Posted inଖେଳ

ମୟଙ୍କ ବୈଦ ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୧୭ | ୯- ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି ମୟଙ୍କ ବୈଦ। ଏହି ବିରଳ ସଫଳତା ହାସଲ କରିବାରେ ସେ ବିଶ୍ୱର ୪୪ତମ ଏବଂ ଏସିଆର ପ୍ରଥମ ବ୍ୟକ୍ତି। ଇଂଲଣ୍ଡରୁ ଫ୍ରାନ୍ସ ୨୮୯ ମାଇଲରୁ ଊର୍ଦ୍ଧ୍ୱ ଦୂରତା ବିଶିଷ୍ଟ ଏହି ଟ୍ରାଇଥଲନ୍‌ ନିଜ ସାମର୍ଥ୍ୟରେ ଶେଷ କରିବାକୁ ହୋଇଥାଏ। ଏଥିରେ ରନିଂ, ସୁଇମିଂ ଏବଂ ସାଇକ୍ଲିଂ ତିନୋଟି ବିଭାଗ ରହିଛି। ଏହି ଟ୍ରାଇଥଲନର ପୂର୍ବ ରେକର୍ଡ ବେଲଜିୟମର ଜୁଲିଏନ୍‌ ଡେନେୟରଙ୍କ ନାମରେ ରହିଥିଲା। ସେ ୫୨ ଘଣ୍ଟା ଏବଂ ୩୦ ମିନିଟ୍‌ ସମୟ ନେଇଥିଲେ। ବୈଦ କିନ୍ତୁ ଏହି ଦୂରତାକୁ ଅତିକ୍ରମ କରିବା ଲାଗି ୫୦ ଘଣ୍ଟା ଓ ୨୪ ମିନିଟ୍‌ ସମୟ ନେଇଥିଲେ। ଲଣ୍ଡନର କେଣ୍ଟ୍‌ ଉପକୂଳସ୍ଥିତ ମାର୍ବଲ ଆର୍କଠାରୁ ଡୋଭର ପର୍ଯ୍ୟନ୍ତ ୧୪୦ କିଲୋମିଟର ଦୌଡ଼ ସହ ଏହି ଟ୍ରାଇଥଲନ ଆରମ୍ଭ ହୋଇଥାଏ। ପରେ ସନ୍ତରଣରେ ଫ୍ରେଞ୍ଚ ଉପକୂଳ ପର୍ଯ୍ୟନ୍ତ ୩୩.୮ କିଲୋମିଟର ଦୀର୍ଘ ଚ୍ୟାନେଲ ଅତିକ୍ରମ କରିବାକୁ ପଡ଼ିଥାଏ। ଏହାପରେ କାଲାଇସ୍‌ଠାରୁ ପ୍ୟାରିସ୍‌ର ଆର୍କ ଡି’ ଟ୍ରିଓମ୍ଫ୍‌ ପର୍ଯ୍ୟନ୍ତ ସାଇକ୍ଲିଂରେ ଅତିକ୍ରମ କରିବାକୁ ହୋଇଥାଏ। ବୈଦ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଏହା ହେଉଛି ବିଶ୍ୱର ଅନ୍ୟତମ କଠିନ ପ୍ରତିଯୋଗିତା। ସନ୍ତରଣ ଏବଂ ସାଇକ୍ଲିଂ ପର୍ଯ୍ୟାୟ ସବୁଠାରୁ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri