ଯନ୍ତ୍ରଣାରେ ଶିଶୁକନ୍ୟା, ଚିନ୍ତାରେ ମା’ ବାପା: ସରକାରୀ ଚିକିତ୍ସା ସହାୟତାକୁ ଅପେକ୍ଷା

ବୈଶିଙ୍ଗା,୨୨ା୯(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତ ଚୁଆପଦା ଗ୍ରାମର ବର୍ଷକର ଶିଶୁକନ୍ୟା ଦୁର୍ଗା। ମୁଣ୍ଡର ଆକାର ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ମେରୁଦଣ୍ଡ ଓ ମୁଣ୍ଡରେ ବଥ ବାହାରି କ୍ରମେ ବଢି ଚାଲିଛି। ଏଥିଲାଗି ଅସହ୍ୟ ଯନ୍ତ୍ରଣା ଭୋଗ କରୁଛି ଦୁର୍ଗା। ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ କୌଣସି ସୁଫଳ ନ ପାଇବାରୁ ଗରିବ ମା’ ବାପା ରଶ୍ମିରେଖା ଦାସ ଓ ହେମନ୍ତ କୁମାର ଦାସ ଏବେ ଅସହାୟ ହୋଇପଡିଛନ୍ତି। ଡାକ୍ତରମାନେ ରୋଗ ଚିହ୍ନଟ କରିପାରୁ ନ ଥିବା ସେମାନେ କହିଛନ୍ତି। ଝିଅର ଜୀବନ ରକ୍ଷା ଲାଗି ସେମାନେ ସ୍ବାସ୍ଥ୍ୟ ପ୍ରଶାସନକୁ ନିବେଦନ କରି ସହାୟତା ପାଇବା ଲାଗି ଅପେକ୍ଷା କରି ବସିଛନ୍ତି।
ରଶ୍ମିରେଖା ଓ ହେମନ୍ତ କହିଛନ୍ତି, ଗତବର୍ଷ ସେପ୍ଟେମ୍ବର ମାସ ପାର୍ବଣ ଋତୁରେ ଏହି ଶିଶୁକନ୍ୟା ଜନ୍ମ ନେଇଥିବାରୁ ସେମାନେ ଖୁସିରେ ତା’ର ନାଁଁ ଦେଇଥିଲେ ଦୁର୍ଗା। ଅଳ୍ପ କିଛି ଦିନ ମଧ୍ୟରେ ସେ ଅଦ୍ଭୂତ ରୋଗରେ ପୀଡ଼ିତ ହୋଇ ଏପର୍ଯ୍ୟନ୍ତ ବିଛଣାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଛି। ସେମାନେ ପ୍ରଥମେ ଝିଅକୁ ନେଇ ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ଥିବା ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନ ଶିଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ। ପରେ ସେଠାକାର ଡାକ୍ତର ଶିଶୁକୁ କଟକ ଶିଶୁ ଭବନକୁ ନେଇଯାଅ କହି ଡିସ୍‌ଚାର୍ଜ କରି ଦେଇଥିଲେ। ସେମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁର୍ଗାକୁ କଟକସ୍ଥିତ ଶିଶୁଭବନକୁ ନେଇଥିଲେ। ସେଠାରେ ଡାକ୍ତର ନିରାଶାବାଣୀ ଶୁଣାଇବାରୁ ଏହି ଗରିବ ମା’ବାପା ଆମ୍ବୁଲାନ୍ସକୁ ଟଙ୍କା ଦେଇ ଦୁର୍ଗାଙ୍କୁ ଘରକୁ ନେଇ ଆସିଥିଲେ। ଆମ୍ବୁଲାନ୍ସରେ ନେବା ଆଣିବା ଲାଗି ସେମାନଙ୍କୁ ପ୍ରାୟ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ବର୍ତ୍ତମାନ ଏହି ଶିଶୁକନ୍ୟାଙ୍କ ଓଜନ ସାଢେ ୯ କିଲୋ । ମୁଣ୍ଡର ଆକାର ସାଧାରଣ ଆକୃତିର ଦୁଇଗୁଣା ହେଲାଣି। ଚଳିତ ମାସ ୧୨ ତାରିଖରେ ପରିବାର ଲୋକେ ଝିଅକୁ ନେଇ ଭୁବନେଶ୍ୱରର ଏମ୍‌ସ ହସ୍‌ପିଟାଲକୁ ଯାଇଥିଲେ। ସେଠାରେ କରାଯାଇଥିବା ପରୀକ୍ଷା ରିପୋର୍ଟ ଏଯାଏ ମିଳିନାହିଁ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ୩୬ ନଂ ଜୋନ୍‌ ଜିଲା ପରିଷଦ ସଭ୍ୟ ବ୍ରଜମୋହନ ବେହେରା ଓଡ଼ିଶା ରାଜ୍ୟ ଚିକିତ୍ସାପାଣ୍ଠିରୁ ଶିଶୁକନ୍ୟାଙ୍କ ଚିକିତ୍ସା ଲାଗି ସହାୟତା ଆଣିବାକୁ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି କହିଛନ୍ତି । ଏହି ଶିଶୁକନ୍ୟାର ଚିକିତ୍ସା ଲାଗି ଆବଶ୍ୟକ ସହାୟତା ଯୋଗାଇ ଦେବା ସକାଶେ ଗ୍ରାମବାସୀ ସ୍ବାସ୍ଥ୍ୟ ବିଭାଗ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri