ମୋରାଟୋରିୟମ ଅବଧି ବଢୁ

କୋଭିଡ୍‌-୧୯ ଅତର୍କିତ ଭାବେ ସାରା ବିଶ୍ୱରେ ଏହାର କାୟା ବିସ୍ତାର କରି ଚାଲିଛି। ଭାରତରେ ଲକ୍‌ଡାଉନ ବଢ଼ି ଚାଲିଥିବା ବେଳେ କଟକଣା ସମ୍ପୂର୍ଣ୍ଣ କୋହଳ ହୋଇ ନ ଥିବାରୁ କାରବାର ସ୍ବାଭାବିକ ହୋଇପାରୁନାହିଁ। ଏହା ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। କାରବାର ଆଗକୁ ସ୍ବାଭାବିକ ହେବା ମଧ୍ୟ ଚିନ୍ତାର ବିଷୟ। କାରଣ କରୋନା ମାମଲା ବଢ଼ିଚାଲିଛି। ଲୋକମାନେ ଭୟଭୀତ ଥିବା ଯୋଗୁ ବଜାରକୁ ଆସିବାକୁ ଇଚ୍ଛା କରୁ ନାହାନ୍ତି। ବ୍ୟବସାୟ ପ୍ରତିଷ୍ଠାନ ଏବଂ ଏମ୍‌ଏସ୍‌ଏମ୍‌ଇ ବର୍ତ୍ତମାନ ଗଭୀର କ୍ଷତି ସହୁଛନ୍ତି। ସରକାର ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇଦେବା ଆବଶ୍ୟକ ବୋଲି ଅଂଶୀଦାର କହିଛନ୍ତି। ମୋରାଟୋରିୟମ ସମୟ ବୃଦ୍ଧି, ସୁଧରେ ରିହାତି ଭଳି ପ୍ରମୁଖ ପ୍ରସଙ୍ଗରେ ସରକାର ସହାୟତା ଯୋଗାଇଦେବା ଉପରେ ଦାବି ହୋଇ ଆସୁଛି। ଏହି ପ୍ରସଙ୍ଗରେ ବ୍ୟକ୍ତିବିଶେଷଙ୍କ ପ୍ରତିକ୍ରିୟା…

– କଷ୍ଟମର ଫ୍ଲୋ ଏବେ ବହୁତ କମ୍‌ ରହିଛି। ଲୋକଙ୍କ ନିକଟରେ ନଗଦ ଅର୍ଥ କମିଛି। ଯଦି ଅର୍ଥ ରହୁଛି ଚ୍ୟାଲେଞ୍ଜିଂ ସମୟ ରହିଥିବାରୁ ଲୋକମାନେ ତାହା ଖର୍ଚ୍ଚ ନ କରି ନିଜ ପାଖରେ ରଖୁଛନ୍ତି। ଆବଶ୍ୟକ ସାମଗ୍ରୀ କିଣାକିଣି ଉପରେ ଗ୍ରାହକ ବିଚାର କରୁଛନ୍ତି। ଓ୍ବାର୍କଶପରେ ଫ୍ରି ସର୍ଭିସ ଗ୍ରାହକମାନେ ଅଧିକ ଆସୁଛନ୍ତି। ଦୀର୍ଘମିଆଦୀ ବିଚାର କଲେ ବଜାର ୬ ମାସ ଯାଏ ପ୍ରଭାବିତ ରହିବା ନେଇ ଅନୁମାନ। ଆମକୁ ‘ଆର୍ଟ ଅଫ୍‌ ଲିଭିଂ ଓ୍ବିଥ୍‌ କରୋନା’ ସହ ବଞ୍ଚିବାକୁ ହେବ। ନିରାପତ୍ତା ସହ ଅର୍ଥ ବ୍ୟବସ୍ଥାକୁ ଖୋଲିବାକୁ ହେବ। ଶୋ’ରୁମ୍‌ରେ କର୍ମଚାରୀ ଏବଂ ଗ୍ରାହକଙ୍କ ଲାଗି ବିହିତ ପଦକ୍ଷେପ ନିଆଯାଇଛି। ଶୋ’ରୁମ୍‌ରେ ସାମାଜିକ ଦୂରତ୍ୱ ନିୟମ, ସାନିଟାଇଜେଶନ, ପ୍ରତି ୨ ଘଣ୍ଟାରେ ପ୍ରତିଷେଧ ବ୍ୟବସ୍ଥା, କମ୍‌ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ସେବା ଯୋଗାଣ ହେଉଛି। ବିଜ୍‌ନେସ ଚ୍ୟାଲେଞ୍ଜିଂ ରହିଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ଲୋଡ଼ା ପଡୁଛି। ଟିକସ ଉପରେ ପଦକ୍ଷେପ ନେବା ଉଚିତ। କୋଭିଡ୍‌-୧୯ ବିରୋଧରେ କେବଳ ସରକାର ନୁହେଁ, ସମସ୍ତଙ୍କୁ ମିଳିତଭାବେ ଲଢ଼ିବାକୁ ହେବ।
– ପ୍ରଦୀପ ଅଗ୍ରଓ୍ବାଲ, ଏମ୍‌ଡି, ଜେଏମ୍‌ଜି ହିରୋ

-ସରକାରୀ ନିୟମ ମୁତାବକ ଆମର ୨ଟି ଶୋ’ରୁମ୍‌ ଖୋଲିଛି। କୋଭିଡ୍‌-୧୯ ବନ୍ଦ ହେଲା ପରେ ଯାଇ ବଜାର ବିଷୟରେ କିଛି କହି ହେବ। ମାତ୍ର ବର୍ତ୍ତମାନ ବଜାର କିଛି ସମୟ ଖୋଲା କିଛି ସମୟ ବନ୍ଦ ରହିଥିବାରୁ ମାର୍କେଟ ସମ୍ପୂର୍ଣ୍ଣ କ୍ରାସ୍‌ କରିଯାଇଛି। ପୂର୍ବର କାରବାର କଥା ବିଚାରକଲେ ବର୍ତ୍ତମାନ ଶୋ’ରୁମ୍‌କୁ ୫% ମଧ୍ୟ ଲୋକ ଆସୁନାହାନ୍ତି। ଲଗାତର କ୍ଷତି ସହିବାକୁ ପଡୁଛି। କ୍ଷତି ସତ୍ତ୍ୱେ ମଧ୍ୟ ଶୋ’ରୁମ୍‌ ଖୋଲିବାକୁ ପଡୁଛି। ବିଜ୍‌ନେସ୍‌ ଆଶା ମୁତାବକ ହେଉନାହିଁ। କଷ୍ଟମର ଆସୁନାହାନ୍ତି। ଲୋକଙ୍କ ମନରେ ଭୟ ରହିଛି। ସର୍ଭିସକୁ ବିଚାରକଲେ ୧୦% କ୍ଷମତା ସହ ଚାଲୁଛି। ଲକ୍‌ଡାଉନ ପୂରା ନ ଗଲାଯାଏ ବାଣିଜ୍ୟ ସାମ୍ନାରେ ଅନେକ ସମସ୍ୟା ରହିବ। କଟକଣା ଅଧା ରଖିବା ଅଧା ଖୋଲା କରିବା ଦ୍ୱାରା ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। ଯଦି ବଜାର ବନ୍ଦ କରିବା କଥା ସମ୍ପୂର୍ଣ୍ଣ ବନ୍ଦ ହେଉ। ଖୋଲା କରିବା କଥା ହେଲେ କଟକଣା ଉଠିଲେ କାରବାରକୁ ଅନୁମତି ଦେବା ଆବଶ୍ୟକ।
– ରାଜନ ଗୁଗ୍‌ନାନି, ଏମ୍‌ଡି, ଗୁଗ୍‌ନାନି ମୋଟର୍ସ
-କଷ୍ଟମର ଡର ରହୁଥିବାରୁ ଅତି ଜରୁରୀ କ୍ଷେତ୍ରରେ କିଣାକିଣି କରୁଛନ୍ତି। ଅଳ୍ପ ଲୋକଙ୍କୁ ନେଇ ହେଉଥିବା କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଲୋକମାନେ କ୍ରୟ କରୁଛନ୍ତି। ବର୍ତ୍ତମାନ କଟକ ଏବଂ ତାଳଚେର ଷ୍ଟୋରକୁ ଖୋଲାଯାଇଛି। କଟକ ଷ୍ଟୋର ସନ୍ଧ୍ୟା ୬ଟା ଯାଏ, ତାଳଚେର ଷ୍ଟୋର ଦିନ ୨ଟା ଯାଏ ଖୋଲୁଛି। ବ୍ୟବସାୟ ଏବେ କ୍ଷତିଗ୍ରସ୍ତ ସ୍ଥିତିରେ ରହିଲେ ମଧ୍ୟ ତା’ ଭିତରେ ଆଗକୁ ବଢ଼ିବାକୁ ପଡିବ। ସରକାର ଯଦି ବ୍ୟାଙ୍କ ସୁଧହାର ଉପରେ ରିହାତି ଦିଅନ୍ତେ ଭଲ ହୁଅନ୍ତା। ସରକାରଙ୍କ ସହାୟତା କିଛି ମିଳି ପାରିନାହିଁ। ସ୍ମଲ ସ୍କେଲ କ୍ଷେତ୍ରରେ କାମ କରୁଥିବା ସଂସ୍ଥାଗୁଡ଼ିକୁ ସହାୟତା ମିଳିଲେ ସମଗ୍ର ଚ୍ୟାନେଲ ଉପରେ ବେଶି ପ୍ରଭାବ ପଡନ୍ତା ନାହିଁ। ଫଳରେ ନିଯୁକ୍ତି ଉପରେ ଚାପ କମ୍‌ ରୁହନ୍ତା। ମୋରାଟୋରିୟମ ମିଳିଲା । ହେଲେ ଏହା ମଧ୍ୟରେ ସୁଧହାର ଉପରେ ରିହାତି ମିଳିଲାନି। ସ୍ଥିତି ସୁଧୁରି ନ ଥିବାରୁ ମୋରାଟୋରିୟମ ସମୟ ବଢ଼ିବାର ଆବଶ୍ୟକତାକୁ ସରକାର ବୁଝିବା ଉଚିତ। ଅନ୍ତତଃ ପକ୍ଷେ ୬ ମାସ ସମୟ ମିଳୁ। ଏଥିରୁ ସୁଧ ଛାଡ଼ ହେଲେ ବାଣିଜ୍ୟ ସଂସ୍ଥାଗୁଡ଼ିକ ଆଶ୍ୱସ୍ତ ହୁଅନ୍ତେ। କ୍ୟାଶ୍‌ କ୍ରେଡିଟ୍‌ ଲିମିଟ୍‌ ଉପରେ ସୁଧହାର ହ୍ରାସ, ବ୍ୟାଙ୍କଗୁଡିକ ସୁଧହାରରେ ରିହାତି ଦେବା ଉଚିତ। କେନ୍ଦ୍ରୀୟ ବ୍ୟାଙ୍କ ରେପୋ କମାଇଲେ ମଧ୍ୟ ବ୍ୟାଙ୍କ ବିଶେଷ ସୁବିଧା ଦେଉନାହାନ୍ତି। ଘର ଭଡା ନେଇ ମଧ୍ୟ ସେମିତି ଠୋସ୍‌ ପଦକ୍ଷେପ ଆସିନି। ସରକାରଙ୍କୁ ରାଜସ୍ବ ଏବଂ ନିଯୁକ୍ତି କ୍ଷେତ୍ରରେ ଯୋଗଦାନ ରଖୁଥିଲେ ମଧ୍ୟ ଏଭଳି ଖରାପ ସମୟରେ ସହାୟତା ମିଳୁନି। ଆଗାମୀ ୬ ମାସରେ ବଜାର ଟିକିଏ ସୁଧୁରିବ ବୋଲି ଆଶା। କଷ୍ଟ ସମୟରେ ଆଗକୁ ବଢ଼ିବାକୁ ହେବ। ଯଦି ସରକାର ସହାୟତା କରନ୍ତେ ତେବେ ଚାପ କମ୍‌ ରୁହନ୍ତା।
– ରବୀନ୍ଦ୍ର ଲେଙ୍କା, ଏମ୍‌ଡି, ଜୟରାମ ଲେଙ୍କା
– କରୋନା ବ୍ୟବସାୟକୁ ଗଭୀର କ୍ଷତି ପହଞ୍ଚାଇଛି। କଟକଣା କୋହଳ ହୋଇ ନ ଥିବାରୁ ଆମ ଷ୍ଟୋର ଏବେ ଯାଏ ଖୋଲାହୋଇନି। ଲୋକମାନେ ଏବେ ବଜାରକୁ ନେଇ ଭୟଭୀତ ଅଛନ୍ତି। ବଜାର ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ପରିଚାଳନା ଖର୍ଚ୍ଚ, କର୍ମଚାରୀଙ୍କ ବେତନ, ବ୍ୟାଙ୍କର ସୁଧହାର ଭଳି ଅନ୍ୟ ସବୁ ଖର୍ଚ୍ଚ ଉଠାଇବାକୁ ପଡୁଛି। ସରକାର କିଛି ଠୋସ୍‌ ଘୋଷଣା କରିନାହାନ୍ତି। ବାଣିଜ୍ୟ ତଥା ବ୍ୟବସାୟୀଙ୍କ ସ୍ଥିତି ବିଗୁଡୁଛି। ଏଭଳି ସ୍ଥିତିରେ ବଜାରକୁ ନେଇ ଆଉ କ’ଣ ଅଧିକ କହିବୁ।
– ରାଜିନ୍ଦର ସିଂ, ସ୍ବତ୍ୱାଧିକାରୀ, କଳାମନ୍ଦିର


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri