ଯତୀନ ଲଲିତ

ତୁଝେ ଦେଖା ତୋ ୟେ ଜାନା ସନମ୍‌! ଦିଲଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ (ଡିଡିଏଲ)ଚଳଚ୍ଚିତ୍ରର ଏହି ଗୀତଟି ଏବେ ସୁଦ୍ଧା ଲୋକଙ୍କ କାନରୁ ହଜିନାହିଁ। ଏହି ଗୀତରେ କଣ୍ଠଦାନ କରିଥିଲେ କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଏବଂ କୁମାର ସାନୁ। ନବେ ଦଶକରେ ରିଲିଜ୍‌ ହୋଇଥିବା ଡିଡିଏଲ୍‌ର ସିଗ୍‌ନେଚର ସଙ୍ଗୀତ ଥିଲା ଏହି ଗୀତ। ଅନେକେ ହୁଏ ତ ଜାଣି ନ ଥିବେ ଏହି ଗୀତର ସୁରକାର ହେଉଛନ୍ତି ଦୁଇଭାଇ। ସେମାନେ ହେଉଛନ୍ତିି ଯତୀନ ପଣ୍ଡିତ ଏବଂ ଲଲିତ ପଣ୍ଡିତ। ସଂକ୍ଷେପରେ ଯତୀନ-ଲଲିତ ଭାବରେ ଏମାନେ ସଙ୍ଗୀତ ଦୁନିଆରେ ବହୁ ପ୍ରସିଦ୍ଧ। ଯତୀନ ପଣ୍ଡିତ ବଡ଼ ହୋଇଥିବା ବେଳେ ଲଲିତ ପଣ୍ଡିତ ହେଉଛନ୍ତି ସାନଭାଇ। ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ଏହି ଦୁଇଭାଇଙ୍କ ନାମରେ ରହିଛି ବହୁ ସଫଳ ଫିଲ୍ମର ତାଲିକା। ସେଥିମଧ୍ୟରୁ କେତୋଟି ହେଉଛି ୟାରା ଦିଲ୍‌ଦାରା, ଖିଲାଡ଼ି, ଯୋ ଜିତା ଓ୍ବହି ସିକନ୍ଦର, ରାଜୁ ବନଗୟା ଜେଣ୍ଟଲମ୍ୟାନ୍‌, ଖାମୋସୀ-ଦି ମ୍ୟୁଜିକାଲ, ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ, ଫରେବ, ୟେସ ବସ୍‌, ଜବ୍‌ ପ୍ୟାର କିସିସେ ହୋତା ହେ, କୁଛ୍‌ କୁଛ୍‌ ହୋତା ହେ, ସରଫରୋସ, ଗୁଲାମ, ମୋହବତେଁ, କଭି ଖୁସି କଭି ଗମ୍‌, ଫନା ଏବଂ ଆହୁରି ଅନେକ। ଯତୀନ-ଲଲିତ କରିଥିବା ସବୁ ଫିଲ୍ମର ମ୍ୟୁଜିକ ହିଟ୍‌ ଆଉ ସର୍ବକାଳୀନ ଲୋକପ୍ରିୟ। ମେଲୋଡ଼ିକୁ ବହୁମାତ୍ରାରେ ପ୍ରାଧାନ୍ୟ ଦେଉଥିବା ଯତୀନ-ଲଲିତଙ୍କୁ ଏଥିପାଇଁ ମିଳିଛି ବହୁ ସମ୍ମାନ ଓ ସ୍ବୀକୃତି।
ପରିବାର : ଏକ ସଙ୍ଗୀତ ପରିବାରରେ ଜନ୍ମ ଯତୀନ-ଲଲିତଙ୍କର। ହରିୟାଣାର ହିସାର ଜିଲା ଅନ୍ତର୍ଗତ ପିଲି ମଣ୍ଡୋରି ନାମକ ଏକ ଗଁା। ସେହି ଗଁାରେ ଜନ୍ମ ହୋଇଥିଲେ ଯତୀନ-ଲଲିତ। ବିଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ପଣ୍ଡିତ ୟଶରାଜ ହେଉଛନ୍ତି ସେମାନଙ୍କର ମାମୁ। ତାଙ୍କ ବାପା ପଣ୍ଡିତ ପ୍ରତାପ ନାରାୟଣ ଥିଲେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ। ତାଙ୍କରି ଠାରୁ ହିଁ ଯତୀନ-ଲଲିତ ସଙ୍ଗୀତ ଶିକ୍ଷା କରିଥିଲେ। ପିଲାଟି ବେଳରୁ ସେମାନଙ୍କର ସଙ୍ଗୀତରେ ଭରପୂର ରୁଚି ରହିଥିଲା। ବଡ଼ହେବା ପରେ ସେମାନେ ଗୀଟାର ଏବଂ ପିଆନୋ ଶିକ୍ଷା କରିଥିଲେ। ପ୍ୟାରେଲାଲ ରାମପ୍ରସାଦ ଶର୍ମା (ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ ଯୋଡ଼ି)ଙ୍କଠାରୁ ସେମାନେ ଉଭୟ ଗୀଟାର ତଥା ପିଆନୋ ଶିକ୍ଷା କରିଥିଲେ। ତାଙ୍କ ପରିବାର ହିନ୍ଦୀ ଫିଲ୍ମ ଦୁନିଆ ସହିତ ଜଡ଼ିତ ଥିଲା। ହିନ୍ଦୀ ଫିଲ୍ମ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତ ତଥା ବିଜୟେତା ପଣ୍ଡିତ ସେମାନଙ୍କର ଭଉଣୀ ଥିଲେ। ଦିବଂଗତ ସଙ୍ଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବ ଥିଲେ ସେମାନଙ୍କର ଭିଣୋଇ। ବିଜୟେତାଙ୍କୁ ବିବାହ କରିଥିଲେ ଆଦେଶ।
ସଙ୍ଗୀତ ବାହାରେ ଜୀବନ : କେବଳ ସଙ୍ଗୀତରେ ନୁହେଁ; ଅଭିନୟରେ ମଧ୍ୟ ରୁଚି ରଖୁଥିଲେ ଉଭୟ ଯତୀନ-ଲଲିତ। ଅବଶ୍ୟ ସେମାନେ କେବେ ବି ଅଭିନୟର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନଥିଲେ। ତେବେ ସେମାନେ ଅନେକ ଫିଲ୍ମରେ ଅତିଥି କଳାକାର ଭାବରେ ଅବତୀର୍ଣ୍ଣ ହୋଇଥିବା ଦେଖାଯାଏ। ସେମିତି ଏକ ଫିଲ୍ମ ହେଉଛି ‘ଯୋ ଜିତା ଓ୍ବହି ସିକନ୍ଦର’। ଏଥିରେ ଯତୀନ ଜଣେ ଅଭିନେତ୍ରୀଙ୍କ ସହ ଗୀତ ଗାଉଥିବା ବେଳେ ଲଲିତ ଗିଟାର ବଜାଉଥିବା ଦେଖିବାକୁ ମିଳୁଛି। ଷ୍ଟେଜ ଶୋ’ରେ ସେମାନଙ୍କ ପରଫର୍ମାନ୍ସ ସବୁବେଳେ ଉଚ୍ଚକୋଟୀର ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରନ୍ତି। ଏତଦ୍‌ବ୍ୟତୀତ ଯତୀନ-ଲଲିତ ସବୁବେଳେ ନିରୋଳାରେ ରହିବାକୁ ପସନ୍ଦ କରନ୍ତି। କ୍ୱଚିତ କ୍ୟାମେରା ସାମ୍ନାକୁ ଆସନ୍ତି। ଏ ବାବଦରେ ସେମାନଙ୍କର କୌଣସି ରୁଚି ନଥିବା ସେମାନେ ଅନେକଥର ପ୍ରକାଶ କରିଛନ୍ତି। ସେଥିଲାଗି ସେମାନଙ୍କୁ ବେଶି ଟେଲିଭିଜନ ଶୋ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥାଏ। ସେମାନେ ଜଜ୍‌ ଭାବରେ ଜି-ଟେଲିଭିଜନର ମ୍ୟୁଜିକାଲ ଶୋ ‘ସା ରେ ଗା ମା ପା’ରେ ଯୋଗ ଦେଇଥିବା ବେଳେ ଷ୍ଟାର ଭଏସ ଅଫ୍‌ ଇଣ୍ଡିଆରେ ମଧ୍ୟ ଯୋଗଦାନ କରିଥିଲେ।
ମ୍ୟୁଜିକାଲ କ୍ୟାରିଅର : ୧୯୯୧ରେ ଆରମ୍ଭ ହୋଇଥିଲା ସେମାନଙ୍କର ଫିଲ୍ମ କ୍ୟାରିଇର। ପ୍ରଥମଫିଲ୍ମ ଥିଲା ‘ୟାରା ଦିଲ୍‌ଦାରା’। ଏହାଥିଲା ଏକ ମୁଜିକାଲ୍‌ ହିଟ୍‌ ଫିଲ୍ମ। ଏହାର ପ୍ରତ୍ୟେକ ଗୀତକୁ ଲୋକମାନେ ପସନ୍ଦ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଗୀତ ଥିଲା ‘ବିନ୍‌ ତେରେ ସନମ୍‌’। ତେବେ ଲୋକମାନେ ସେମାନଙ୍କୁ ଚିହ୍ନିଲେ ‘ଖିଲାଡ଼ି’ ଏବଂ ‘ଯୋ ଜିତା ଓ୍ବହି ସିକନ୍ଦର’ ମୁଭିରୁ। ‘ଯୋ ଜିତା ଓ୍ବହି ସିକନ୍ଦର’ ମୁଭିର ଗୀତ ‘ପେହେଲା ନସା’ ଗୀତଟି ଏବେ ମଧ୍ୟ ଏକ ହିଟ୍‌ ଗୀତ ହୋଇ ରହିଛି। ଏହା ପଛକୁପଛ କୁଛ୍‌ କୁଛ୍‌ ହୋତା ହେ, ଡିଡିଏଲ, ମୋହବତେଁ ଆଦି ଫିଲ୍ମ ସେମାନଙ୍କୁ ସଫଳତାର ଶୀର୍ଷକୁ ନେଇ ଯାଇଥିଲା। ଅବଶ୍ୟ ସଫଳତାର ଶିଡ଼ି ଚଢୁଥିବା ବେଳେ ଦୁଇଭାଇଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ଉଭୟେ ଉଭୟଙ୍କଠାରୁ ପୃଥକ୍‌ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri