ମ୍ୟାଲେରିଆ ନିରାକରଣ ନେଇ ବୈଠକ

ଛତ୍ରପୁର,୧ା୬(ଡି.ଏନ.ଏ.) -ଗଞ୍ଜାମ ଜିଲାରେ ମ୍ୟାଲେରିଆ ପ୍ରତିରୋଧକ ଅଭିଯାନ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ମ୍ୟାଲେରିଆ ନିରାକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଆଲୋଚନା ହୋଇଥିଲା। ୨୦୧୭ରେ ୪ଲକ୍ଷ ୧୨ ହଜାର ୭୭୪ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦ହଜାର ୭୨ଜଣଙ୍କ ମ୍ୟାଲେରିଆ ପିଜିଟିଭ ଥିଲା। ମ୍ୟାଲେରିଆରେ ଆକ୍ରାନ୍ତ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୮ରେ ୪ଲକ୍ଷ ୧୫ ହଜାର ୬୪୪ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୯ ହଜାର ୧୩୯ ଜଣଙ୍କ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେହିବର୍ଷ ସୋରଡା ବ୍ଲକ ଗାଜଲବାଡି ଅଞ୍ଚଳର ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ ସୁଦ୍ଧା ୧ଲକ୍ଷ ୨୪ ହଜାର ୯୯୧ ଜଣଙ୍କ ମ୍ୟାଲେରିଆ ସମ୍ବନ୍ଧୀୟ ପରୀକ୍ଷା କରାଯାଇଥିବା ବେଳେ ୧ ହଜାର ୨୮୪ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲା। ଚଳିତବର୍ଷ ମ୍ୟାଲେରିଆରେ ଯେଭଳି କାହାରି ମୃତ୍ୟୁ ନ ଘଟେ ସେଥିପ୍ରତିି ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ଜିଲାପାଳ ସତର୍କ କରାଇଛନ୍ତି। ମଶା ବଂଶ ନିୟନ୍ତ୍ରଣ ପାଇଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଜିଲାପାଳ ଅଧିକ ଗୁରୁତ୍ୱ ଦେଇଥିଲେ। ଯେଉଁସବୁ ଗାଁ ସବୁକୁ ଜଳ ଯୋଗାଣ ହୋଇଛି ସେହି ଗାଁ ଗୁଡ଼ିକରେ ପୋଖରୀରେ ଗାଧୋଇବା ପାଇଁ ବାରଣ କରାଯିବ। ଏ ନେଇ ସମ୍ପୃକ୍ତ ଗ୍ରାମବାସୀଙ୍କ ସଚେତନତା ପାଇଁ ବୋର୍ଡ ଲାଗିବ। ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ। ବିଦ୍ୟାଳୟଗୁଡିକରେ ପ୍ରାର୍ଥନା କରିବା ପରେ ଛାତ୍ରୀଛାତ୍ରମାନଙ୍କୁ ମ୍ୟାଲେରିଆ ଉପରେ ସଚେତନ କରାଇବା ସହ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ପିଲାମାନଙ୍କୁ ସଚେତନ କରାଇବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ତୁମ୍ବା, ପାତ୍ରପୁର ଆଦି ପାହାଡିଆ ଅଞ୍ଚଳରେ ପରିବାର ପିଛା ଗୋଟିଏ ଲେଖାଏ ମଶାନାଶକ ଔଷଧୀୟ ମଶାରି ବଣ୍ଟନ କରାଯିବ। ଏଥିସହ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଏକ ସୂଚନାପତ୍ର ଯୋଗାଇ ଦିଆଯିବ। ସେଥିରେ ମ୍ୟାଲେରିଆ ଚିକିତ୍ସାର ସମସ୍ତ ବିବରଣୀ ଉଲ୍ଲେଖ ରହିବ ବୋଲି ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ବୈଠକରେ କହିଥିଲେ। ବୈଠକରେ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌ ଜଗଦୀଶ ପଟ୍ଟନାୟକ, ଡା. ପି କୁର୍ମେୟା, ଡିଆରଡିଏ ଏପିଡି ଦେବବ୍ରତ ସାହୁ, ଜିଲା ମସତ୍‌ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri