୋଜକ ଏବଂ ବିଏମ୍‌ସି ଜାଣି ମଧ୍ୟ ଚୁପ୍‌ ରହୁଛି। ସେମାନଙ୍କ ଆଖିରେ ଏଭଳି ନଗ୍ନ ନୃତ୍ୟ ଦେଖିବାକୁ ମିଳୁନି କି ବୋଲି ରାନୀ ପ୍ରଶ୍ନ କରିଛନ୍ତି।
ଓଡ଼ିଶା ନାରୀ ସଚେତନ ମଞ୍ଚର ସଭାପତି ଡଲି ରଥ କହିଛନ୍ତି, ପୋଲିସ ଉପରେ ଆମର ଭରସା ରହିଛି। ପୋଲିସ କେବଳ ମାମଲା ରୁଜୁ କରି ବସି ପଡିଲେ ହେବ ନାହିଁ ସେମାନଙ୍କୁ ଗିରଫ କରିବା ଦରକାର। ଏହାହେଲେ ଆଗକୁ ଲଭ୍‌ଲୀ ଏଭଳି ନଗ୍ନ ନୃତ୍ୟ ପ୍ରଦର୍ଶନ କରିବେ ନାହିଁ। ଯଦି କରିବେ ଯାତ୍ରା ପାର୍ଟିର ଟିକେଟ ଏବଂ ଗେଟରେ କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ଲେଖିଦିଅନ୍ତୁ। କେହି ପରିବାର ନେଇ ଯିବେ ନାହିଁ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri