ମୌଳିକ ସୁବିଧାରୁ ବଞ୍ଚିତ ବଗପାଟିଆବାସୀ

କେନ୍ଦ୍ରାପଡ଼ା ଅଫିସ୍‌, ୨୪।୧୨ ସମୁଦ୍ର କୂଳରେ ଥିବା ରାଜନଗର ବ୍ଲକ ସାତଭାୟା ଅଞ୍ଚଳବାସୀଙ୍କୁ ୧୦ କିଲୋମିଟର ଦୂର ଗୁପ୍ତି ନିକଟ ବଗପାଟିଆଠାରେ ଥଇଥାନ କରାଯାଇଛି। ସାତଭାୟାର ୫୭୧ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯିବା ସହ ବଗପାଟିଆରେ ଜମି ଓ ଘର ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଦିଆଯାଇଛି। ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ଏହି ଥଇଥାନ ପ୍ରସଙ୍ଗ ବର୍ତ୍ତମାନ ମଧ୍ୟ ଥମିନାହିଁ। ଏବେ ବି ସାତଭାୟାରେ ୧୪୮ ପରିବାର ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପରିବାର ଥଇଥାନସ୍ଥଳୀର ବିଭିନ୍ନ ସମସ୍ୟା ଦର୍ଶାଉଥିବା ବେଳେ ଅନ୍ୟ କେତେକଙ୍କୁ ଥଇଥାନ କରାଯାଇ ନ ଥିବା ଅଭିଯୋଗ ହେଉଛି, ଯାହା ପ୍ରଶାସନ ଓ ବନ ବିଭାଗ ପାଇଁ ଅସୁବିଧା ସୃଷ୍ଟି କରିଛି।
ଏନ୍‌ସିସିଆର (ନ୍ୟାଶନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ)ର ୨୦୧୮ ଜୁଲାଇ ରିପୋର୍ଟ ଅନୁଯାୟୀ, ୧୯୯୯ରୁ ୨୦୧୬ ମଧ୍ୟରେ ଦେଶର ୭,୫୧୭ କି.ମି. ସମୁଦ୍ର ତଟରୁ ୩୩ ପ୍ରତିଶତ ତଟ କ୍ଷୟ ହେଉଛି। ଏହି ଧାରା ଓଡ଼ିଶାର ୪୮୫ କିଲୋମିଟର ସମୁଦ୍ର ତଟର ୨୮ ପ୍ରତିଶତ ସ୍ଥାନରେ ଦେଖାଦେଉଛି। ରାଜନଗର ତହସିଲ ରେକର୍ଡ ଅନୁଯାୟୀ, ସାନଗହୀରମଥା, ମୋହନପୁର, ହାବେଳି ଚିନ୍ତାମଣିପୁର, ଗୋବିନ୍ଦପୁର, କାଦୁଆନାଶୀ, ସାହେବନଗର ଓ ପରମାନନ୍ଦପୁର ଗ୍ରାମକୁ ନେଇ ଗଠିତ ସାତଭାୟା ଗ୍ରାମ ଚାଷଜମି ବ୍ୟତୀତ ୮୭୫ ଏକର ସ୍ଥାନରେ ଥିଲା। ହେଲେ ତଟକ୍ଷୟ ଯୋଗୁ ୧୯୬୦ ମସିହା ମଧ୍ୟରେ ଏହି ଅଞ୍ଚଳର ଅଧିବାସୀମାନେ କାହ୍ନୁପୁର, ସାତଭାୟା, ବରାହୀପୁର, ରବୀନ୍ଦ୍ରପଲ୍ଲୀ ଓ ମଗରକନ୍ଦାର ନୂଆ ଗ୍ରାମକୁ ସ୍ଥାନାନ୍ତର ହୋଇଥିଲେ। ଏହି ଗ୍ରାମଗୁଡିକ ମଧ୍ୟରୁ ୨୦୧୧ ମସିହାରେ କାହ୍ନୁପୁର ମୌଜା ସମୁଦ୍ର ଗର୍ଭକୁ ଚାଲିଯାଇଛି। ସମୁଦ୍ର ତଟାଞ୍ଚଳ କ୍ଷୟକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଏହି ଅଞ୍ଚଳବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରିଛନ୍ତି। କିନ୍ତୁ ସାମାନ୍ୟ ବର୍ଷା ହେଲେ ଘର ଚାରିପଟେ ପାଣି ଜମି ରହୁଥିବା ବଗପାଟିଆର ସୁଦର୍ଶନ ଦାସ କହିଛନ୍ତି। ସେ କହିଛନ୍ତି, ଥଇଥାନସ୍ଥଳୀରେ ରାସ୍ତା, ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ ଆଦି ସମସ୍ୟା ଲାଗିରହିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନ ଥିବାରୁ ବର୍ଷାଦିନେ ଘରୁ ବାହାରିବା କଷ୍ଟ ହୋଇପଡୁଛି।
ଅପରପକ୍ଷେ ସାତଭାୟା ଅଞ୍ଚଳରେ ୧୪୮ ଘର ରହିଥିବା ସମ୍ପର୍କରେ ଗ୍ରାମର କାଳନ୍ଦୀ ଚରଣ ବେହେରା କୁହନ୍ତି, ରାଜ୍ୟ ସରକାର ବଗପାଟିଆରେ ଘର ନିର୍ମାଣ ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଜୀବିକା ନିର୍ବାହ ପାଇଁ ସାତଭାୟା ଉପରେ ନିର୍ଭର କରିବାକୁ ପଡୁଛି। ସାତଭାୟାରେ ଚାଷଜମି ଥିବାରୁ ଏଠାରେ ଆସି ରହିବାକୁ ପଡୁଛି। ସେହିପରି ଗ୍ରାମର ବହୁ ବ୍ୟକ୍ତି ମାଛ, କଙ୍କଡା ଧରି ପରିବାର ପ୍ରତିପୋଷଣ କରୁଥିବାରୁ ସେମାନେ ସାତଭାୟାରେ ରହୁଛନ୍ତି। ରାଜ୍ୟ ସରକାର ଜୀବିକା ବ୍ୟବସ୍ଥା କରି ନ ଥିବାରୁ ସାତଭାୟାର ବହୁ ଯୁବକ ଏବେ ଦାଦନ ଖଟୁଛନ୍ତି। ଏ ସମ୍ପର୍କରେ ବରାହୀପୁରରେ ରହୁଥିବା କୌଶଲ୍ୟା ବେହେରା କୁହନ୍ତି, ୨୦୧୧ଜନଗଣନା ଅନୁଯାୟୀ ପରିବାର ମୁଖ୍ୟଙ୍କ ନାମରେ ବଗପାଟିଆକୁ ସ୍ଥାନାନ୍ତର ପାଇଁ ଜମି ମିଳିଛି। ଇତିମଧ୍ୟରେ ବହୁ ପରିବାର ଭିନ୍ନେ ହୋଇଛନ୍ତି। ସେହିପରି କେତେକ ପରିବାରକୁ ଚିହ୍ନଟ କରାଯାଇ ନଥିବାରୁ ଏବେ ବି ୧୪୮ ପରିବାର ବନାଞ୍ଚଳରେ ରହିଛନ୍ତି। ଘର ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନକୁ ଆବେଦନ ପତ୍ର ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାସ କହିଛନ୍ତି, ବନାଞ୍ଚଳରେ ଥିବା ଲୋକଙ୍କ ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ତହସିଲଦାର ଦ୍ୱିବ୍ୟେନ୍ଦୁ ଶେଖର ଦାସଙ୍କୁ ପଚାରିବାରେ ବଗପାଟିଆକୁ ସାତଭାୟାବାସୀଙ୍କ ସ୍ଥାନାନ୍ତର ପରେ ପୁନର୍ବାର ସର୍ଭେ ପାଇଁ ୧୪୮ ଆବେଦନ ପତ୍ର ପହଞ୍ଚିଛି। ଏନେଇ ସର୍ଭେ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri