ମ୍ୟାଲେରିଆ ନିରାକରଣ

ସୁନୀତା ଶତପଥୀ
ଭାରତ ମ୍ୟାଲେରିଆ ବିରୋଧରେ ଯୁଦ୍ଧ ଜିତି ଆସୁଛି, କିନ୍ତୁ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଅନେକ ରୋଗ ମଶା ଦ୍ୱାରା ସଂକ୍ରମିତ ହୋଇଥାଏ। କିନ୍ତୁ ସେଗୁଡ଼ିକ ମଧ୍ୟରେ ମ୍ୟାଲେରିଆ ସବୁଠାରୁ ବିପଜ୍ଜନକ। ଏହି ରୋଗର ନିରାକରଣ ପାଇଁ ଭାରତ ନିୟତ ପଦକ୍ଷେପ ନେଉଥିବାରୁ ମ୍ୟାଲେରିଆଜନିତ ମୃତ୍ୟୁ ଦୁଇତୃତୀୟାଂଶ ହ୍ରାସ ପାଇବା ସହ ଏହି ରୋଗ ସଂକ୍ରମଣ ୫୦ ପ୍ରତିଶତ ହ୍ରାସ ପାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯିଏ ମ୍ୟାଲେରିଆଜନିତ ବୋଝ ୨୪ ପ୍ରତିଶତ କମାଇପାରିଛି ଏବଂ ଏହାର ସ୍ଥାନ ଆଉ ସବୁଠୁ ଅଧିକ ମ୍ୟାଲେରିଆପୀଡ଼ିତ ତିନୋଟି ଦେଶ ଭିତରେ ନାହିଁ। ଓଡ଼ିଶା ସରକାର ମଧ୍ୟ ଉଲ୍ଲେଖନୀୟ ଭାବେ ଏହି ରୋଗର ନିରାକରଣ, ନିଦାନ ଓ ଚିକିତ୍ସାରେ ସଫଳ ହୋଇପାରିଛି।
୨୦୧୭ରେ ଭାରତରେ ମ୍ୟାଲେରିଆ ରୋଗୀ ସଂଖ୍ୟା ଡେଙ୍ଗୁ ତୁଳନାରେ ଚାରିଗୁଣ ଅଧିକ ଥିଲା ଏବଂ ଓଡ଼ିଶାରେ ୪୧ ପ୍ରତିଶତ ସଂକ୍ରମଣ ଘଟିଥିବା ବେଳେ ୧୨ ପ୍ରତିଶତ ମୃତ୍ୟୁବରଣ କରିଥିଲେ। ଅଧିକାଂଶ ମ୍ୟାଲେରିଆ ସଂକ୍ରମଣ ଘଟିଥାଏ କେନ୍ଦ୍ର ଓ ଉତ୍ତରପୂର୍ବ ଭାରତର ଆଦିବାସୀ ଅଞ୍ଚଳ, ଜଙ୍ଗଲ ଅଞ୍ଚଳ ଓ ଗ୍ରାମାଞ୍ଚଳରେ। ଚିକିତ୍ସା ପାଇଁ ଏହିସବୁ ଅଞ୍ଚଳର ଗରିବ ଲୋକମାନଙ୍କ ଉପରେ ମଧ୍ୟ ଅନେକ ଆର୍ଥିକ ବୋଝ ପଡ଼େ। ମ୍ୟାଲେରିଆବିରୋଧୀ ଯୁଦ୍ଧରେ ଭାରତ ଅନେକ ସଫଳତା ହାସଲ କରିଥିଲେ ମଧ୍ୟ ଏ ଯୁଦ୍ଧର ପରିସମାପ୍ତି ଘଟିପାରୁ ନାହିଁ। ଭାରତ ଯେମିତି ପୋଲିଓମୁକ୍ତ ଦେଶ ହୋଇପାରିଛି, ସେମିତି ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ ୧୭ଟି ଆଞ୍ଚଳିକ ନେତାଙ୍କ ସହ ସାମିଲ ହୋଇ ୨୦୩୦ ସୁଦ୍ଧା ସମଗ୍ର ଏସିଆ ମହାଦେଶକୁ ମ୍ୟାଲେରିଆମୁକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ମ୍ୟାଲେରିଆ ନିରାକରଣ ପାଇଁ ୨୦୧୭ରେ ଏକ ପାଞ୍ଚବର୍ଷିଆ ଯୋଜନା କରି ୨୦୨୨ ସୁଦ୍ଧା ଦେଶର ୫୭୧ଟି ଜିଲାକୁ ମ୍ୟାଲେରିଆମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଦେଶ ମ୍ୟାଲେରିଆବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ମଧ୍ୟ ଏଥିରେ ସରକାରଙ୍କୁ ସହଯୋଗ କରିବା ଆବଶ୍ୟକ। ଏଥିପାଇଁ ଆମକୁ ନିଜର ଅଭ୍ୟାସ ବଦଳାଇବାକୁ ହେବ, ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ହେବ, ମଶା-ନିବାରକ ବ୍ୟବହାର କରି ସନ୍ଧ୍ୟା ସମୟରେ ଘରେ ରହିବାକୁ ହେବ, ଫୁଲ୍‌ ପ୍ୟାଣ୍ଟ, ଶାର୍ଟ ଓ ଜୋତା ପିନ୍ଧିବାକୁ ହେବ, ରାତିରେ ମଶାରି ଟାଣି ଶୋଇବାକୁ ହେବ।
ମୋ-୯୮୧୯୦୯୩୭୬୯, sunita@thinktankmsc.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri